Posts

Showing posts from May, 2020

ପୋଷଣ

ପ୍ରଥମ ଅଧ୍ୟାୟ  ପୋଷଣ (Nutrition) 1। ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ମଧ୍ୟରେ ପାର୍ଥକ୍ୟ ଲେଖ । ଆଲୋକ ପ୍ରକ୍ରିୟା :  ଉ : (i)ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ କ୍ଲୋରୋଫିଲ, ଜଳ ଓ ଆଲୋକ ଆବଶ୍ୟକ ।  (ii) ଆଲୋକ ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା  ନଥାଏ ଓ ସୂର୍ଯ୍ୟାଲୋକ ଅଭାବରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ ।  (iii) ଆଲୋକ ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଥାଇଲାକିଏଡ ଝିଲ୍ଲିରେ ସଂପାଦିତ ହୋଇଥାଏ ।  (iv) ଏହା ଏକ ଆଲୋକ ରାସାୟନିକ ପଦ୍ଧତି । ଏଥିରେ ସୌରଶକ୍ତି ରାସାୟନିକ ଶକ୍ତିରେ ପରିଣତ ହୁଏ ।  (v) ଏହି ପ୍ରକ୍ରିୟାରେ ATP ଓ NADPH ସୃଷ୍ଟିହୁଏ ଓ ଅମ୍ଳଜାନ ଗ୍ୟାସ୍ ନିର୍ଗତ ହୁଏ ।  (vi) ଏହି ପ୍ରକ୍ରିୟା ପାଇଁ ଏନ୍‌ଜାଇମର ଆବଶ୍ୟକତା ନଥାଏ। ଅନ୍ଧକାର ପ୍ରକ୍ରିୟା :   (i) ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ।   (ii) ଅନ୍ଧକାର ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା ଅଛି । ଏହା ଆଲୋକ ପ୍ରକ୍ରିୟା ସହ ପ୍ରାୟତଃ ସମଗତିରେ ଚାଲିଥାଏ ମାତ୍ର ଆଲୋକ ପ୍ରକ୍ରିୟା ବନ୍ଦହେବା ପରେ ଏହା କିଛି ସମୟ ଚାଲି ବନ୍ଦ ହୋଇଯାଏ ।   (iii) ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସଂପାଦିତ ହୁଏ। (iv) ଏହା ଏକ ରାସାୟନିକ ପଦ୍ଧତି । ଏହି ପଦ୍ଧତିରେ ଅଙ୍ଗାରକାମ୍ଳ ବ...

4th science

୧। ପୋଷକ କହିଲେ କଣ ବୁଝ ? ଉ : ଖାଦ୍ୟରେ ଥିବା ଆବଶ୍ୟକ ଉପାଦାନକୁ ପୋଷକ କୁହାଯାଏ।  ୨। ଖାଦ୍ୟସାର କେତେ ପ୍ରକାରର ଓ  କ’ଣ କ’ଣ ଲେଖ ଓ ସେଗୁଡ଼ିକର ଉଦାହରଣ ଦିଅ । ଉ : ଖାଦ୍ୟସାର ୬ ପ୍ରକାରର  ସେଗୁଡିକ ହେଉଛି  ଶ୍ଵେତସାର, ସ୍ନେହସାର, ପୃଷ୍ଟିସାର, ଜୀବସାର, ଧାତବ ଲବଣ ଓ ଜଳ ।  (i) ଶ୍ୱେତସାର : ଭାତ, ରୁଟି, ଆଳୁ, ଚୁଡ଼ା, କଦଳୀ ଆଦି ଏହି ଜାତୀୟ ଖାଦ୍ୟ ।  (ii) ସ୍ନେହସାର : ଚର୍ବି, ଲହୁଣି, ନଡ଼ିଆ ଆଦି ଏହାର ଉଦାହରଣ ।  (iii) ପୁଷ୍ଟିସାର : ମାଂସ, ଅଣ୍ଡା, କ୍ଷୀର, ଡାଲି, ଶିମ୍ବ ଆଦି ଏହି ଶ୍ରେଣୀର । (iv) ଜୀବସାର : ଶାଗ, ତଟକା ପନିପରିବା, କ୍ଷୀର, କଲିଜା ଆଦି ଏହାର ଉଦାହରଣ । (v ) ଧାତବ ଲବଣ : ପିଜୁଳି, ବିଭିନ୍ନ ପ୍ରକାର ଶାଗ, ପନିପରିବା ଆଦି ଏହାର ଉଦାହରଣ ।  (vi) ଜଣେ ବ୍ୟକ୍ତି ଦିନକୁ ୪ ଲିଟର ବା ୧୦ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ।  ୩।ଜୀବସାର କହିଲେ କ’ଣ ବୁଝ ଲେଖ । ଜୀବସାର କେତେ ପ୍ରକାରର ଓ ଏହା ଆମର ଶରୀରର କି କି ଉପକାର କରିଥାଏ ?  ଉ :(i) ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ବିଶେଷ ଉପାଦାନ ଥାଏ । ତାହାକୁ ଭିଟାମିନ୍ ବା ଜୀବସାର କୁହାଯାଏ । (ii) ଏହି ଭିଟାମିନକୁ ଖାଦ୍ୟ ଅନୁଯାୟୀ A, B, C, D ଭାଗରେ  ବିଭକ୍ତ କରାଯାଏ । ଏହାଛଡ଼ା ଆମ ଖାଦ୍ୟରେ ଭିଟାମିନ୍ E,...

