4th science


୧। ପୋଷକ କହିଲେ କଣ ବୁଝ ?


ଉ : ଖାଦ୍ୟରେ ଥିବା ଆବଶ୍ୟକ ଉପାଦାନକୁ ପୋଷକ କୁହାଯାଏ। 

୨। ଖାଦ୍ୟସାର କେତେ ପ୍ରକାରର ଓ  କ’ଣ କ’ଣ ଲେଖ ଓ ସେଗୁଡ଼ିକର ଉଦାହରଣ ଦିଅ ।


ଉ : ଖାଦ୍ୟସାର ୬ ପ୍ରକାରର ସେଗୁଡିକ ହେଉଛି ଶ୍ଵେତସାର, ସ୍ନେହସାର, ପୃଷ୍ଟିସାର, ଜୀବସାର, ଧାତବ ଲବଣ ଓ ଜଳ । 
(i) ଶ୍ୱେତସାର : ଭାତ, ରୁଟି, ଆଳୁ, ଚୁଡ଼ା, କଦଳୀ ଆଦି ଏହି ଜାତୀୟ ଖାଦ୍ୟ ।
 (ii) ସ୍ନେହସାର : ଚର୍ବି, ଲହୁଣି, ନଡ଼ିଆ ଆଦି ଏହାର ଉଦାହରଣ । 
(iii) ପୁଷ୍ଟିସାର : ମାଂସ, ଅଣ୍ଡା, କ୍ଷୀର, ଡାଲି, ଶିମ୍ବ ଆଦି ଏହି ଶ୍ରେଣୀର ।
(iv) ଜୀବସାର : ଶାଗ, ତଟକା ପନିପରିବା, କ୍ଷୀର, କଲିଜା ଆଦି ଏହାର ଉଦାହରଣ ।
(v ) ଧାତବ ଲବଣ : ପିଜୁଳି, ବିଭିନ୍ନ ପ୍ରକାର ଶାଗ, ପନିପରିବା ଆଦି ଏହାର ଉଦାହରଣ । 
(vi) ଜଣେ ବ୍ୟକ୍ତି ଦିନକୁ ୪ ଲିଟର ବା ୧୦ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ । 

୩।ଜୀବସାର କହିଲେ କ’ଣ ବୁଝ ଲେଖ । ଜୀବସାର କେତେ ପ୍ରକାରର ଓ ଏହା ଆମର ଶରୀରର କି କି ଉପକାର କରିଥାଏ ? 


ଉ :(i) ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ବିଶେଷ ଉପାଦାନ ଥାଏ । ତାହାକୁ ଭିଟାମିନ୍ ବା ଜୀବସାର କୁହାଯାଏ ।
(ii) ଏହି ଭିଟାମିନକୁ ଖାଦ୍ୟ ଅନୁଯାୟୀ A, B, C, D ଭାଗରେ  ବିଭକ୍ତ କରାଯାଏ । ଏହାଛଡ଼ା ଆମ ଖାଦ୍ୟରେ ଭିଟାମିନ୍ E, K ମଧ୍ୟ ଥାଏ।
 (iii) ଭିଟାମିନ୍-A : କ୍ଷୀର, ଲହୁଣି, କଲିଜା, ଅଣ୍ଡାର କେଶର, ମାଛି, ତେଲ ଆଦିରେ ପ୍ରଚୁର ପରିମାଣରେ ଭିଟାମିନ୍ A ଥାଏ । 
(iv) ଭିଟାମିନ୍- B: କ୍ଷୀର, ପାଉଁରୁଟି, ଡାଲି, କଲିଜା, ଚିନାବାଦାମ, ଚୋକଡ଼ ମିଶା ଅଟା, ମାଛ ଆଦିରେ ଭିଟାମିନ୍-B ଥାଏ । 
( v) ଭିଟାମିନ୍- C : ଲେମ୍ବୁ, କଞ୍ଚାଲଙ୍କା, ପିଜୁଳି, ଅଁଳା,କମଳା, ତଟକା ପନିପରିବା ଆଦିରେ ଭିଟାମିନ୍-C ପ୍ରଚୁର ପରିମାଣରେ ଥାଏ ।
 (vi) ଭିଟାମିନ୍- D: ମାଂସ, ଅଣ୍ଡା, ଛୋଟ ମାଛ, ଲହୁଣି, କଡ଼ ଲିଭର ତେଲ ଆଦିରେ ଭିଟାମିନ୍-D ଥାଏ । 
(vii) ପ୍ରତ୍ୟେକ ଜୀବସାରର କାର୍ଯ୍ୟ ସ୍ବତନ୍ତ୍ର । ଶରୀର ବୃଦ୍ଧି ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଜୀବସାର ଏକାନ୍ତ ଆବଶ୍ୟକ ।

