କଳାମାଣିକରେ
୧ । ଉତ୍ତର କୁହ । (କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ? ଉ : କୃଷ୍ଣ କାନନରୁ ଫେରିବାରେ ବିଳମ୍ବ କରିବାରୁ ମାତା ଯଶୋଦା ଚିନ୍ତିତ ହୋଇପଡ଼ିଛନ୍ତି । (ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ? ଉ : ଶ୍ରୀକୃଷ୍ଣଙ୍କୁ ଗୋଟିକା, ଅଧାମ ଓ ସର ଆଦି ସୁସ୍ବାଦୁ ଖାଦ୍ୟ ରୁଚୁ ନଥିଲା । (ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ? ଉ : ଯଶୋଦା କୃଷ୍ଣଙ୍କୁ ଗୋରୁପଲ ସହିତ ବଣକୁ ପଠାଇଥିବାରୁ ନିଜକୁ ଧିକ୍କାର କରି ଡଙ୍କୁଣୀ ବୋଲି କହିଛନ୍ତି। (ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ? ଉ : ଶ୍ରୀକୃଷ୍ଣ ବଣକୁ ଯିବାବେଳେ ସାଥୀରେ କଠାଉ ନେଇନଥିବାରୁ ତାଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆ ଯଶୋଦାଙ୍କ ମନରେ ସୃଷ୍ଟି ହୋଇଛି | ୨ | ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଦିଅ । (କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ? ଉ : ମାଣିକ ହେଉଛି ବହୁ ମୂଲ୍ୟବାନ ଏକ ରତ୍ନ । ଏହା ଅତି ସୁନ୍ଦର ଦେଖାଯାଏ । ଶ୍ରୀକୃଷ୍ଣ ମଧ୍ୟ ଦେଖିବାକୁ ସୁନ୍ଦର । ଯଶୋଦାଙ୍କ ପାଇଁ ସେ ଥିଲେ ମାଣିକତୁଲ୍ୟ ମୂଲ୍ୟବାନ। ସାଧାରଣତଃ ମାଣିକର ରଙ୍ଗ ଲାଲ। ମାତ୍ର ଶ୍ରୀକୃଷ୍ଣଙ୍କର ରଙ୍ଗ କଳା ହୋଇଥିବାରୁ ତାଙ୍କୁ କଳାମଣିକ ବୋଲି କହିବା ତାତ୍ପର୍ଯ୍ୟପୂର୍ଣ୍ଣ। ( ଖ) ପୂଅର କେଉଁ ସବୁ କାର୍...
Comments
Post a Comment