History

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଶବ୍ଦରେ ଦିଅ ।  ( କ) ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’ଏହା କାହିଁକି କୁହାଯାଇଛି ଲେଖ ।  ଉ :(i) ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ । (ii) ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର । ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା ।  (iii) ନୃ ବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜି ମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି ।  (iv) ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି,ଅଗ୍ରଗତି ...

ଭାରତ: ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

ଅଷ୍ଟ୍ରେଲିଆ

ଇଉରୋପ

ଆଣ୍ଟାର୍କଟିକା

ଦକ୍ଷିଣ ଆମେରିକା

ଉତ୍ତର ଆମେରିକା

ଆଫ୍ରିକା

ଏସିଆ

ପୃଥିବୀର ମଣ୍ଡଳ ସମୂହ

ପୃଥିବୀର ଗତି

Image
୧ । ନିମ୍ନଲିଖୁତ ବାକ୍ୟଗୁଡ଼ିକରେ ଥିବା ଶୂନ୍ୟସ୍ଥାନ ପୂରଣ କର ।   (କ) ବିଷୁବ ବୃତ୍ତଠାରେ ପୃଥିବୀର ଆବର୍ତ୍ତନର ବେଗ ଘଣ୍ଟା ପ୍ରତି – କିଲୋମିଟର ।  (ଖ) ପୃଥିବୀର ଦୁଇମେରୁଠାରେ ଆବର୍ତ୍ତନର ବେଗ ଘଣ୍ଟାକୁ- କି.ମି. ।  (ଗ) ପୃଥିବୀର ଅକ୍ଷ ତା’ର କକ୍ଷ ତଳ ସହିତ __ ଡିଗ୍ରୀ କୋଣ କରି ଆନତ ଥାଏ । (ଘ) ସାଧାରଣତଃ ଦୁଇଟି ଅଧିବର୍ଷ ମଧ୍ୟରେ ବ୍ୟବଧାନ __ ବର୍ଷ ଅଟେ ।  ଉ: (କ) ୧୭୭୦, (ଖ) ଶୂନ, (ଗ) ୬୬, (ଘ) ୪ ।  ୨।ନିମ୍ନଲିଖୁତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ କିମ୍ବା ଦୁଇଟି ବାକ୍ୟରେ ଲେଖ ।  (କ) ପୃଥିବୀର କେତେ ପ୍ରକାର ଗତି ଅଛି ଓ ସେଗୁଡ଼ିକ କ’ଣ କ’ଣ ?  ଉ : (i) ପୃଥିବୀର ଦୁଇ ପ୍ରକାର ଗତି ଅଛି ।   (ii) ସେଗୁଡ଼ିକ ହେଉଛି – ଆବର୍ତ୍ତନ ବା ଦୈନିକ ଗତି ଓ ପରିକ୍ରମଣ ବା ବାର୍ଷିକ ଗତି ।  (ଖ) ପୃଥିବୀର ଆବର୍ତ୍ତନର ବେଗ ଭୂପୃଷ୍ଠର କେଉଁଠାରେ ସର୍ବାଧିକ ଓ କାହିଁକି ?   ଉ : (i) ପୃଥିବୀର ଆବର୍ତ୍ତନର ବେଗ ବିଷୁବ ବୃତ୍ତଠାରେ ସର୍ବାଧିକ ।   (ii) କାରଣ ବିଷୁବ ବୃତ୍ତର ପରିଧି ସବୁଠାରୁ ଅଧିକ । ତେଣୁ ଏହ। ସେଠାରେ ସର୍ବାଧିକ ବେଗରେ ଆବର୍ତ୍ତନ କରିଥାଏ । (ଗ) ପୃଥିବୀର ଆବର୍ତ୍ତନର ବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ଆମେ କାହିଁକି ତାହା ଅନୁଭବ କରିପାରୁ ନାହୁଁ ?  ଉ : (i) ପୃଥିବୀ ଅଧିକ ବେଗରେ ଗତି କରୁଥିଲେ ମଧ୍ୟ ତ...