୪ ।ପୃଷ୍ଟିସାର ଜାତୀୟ ଖାଦ୍ୟ କେଉଁଥିରୁ ମିଳେ ? ଏହା ଆମ ଶରୀରର କି ଉପକାର କରିଥାଏ ?


ଉ :(i) ପୁଷ୍ଟିସାର ଖାଦ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଲା ଉଦ୍ଭିଜ୍ଜ ପୃଷ୍ଟିସାର ଓ ପ୍ରାଣୀଜ ପୃଷ୍ଟିସାର । 
(ii)ଡାଲି, ଶିମ୍ବ, ମଟର, ବୁଟ, ସୋୟାବିନ ଆଦି ଉଦ୍ଭିଜ ପୁଷ୍ଟିସାର। 
(iii) ମାଛ, ମାଂସ, ଅଣ୍ଡା, କ୍ଷୀର, ଛେନା ଆଦି ପ୍ରାଣୀଜ ପୁଷ୍ଟିସାର।
 କାର୍ଯ୍ୟ : 
 (iv) ଶରୀରର ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରେ ।
 (v) ସ୍ନାୟୁ, ଚର୍ମ, ବାଳ ଓ ନଖ ଗଠନରେ ସାହାଯ୍ୟ କରିଥାଏ| 
(vi) ଶରୀରର କ୍ଷୟ ପୂରଣରେ ସାହାଯ୍ୟ କରେ ।

 ୫। ଧାତୁସାର କେଉଁଥିରୁ ମିଳିଥାଏ ? ଏହା ଆମ ଶରୀରର କି ଉପକାର କରିଥାଏ ? 

ଉ :(i) ପ୍ରତ୍ୟେକ ଖାଦ୍ୟରେ ଖଣିଜ ଲବଣ ବା ଧାତୁସାର ଥାଏ। 
(ii) ଚୂନ, ଲୌହ, ଗନ୍ଧକ ଆଦି ଗୋଟିଏ ଗୋଟିଏ ପ୍ରକାର ଖଣିଜ ଲବଣ ବା ଧାତୁସାର । 
(iii) ବିଭିନ୍ନ ପ୍ରକାର ଶାଗ, କ୍ଷୀର, ପନିପରିବା, ମୂଳା, ପିଜୁଳି, ଅଣ୍ଡା, ମାଣ୍ଡିଆ, ମକା, ମାଂସ, ଚୁନା ମାଛ ଆଦିରେ ଧାତୁସାର ଅଧିକ ପରିମାଣରେ ଥାଏ ।

ଉପକାର :

 (iv) ଧାତୁସାରଯୁକ୍ତ ଖାଦ୍ୟ ଖାଇଲେ ଆମ ହାଡ଼ ଶକ୍ତ ହୁଏ।(v) ଏହା ମଧ୍ୟ ରକ୍ତ ତିଆରି କରିବାରେ ସାହାଯ୍ୟ କରେ

୫।ସୁଷମ  ଖାଦ୍ୟ କ’ଣ ? ଆମେ ସୁଷମ ଖାଦ୍ୟ କାହିଁକି ଖାଇବା ଦରକାର ? 

ଉ :(i) ଯେଉଁ ଖାଦ୍ୟ ଖାଇଲେ ବିଭିନ୍ନ ଖାଦ୍ୟ ଉପାଦାନ ନିର୍ଦ୍ଦିଷ୍ଟ ଅନୁପାତରେ ଓ ଆବଶ୍ୟକତା ପରିମାଣରେ ମିଳିଥାଏ, ତାହାକୁ ସୁଷମ ଖାଦ୍ୟ କୁହାଯାଏ ।
 (ii) ଏହି ଖାଦ୍ୟ ଖାଇଲେ ଆମ ସ୍ୱାସ୍ଥ୍ୟ ଭଲ ରହେ ।
 (iii) ରୋଗ ଜୀବାଣୁ ମାନେ ଶରୀର ମଧ୍ୟରେ ପ୍ରବେଶ କରିପାରନ୍ତି ନାହିଁ ।
 (iv) ଦେହ ହୃଷ୍ଟପୁଷ୍ଟ ହେବା ସଙ୍ଗେ ସଙ୍ଗେ ଶରୀରର ବୃଦ୍ଧି ଆଶାନୁରୂପ ହୋଇଥାଏ । 
(v) ବୟସ ଅନୁସାରେ ତଥା ସ୍ତ୍ରୀ, ପୁରୁଷ ଆମିଷାଶୀ ଓ ନିରାମିଷାଶୀ ଭେଦରେ ମଧ୍ୟ ଏହି ଖାଦ୍ୟର ପରିମାଣ ବଦଳିଥାଏ ।
(vi) ଦୁଧରେ ସବୁପ୍ରକାର ଖାଦ୍ୟ ଥାଏ । ତେଣୁ ରୋଗୀ ଓ ଶିଶୁମାନଙ୍କ ପାଇଁ ଏହା ଏକ ସୁଷମ ଖାଦ୍ୟ ।

୬ । ବେଶି ଶାରୀରିକ ପରିଶ୍ରମ କରୁଥିବା ଲୋକ ଅଧିକ ଭାତ ଓ ରୁଟି ଖାଆନ୍ତି କାହିଁକି ? 


ଉ :(i) ବେଶି ଶାରୀରିକ ପରିଶ୍ରମ କରୁଥିବା ଲୋକ ପାଇଁ ଶ୍ୱେତସାର ଜାତୀୟ ଖାଦ୍ୟର ଗୁରୁତ୍ବ ରହିଛି; କାରଣ ଏହା ଶରୀରକୁ ଅଧିକ ଶକ୍ତି ଯୋଗାଇବା ସହ ଶରୀର ଗଠନରେ ସାହାଯ୍ୟ କରିଥାଏ ।
 (ii) ଭାତ ଓ ରୁଟିରେ ଅଧିକ ଶ୍ଵେତସାର ଥିବାରୁ ଶାରୀରିକ ପରିଶ୍ରମ କରୁଥିବା ଲୋକ ଏହାକୁ ଅଧିକ ପରିମାଣରେ ଖାଇଥାନ୍ତି ।

 ୭ ।ପ୍ରତିଦିନ ସବୁପ୍ରକାର ଖାଦ୍ୟ ମିଶାଇ ଖାଇବା କାହିଁକି ? 

ଉ :(i) ସବୁପ୍ରକାର ଖାଦ୍ୟ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ପରିମାଣରେ ଖାଇଲେ ଦେହ ସୁସ୍ଥ, ସବଳ ରହିବ ଓ କୌଣସି ରୋଗ ହେବନାହିଁ ।
 (ii) ତେଣୁ ବୟସ ଅନୁସାରେ ଶରୀର ପାଇଁ ଯେଉଁସବୁ ଖାଦ୍ୟ ଯେତିକି ପରିମାଣରେ ଦରକାର, ସେହି ଅନୁସାରେ ସୁଷମ ଖାଦ୍ୟ ଖାଇବା ଦରକାର ।

୮। ଭିଟାମିନ୍-B ଥିବା ଦୁଇଟି ଖାଦ୍ୟର ନାମ ଲେଖ ।

Q: (i) କ୍ଷୀର (ii) କଲିଜା

୯। ସ୍ନେହସାର ଜାତୀୟ ୪ଟି ଖାଦ୍ୟର ନାମ ଲେଖ ।

ଉ: (i) ଘିଅ (ii) ତେଲ (iii) ନଡ଼ିଆ (iv) ଚିନାବାଦାମ 

୧୦।ଶ୍ୱେତସାର ଖାଦ୍ୟବୋଲି କିପରି ଜାଣିବେ ? କେଉଁ କେଉଁ ଖାଦ୍ୟରେ ଶ୍ଵେତସାର ଜାତୀୟ ଅଧିକ ପରିମାଣରେ ଥାଏ ? 