ମାନଚିତ୍ର ଅଧ୍ୟୟନ

୧ । ଭୂଗୋଲକ ଅପେକ୍ଷା ମାନଚିତ୍ର କିପରି ଅଧିକ ଉପଯୋଗୀ ?  ଉ :(i) ଭୂଗୋଲକ ପୃଥିବୀର ଏକ ପ୍ରତିରୂପ । ଏଥିରୁ ବିଭିନ୍ନ ମହାଦେଶ, ମହାସାଗରର ଅବସ୍ଥିତି, ଆକାର, ଆକୃତି ସମ୍ବନ୍ଧରେ ଧାରଣା କରିହୁଏ । ମାତ୍ର ବିଶାଳ ପୃଥିବୀ ତୁଳନାରେ ଏହା ଅନେକ ଛୋଟ ।  (ii) ମାନଚିତ୍ରରୁ ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ତଥା ଛୋଟ ଓ ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ । ତେଣୁ ମାନଚିତ୍ର ଉପରେ ଅଧୁକ ନିର୍ଭର କରାଯାଇଥାଏ । ଫଳରେ ମାନଚିତ୍ର ଅଧୁକ ଉପଯୋଗୀ।   ୨। ମାନ କହିଲେ କଣ ବୁଝାଏ ?  ଉ :(i) ପୃଥିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥିବା ସ୍ଥାନ ଦୁଇଟିର ଦୂରତାର ଅନୁପାତକୁ ମାନ କୁହାଯାଏ ।  (ii) ଏହି ଦୂରତାକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ ।   ୩ । ମାନଚିତ୍ରରେ ଥିବା ମୁଖ୍ୟ ଦିଗ ଓ ମଧ୍ୟବର୍ତ୍ତୀ ଦିଗଗୁଡ଼ିକର ନାମ ଲେଖ ।  ଉ :(i) ମାନଚିତ୍ର ଆଡ଼କୁ ମୁହଁ କରି ଛିଡ଼ା ହେଲେ ଡାହାଣ ହାତ ଆଡ଼କୁ ପୂର୍ବଦିଗ, ବାମହାତ ଆଡ଼କୁ ପଶ୍ଚିମ ଦିଗ, ମୁଣ୍ଡ ଆଡ଼କୁ ଅର୍ଥାତ୍ ଉପରିଭାଗ ଉତ୍ତର ଦିଗ ଏବଂ ଗୋଡ଼ ଆଡ଼କୁ ଅର୍ଥାତ୍ ତଳ ଭାଗ ଦକ୍ଷିଣ ଦିଗକୁ ସୂଚାଏ ।  (ii) ମଧ୍ୟବର୍ତ୍ତୀ ଦିଗଗୁଡ଼ିକ ହେଲା – ଉତ୍ତର-ପୂର୍ବ କୋଣକୁ ଐଶାନ୍ୟ, ଦକ୍ଷିଣ-ପୂର୍ବ କୋଣକୁ ଅଗ୍ନି, ଦକ୍ଷିଣ-ପଶ୍ଚିମ କୋଣ...