ଉ :(i) ଶ୍ଵେତସାର ଖାଦ୍ୟ ପାଟିକୁ ମିଠା ଲାଗିଥାଏ । 
(ii) ଭାତ, ରୁଟି, ଆଳୁ, ଚୁଡ଼ା, ସୁଜି, ମକା, ଗାଜର, କଦଳୀ ଆଦି ଖାଦ୍ୟରେ ଶ୍ଵେତସାର ଅଧିକ ପରିମାଣରେ ଥାଏ ।

 ୧୧| ସ୍ନେହସାର ଜାତୀୟ ଖାଦ୍ୟକୁ ଚିହ୍ନିବା କିପରି ? ଏହା କେଉଁଥିରୁ ପାଇବା ?

 ଉ :(i) ହାତକୁ ତେଲିଆ ଲାଗୁଥିବା ଖାଦ୍ୟରେ ସ୍ନେହସାର ଅଧିକ ଥାଏ ।
(ii) ସେହି ଖାଦ୍ୟଗୁଡ଼ିକ ହେଲା- ଚର୍ବି, ଲଛୁଣି, ତେଲ, ଘିଅ, ଅଣ୍ଡାର କେଶର । 

 ୧୨। ଅଧିକ ସ୍ନେହସାରଯୁକ୍ତ ଖାଦ୍ୟ ଖାଇଲେ ଆମର କି କ୍ଷତି ହେବାର ସମ୍ଭାବନା ରହିଛି ?

 ଉ :(i) ସ୍ନେହସାରଯୁକ୍ତ ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇ ଥାଏ । କିନ୍ତୁ ଅଧିକ ପରିମାଣର ସ୍ନେହସାର ଯୁକ୍ତ ଖାଦ୍ୟ ଖାଇଲେ ତାହାକୁ ଆମେ ହଜମ କରି ନପାରି ଶରୀରର ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିପାରିବା ନାହିଁ । 
(ii) ଫଳରେ ଦେହର ବିଭିନ୍ନ ଅଂଶରେ ସ୍ନେହସାର ଜମିଯିବାର ସମ୍ଭାବନା ରହିଛି । 

୧୩। ପୁଷ୍ଟିସାର ଜାତୀୟ ଖାଦ୍ୟକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କ'ଣ କ'ଣ ଉଦାହରଣ ଦେଇ ଲେଖ। 
ଉ : ପୁଷ୍ଟିସାର ଜାତୀୟ ଖାଦ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା- ଉଦ୍ଭିଜ ପୁଷ୍ଟିସାର ଓ ପ୍ରାଣୀଜ ପୃଷ୍ଟିସାର ।
(i) ଉଦ୍ଭିଜ ପୃଷ୍ଟିସାର - ଡାଲି, ମଟର, ଶିମ୍ବ, ସୋୟାବିନ୍
(ii)ପ୍ରାଣୀଜ ପୃଷ୍ଟିସାର – ମାଛ, ମାଂସ, ଅଣ୍ଡା,କ୍ଷୀର, ଛେନା । 

୧୪ । ଜଳ ପିଇବା ଦ୍ଵାରା ଆମର କ'ଣ ଉପକାର ହୋଇଥାଏ ? 

 ଉ:(i) ଆମେ ଖାଉଥିବା ବିଭିନ୍ନ ଖାଦ୍ୟର ସାରାଂଶ ଜଳରେ ମିଶି ରକ୍ତକୁ ଯାଏ । 
(ii) ଏଣୁ ଆମ ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଜଳ ଆବଶ୍ୟକ 

୧୫। ଜଣେ ବ୍ୟକ୍ତି ଦିନକୁ କେତେ ପାଣି ପିଇବା ଦରକାର ? 

ଉ :(i) ଜଣେ ବ୍ୟକ୍ତି ଦିନକୁ ୪ ଲିଟର ବା ୧୦ ରୁ ୧୨ ଗ୍ଲାସ୍ ପାଣି ପିଇବା ଦରକାର । 
(ii) ଆମେ ଖାଉଥିବା ବିଭିନ୍ନ ପ୍ରକାର ଫଳ ଓ ପନିପରିବାରେ ମଧ୍ୟ ଜଳ ଥାଏ ।

୧୬। କେଉଁ ଜାତୀୟ ଖାଦ୍ୟ ହାତକୁ ତେଲିଆ ଲାଗେ ? 

ଉ : ସ୍ନେହସାର ଜାତୀୟ ଖାଦ୍ୟ ହାତକୁ ତେଲିଆ ଲାଗେ ।

  ୧୭।ପରିବାକୁ ଅଧିକ ସିଝାଇଲେ କ’ଣ ହେବ ? 

ଉ : ପରିବାକୁ ଅଧିକ ସିଝାଇଲେ ଖାଦ୍ୟସାର ନଷ୍ଟ ହେବ ।

୧୮। ଭିଟାମିନ୍ - C କେଉଁ ଖାଦ୍ୟରୁ ମିଳେ ?

 ଉ : ଲେମ୍ବୁ, କଞ୍ଚା ଲଙ୍କା, ପିଜୁଳି, ଅଁଳା, କମଳା, ତଟକା ପନିପରିବାରୁ ମିଳିଥାଏ ।

୧୯। ଖଣିଜ ଲବଣ ବା ଧାତୁସାର ଯୁକ୍ତ ଖାଦ୍ୟ ଖାଇଲେ କ’ଣ ଉପକାର ପାଇଥାଉ ? 

ଉ : ଧାତୁସାର ଯୁକ୍ତ ଖାଦ୍ୟ ଖାଇଲେ ଆମର ହାଡ଼ ଶକ୍ତ ହୁଏ । 

୨୦। ପନିପରିବାରୁ ଭିଟାମିନ୍ କିପରି ନଷ୍ଟ ହୋଇଯାଏ ?

 ଉ : ପନିପରିବାକୁ ଅଧିକ ସିଝାଇଲେ ବା କାଟି ଅଧିକ ସମୟ ପାଣିରେ ଭିଜାଇ ରଖିଲେ ସେଥିରେ ଥିବା ଭିଟାମିନ୍ ନଷ୍ଟ ହୋଇଯାଏ ।

୨୧। ସଂକ୍ଷିପ୍ତ ଟିପ୍ପଣୀ:-ଜୀବସାର : 

(i) ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ଅତି ଅଳ୍ପ ପରିମାଣର ଏକ ବିଶେଷ ଉପାଦାନ ଥାଏ । ଏହି ଉପାଦାନ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ । ଏହାକୁ ଭିଟାମିନ୍ ବା ଜୀବସାର କୁହାଯାଏ ।
(ii) ଶାଗ, ତଟକା ପନିପରିବା, କ୍ଷୀର, କଲିଜା, ମାଛ, ଅଣ୍ଡା, ଗଜାମୁଗ, ପିଜୁଳି, ଲେମ୍ବୁ, କରମଙ୍ଗା, ଜାମୁକୋଳି, କଞ୍ଚାଲଙ୍କା, ଗାଜର, ଅଅଁଳା, ବାସିତୋରାଣି ଆଦିରେ ଜୀବସାର ଅଧିକ ପରିମାଣରେ ଥାଏ । 
(iii)ଶରୀର ବୃଦ୍ଧି ଓ ସ୍ବାସ୍ଥ୍ୟରକ୍ଷା ନିମନ୍ତେ ଜୀବସାର ଏକାନ୍ତ ଆବଶ୍ୟକ ।

 ୨୨।ଆଜିକାଲି ସାଲାଡ଼ ଓ ଫଳ ଅଧିକ ପରିମାଣରେ ଖାଇବାକୁ କାହିଁକି କୁହାଯାଏ ? 