ଭୂଗୋଲକ : ଅକ୍ଷାଂଶ ଓ ଦ୍ରାଘିମା

ପୃଥିବୀ ଓ ସୌରଜଗତ

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ ।  (କ) ସୌରଜଗତ କହିଲେ କ’ଣ ବୁଝ ?  ଉ :(i) ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଗୋଟିଏ ପରିବାର ଅଛି ।   (ii) ଏହି ପରିବାରରେ ଆଠଟି ଗ୍ରହ, ତିନୋଟି ବାମନଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲକା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଅଛନ୍ତି । ଏହାକୁ ସୌରଜଗତ କୁହାଯାଏ ।  (ଖ) ଦୂରତା କ୍ରମରେ ସୌରଜଗତ ଗ୍ରହଗୁଡ଼ିକର ନାମ ଲେଖ ।  ଉ : ଦୂରତା ଅନୁସାରେ ସୌରଜଗତ ଗ୍ରହଗୁଡ଼ିକର ନାମ; ଯଥାକ୍ରମେ- ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି,ଶନି, ୟୁରେନ୍ସ ଓ ନେପଚ୍ୟୁନ୍ ।  (ଗ) ପୃଥିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ? ଉ :(i) ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ । ଏଥିରେ ଜଳ, ବାୟୁ ଓ ଅନ୍ୟାନ୍ୟ ଉପାଦାନ ଥିବାରୁ ଏହା ପୃଷ୍ଠରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇପାରିଛି। (ii) ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାଙ୍କ ଆଶ୍ରୟସ୍ଥଳୀ ହୋଇଥିବାରୁ ଏହା ସୌରଜଗତର ଅଦ୍ବିତୀୟ ଗ୍ରହ ଭାବେ ପରିଚିତ ।  (ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ଦେଖୁ କାହିଁକି ?  ଉ :(i) ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ବୁଲିବା ପାଇଁ ଏବଂ ପୃଥିବୀ ଚାରିପଟେ ପରିକ୍ରମା କରିବା ପାଇଁ ପ୍ରାୟ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ ।  (ii) ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍...

ରାଜୋଚିତ ବ୍ୟବହାର

ନ୍ୟାୟ ବିଚାର

ଓଡ଼ିଶାର ସଂସ୍କୃତି

ଅଲିମ୍ପିକ କ୍ରୀଡ଼ା

ବୃକ୍ଷଲତାରେ ଆମର ବନ୍ଧୁ

ବିଶ୍ଵ ବିଜୟୀ ବିବେକାନନ୍ଦ

କିଏ ଭାସେ କିଏ ବୁଡେ

ଦେଶ ପ୍ରେମୀ କଏଦୀ

ସଡ଼କ ସୁରକ୍ଷା ଜୀବନ ରକ୍ଷା

କ'ଣ ଶିଖିବା

ମୋ ଜୀବନର ଅଭୁଲା କଥା

ବନବାଣୀ

୧।ଉତ୍ତର କୁହ । (କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?  ଉ : ପୁରାତନ ଭାରତର ଛାତ୍ର ମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ନିକଟରେ ରହି ଶିକ୍ଷାଲାଭ କରୁଥିଲେ ।   (ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ?   ଉ : ଅରଣ୍ୟ ଭୂମିକୁ ସାଧନା ସ୍ଥଳ ରୂପେ ଗ୍ରହଣକରି ସିଦ୍ଧି ଲାଭକରିଥିବା ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ।   (ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?  ଉ : ରାଜା ମହାରାଜାମାନେ ‘ମୁନି ବନ ତରୁଛାୟାର’ ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ ।   (ଘ) ଭାରତର କେଉଁ କେଉଁ ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ?   ଉ : ‘ଶକୁନ୍ତଳା', କୁମାର ସମ୍ଭବ”, “ଉତ୍ତର ରାମଚରିତ’ ପ୍ରଭୃତି ଭାରତର ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ।  ୨ । ପଠିତ ପ୍ରବନ୍ଧରୁ ଉତ୍ତର ଖୋଜି ଲେଖ :  (କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସବୋଲି ଗ୍ରହଣ କରିଛନ୍ତି ?  ଉ : ଭାରତୀୟ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କିମ୍ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି ତେଣୁ ସେମାନେ  ପ୍ରକୃତିକୁ ସମସ...