ଉ :(i) ବିଶେଷତଃ ସାଲାଡ଼ କହିଲେ ଆମେ କିଛି ଫଳ ସହ ଦହି ଓ ଲୁଣର ମିଶ୍ରଣକୁ ବୁଝିଥାଉ । 
(ii)ସାଲାଡ଼ ଓ ଫଳରେ ଅଧିକ ପରିମାଣରେ ଜୀବସାର ଥାଏ । 
(iii)ଜୀବସାର ଆମ ଦେହକୁ ନୀରୋଗ ରଖିବା ସହିତ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । 
(iv)ଏହା ଆମ ଶରୀର ବୃଦ୍ଧି ଓ ସ୍ଵାସ୍ଥ୍ୟ ରକ୍ଷା ନିମନ୍ତେ ଏକାନ୍ତ ଆବଶ୍ୟକ । 
(v)ଏହିସବୁ କାରଣରୁ ଆଜିକାଲି ସାଲାଡ଼ ଓ ଫଳ ଅଧୁକ ପରିମାଣରେ ଖାଇବାକୁ କୁହାଯାଏ ।

 ୨୩।ତୁମେ କେବଳ ଭାତ ଖାଇଲେ କଣ ହେବ ? 

ଉ : ଭାତରେ ଅଧିକ ପରିମାଣରେ ଶ୍ଵେତସାର ଜାତୀୟ ଖାଦ୍ୟସାର ଅଧିକ ପରିମାଣରେ ଥାଏ । ଅନ୍ୟାନ୍ୟ ଖାଦ୍ୟସାର କମ୍ ପରିମାଣରେ ଥାଏ । ତେଣୁ ଆମେ କେବଳ ଭାତ ଖାଇଲେ ଅନ୍ୟାନ୍ୟ ଖାଦ୍ୟସାର ଅଭାବ ଯୋଗୁ ଅନେକ ପ୍ରକାରର ରୋଗର ଶିକାର ହେବୁ । 

୨୪।ଆମେ ବିଭିନ୍ନ ପ୍ରକାର ଖାଦ୍ୟ ମିଶାଇ କାହିଁକି ଖାଇବା ? 

 ଉ : ଗୋଟିଏ ପ୍ରକାରର ଖାଦ୍ୟରେ ଶରୀରର ଆବଶ୍ୟକତା ଅନୁଯାୟୀ ଖାଦ୍ୟସାର ନ ଥାଏ । ଫଳରେ ଆମକୁ ବିଭିନ୍ନ ପ୍ରକାରର ରୋଗ ହୁଏ । ତେଣୁ ସବୁ ପ୍ରକାରର ଖାଦ୍ୟ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ପରିମାଣରେ ଖାଇଲେ ଶରୀର ପାଇଁ ଆବଶ୍ୟକ ପରିମାଣର ବିଭିନ୍ନ ଖାଦ୍ୟସାର ମିଳିଥାଏ । ଫଳରେ ଶରୀର ସୁସ୍ଥ, ସବଳ ଓ ରୋଗମୁକ୍ତ ରହେ । ଏଥିପାଇଁ ଆମେ ବିଭିନ୍ନ ପ୍ରକାରର ଖାଦ୍ୟ ମିଶାଇ ଖାଇବା ଉଚିତ ।

୨୫।ଆମେ ପାଣି ନ ପିଇଲେ କଣ ହେବ ? 

 ଉ: ଆମେ ଖାଉଥିବା ବିଭିନ୍ନ ଖାଦ୍ୟର ସାରାଂଶ ଜଳରେ ମିଶି ରକ୍ତକୁ ଯାଏ । ଆମେ ପାଣି ନ ପିଇଲେ ଆମର ଖାଦ୍ୟ ହଜମ ହେବ ନାହିଁ । ଆମ ଶରୀରରେ ରକ୍ତ ସଞ୍ଚାଳନ ହୋଇପାରିବ ନାହିଁ । ଆଉ ଖାଉଥିବା ବିଭିନ୍ନ ଖାଦ୍ୟର ସାରାଂଶ ଜଳରେ ମିଶି ରକ୍ତକୁ ଯାଇପାରିବ ନାହିଁ । ଶରୀର ଅଦରକାରୀ ପଦାର୍ଥ ମୂତ୍ର ଓ ଝାଳ ଆକାରରେ ବାହାରିଯାଇ ପାରିବ ନାହିଁ । ଫଳରେ ଆମେ ବିଭିନ୍ନ ରୋଗର ଶିକାର ହେବା । ଏଣୁ ଆମକୁ ଜଳ ପିଇବା ନିହାତି ଦରକାର । ଜଣେ ବ୍ୟକ୍ତି ଦିନକୁ ୪ ଲିଟର ବା ୧୦ ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ । 

୨୬।ତୁମେ ଖାଉଥିବା କେଉଁ କେଉଁ ଫଳରେ ଅଧିକ ପରିମାଣର ଜଳ ଥାଏ, ଲେଖ ।

 ଉ : ଆମେ ଖାଉଥିବା ବିଭିନ୍ନ ପ୍ରକାର ଫଳ ଓ ପନିପରିବାରେ ଜଳ ଥାଏ । ଆମେ ଖାଉଥିବା ତରଭୁଜ, କାକୁଡ଼ି, ଫୁଟିକାକୁଡ଼ି, ଅଙ୍ଗୁର, ଜାମୁରୋଳ ଆଦି ଫଳରେ ଅଧିକ ପରିମାଣରେ ଜଳ ଥାଏ ।

୨୭।ସବୁ ବୟସର ଲୋକଙ୍କୁ କ୍ଷୀର ପିଇବାକୁ କାହିଁକି କୁହାଯାଏ ? 

ଉ : କ୍ଷୀର ଏକ ସୁଷମ ଖାଦ୍ୟ ଅଟେ । ଏଥିରେ ସବୁ ପ୍ରକାରର ଖାଦ୍ୟସାର ଥାଏ । ଏଥିପାଇଁ ସବୁ ବୟସର ଲୋକଙ୍କୁ କ୍ଷୀର ପିଇବାକୁ କୁହାଯାଏ ।

୨୮ । ଖାଦ୍ୟରୁ ମିଳୁଥିବା ଖାଦ୍ୟସାରଗୁଡ଼ିକ କେଉଁ କାମରେ ଲାଗିଥାଏ ଲେଖ । 

(କ) କାର୍ଯ୍ୟ କରିବାକୁ ଶକ୍ତି ଦିଏ -
(ଖ) ଶରୀରର ବୃଦ୍ଧି କରେ – 
 (ଗ) ରୋଗକୁ ପ୍ରତିରୋଧ କରିବାରେ ସାହାଯ୍ୟ କରେ -
 (ଘ) ଦାନ୍ତ, ହାଡ଼ ଓ ରକ୍ତ ଗଠନରେ ସାହାଯ୍ୟ କରେ -
(ଙ) ଶରୀର ଗଠନରେ ମୁଖ୍ୟ ଭୂମିକା ନେଇଥାଏ – 

ଉ : (କ) ଶ୍ଵେତସାର (ଖ) ଜୀବସାର (ଗ) ଜୀବସାର (ଘ) ଧାତୁସାର (ଙ) ଶ୍ଵେତସାର 

 ୨୯। ଜୀବସାର ଜାତୀୟ ଖାଦ୍ୟ ନ ଖାଇଲେ କ’ଣ ହେବ?

ଉ : ଜୀବସାର ଜାତୀୟ ଖାଦ୍ୟ ନ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯିବ, ଶରୀର ବୃଦ୍ଧି ବାଧା ପାଇବା ଓ ବିଭିନ୍ନ ପ୍ରକାରର ରୋଗ ହେବ । 

୩୦। ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ବନ୍ଦ କରିଦେଲେ କ’ଣ ହେବ ?