ଧୂଳି

ଶରତ-ନଈ-କୂଳେ

ଜନ୍ମଭୂମି

ପ୍ରଭାତ ଅବକାଶ

ଦରଜା ଖୋଲି ଦେବା

ଆମେ ଧରଣୀ ବୁକୁର ଶିଶୁ

ମୁକ୍ତି ଯୋଦ୍ଧା ଜୟୀ ରାଜଗୁରୁ

ବୀର ସୁରେନ୍ଦ୍ର ସାଏ

ମୋ ପିଲା ବେଳ କଥା

ମନରେ ଆସୁ ମୋ ଭଲ ଭାବନା

ବିପନ୍ନ ଉଦ୍ଧାର

ଏ ମଣିଷକୁ ପଥର କଲା କିଏ

ମାଡ଼ ହାଣ୍ଡି କଥା

କାଠରୁ ଭାତ ,ଘାସରୁ ଦୁଧ ,ବାୟୁରୁ ଚିନି

ସଡ଼କ ନିରାପତ୍ତା

ମୃତ୍ୟୁ ବିଜୟୀ ବାଳକ

ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର

ରାମାୟଣ

୧ । ଉତ୍ତର କୁହ । (କ) ରାମଙ୍କ ବନ ଗମନ ଖବର ପାଇ ଅଯୋଧ୍ୟାବାସୀ କାହିଁକି କ୍ରନ୍ଦନ କଲେ ? ଉ : ରାମଚନ୍ଦ୍ରଙ୍କର ନାନା ସଦ୍‌ଗୁଣ ଥିବାରୁ ପ୍ରଜାମାନେ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ । ତେଣୁ ତାଙ୍କର ବନଗମନ ଖବର ପାଇ ଅଯୋଧ୍ୟାବାସୀ କ୍ରନ୍ଦନ କଲେ । (ଖ) କୈକେୟୀ ଦଶରଥଙ୍କୁ କେଉଁ ଦୁଇଟି ବର ମାଗିଥିଲେ ?  ଉ : ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବ ଆୟୋଜନ ଚାଲିଥିବାବେଳେ କୈକେୟୀ ବର ଦୁଇଟି ମାଗି ବସିଲେ । ପ୍ରଥମ ବରରେ ନିଜ ପୁତ୍ର ଭରତ ଅଯୋଧ୍ୟାର ସିଂହାସନ ଆରୋହଣ କରିବେ ଓ ଦ୍ବିତୀୟରେ ରାମଚନ୍ଦ୍ର ଚଉଦବର୍ଷ ନିମନ୍ତେ ବନ ଗମନ କରିବେ ।  (ଗ) ଦଶରଥ କେଉଁ ପରିସ୍ଥିତିରେ ପ୍ରାଣତ୍ୟାଗ କଲେ ?  ଉ : ରାମଚନ୍ଦ୍ର ଦଶରଥଙ୍କର ପ୍ରିୟସୁତ ଥିଲେ । ପିତୃ ସତ୍ୟ ରକ୍ଷାକରିବା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କଲାପରେ ଦୁଃଖରେ ଦଶରଥ ଭାଙ୍ଗିପଡ଼ିଲେ ଓ ତାଙ୍କୁ ଝୁରି ଝୁରି ଅଳ୍ପଦିନ ମଧ୍ୟରେ ପ୍ରାଣତ୍ୟାଗ କଲେ ।  (ଘ) ଭରତ ଚିତ୍ରକୂଟରୁ ଫେରି କିଭଳି ରାଜ୍ୟ ଶାସନ କଲେ ? କିମ୍ବା, ଅଯୋଧ୍ୟାର ପ୍ରଜାମାନେ ଭରତଙ୍କୁ ଧନ୍ୟ ଧନ୍ୟ କହୁଥିଲେ କାହିଁକି ? ଉ : ମାତୁଳାଳୟରୁ ଫେରିବା ପରେ ଭରତ ନିଜ ମାତାଙ୍କର ଅନ୍ୟାୟ ବୁଝିପାରି ରାମଙ୍କୁ ଗୃହକୁ ଲେଉଟାଇ ଆଣିବା ନିମନ୍ତେ ବନକୁ ଗମନ କଲେ । ଚିତ୍ରକୂଟ ପର୍ବତ ଉପରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ବନବାସୀ ରୂପ ଦେଖି ଅଗ୍ରଜ ରାମଚନ୍ଦ୍ରଙ୍କର ଚରଣ ଧରି ଅଯୋଧ୍ୟା ପ୍ରତ୍...