ଉ : ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବା ବନ୍ଦ କରିଦେଲେ ଶରୀର ଗଠନ ବାଧାପ୍ରାପ୍ତ ହେବ ଓ କାର୍ଯ୍ୟ କରିବାକୁ ଶକ୍ତି ପାଇବ ନାହିଁ । 

୩୧।ଶ୍ୱେତସାର ଜାତୀୟ ଖାଦ୍ୟ ଖାଇଲେ ଆମର କ'ଣ ଉପକାର ହେବ ? 

ଉ : ଶ୍ୱେତସାର ଜାତୀୟ ଖାଦ୍ୟ ଆମ ଶରୀର ଗଠନରେ ମୁଖ୍ୟ ଭୂମିକା ନେଇଥାଏ । ଶ୍ୱେତସାର ଖାଦ୍ୟରୁ ଆମେ ଶକ୍ତି ପାଇଥାଉ।

୩୨। ବେଶି ଶାରୀରିକ ପରିଶ୍ରମ କରୁଥିବା ଲୋକ ଅଧିକ ଭାତ ଓ ରୁଟି କାହିଁକି ଖାଆନ୍ତି ? 

ଉ : ଭାତ ଓ ରୁଟିରେ ଅଧିକ ଶ୍ୱେତସାର୍ ଥାଏ । ଏହି ଖାଦ୍ୟ ଶରୀରକୁ କାମ କରିବାକୁ ଶକ୍ତି ଯୋଗାଇଥାଏ । ଏହି କାରଣରୁ ବେଶି ଶାରୀରିକ ପରିଶ୍ରମ କରୁଥିବା ଲୋକ ଅଧିକ ଭାତ ଓ ରୁଟି ଖାଆନ୍ତି ।

୩୩। ପୁଷ୍ଟିସାରଯୁକ୍ତ ଖାଦ୍ୟ ଆମ ପାଇଁ କାହିଁକି ଦରକାର ? 

ଉ : ପୁଷ୍ଟିସାରଯୁକ୍ତ ଖାଦ୍ୟ ଆମ ଶରୀରର ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏହା ଶରୀର ବୃଦ୍ଧି, ଶରୀରର କ୍ଷୟପୂରଣ ସହ ଆମର ସ୍ନାୟୁ, ଚର୍ମ, ବାଳ ଓ ନଖ ଇତ୍ୟାଦି ଗଠନ କରିଥାଏ । ତେଣୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଆମ ପାଇଁ ଦରକାର।

 ୩୪ । ନିମ୍ନଲିଖିତ  ଖାଦ୍ୟଗୁଡ଼ିକ ମଧ୍ୟରୁ କେଉଁଟି ଅନ୍ୟଠାରୁ ଭିନ୍ନ ଓ କାହିଁକି ଲେଖ ।

 (କ) ଭାତ, ରୁଟି, ଚୁଡ଼ା, ଡାଲି 

ଉ : ଡାଲି (ଏହା ପୃଷ୍ଟିସାର ଜାତୀୟ, ମାତ୍ର ଅନ୍ୟଗୁଡ଼ିକ ଶ୍ୱେତସାର ଜାତୀୟ) ।

(ଖ) ଚିନାବାଦାମ, ସୋୟାବିନ୍, ତେଲ, ଘିଅ । 

ଉ : ସୋୟାବିନ୍ (ଏହା ପୁଷ୍ଟିସାର ଜାତୀୟ, ମାତ୍ର ଅନ୍ୟଗୁଡ଼ିକ ସ୍ନେହସାର ଜାତୀୟ) । 

(ଗ) ପିଜୁଳି, ଅଁଳା, କ୍ଷୀର, କଞ୍ଚାଲଙ୍କା

 ଉ : କ୍ଷୀର (ଏହା ସୁଷମ ଖାଦ୍ୟ ମାତ୍ର ଅନ୍ୟଗୁଡ଼ିକ ଜୀବସାରଯୁକ୍ତ ଖାଦ୍ୟ) । 

୩୫ । ଶିଶୁ ପାଇଁ କ୍ଷୀର ଏକ ସୁଷମ ଖାଦ୍ୟ - କାହିଁକି ଲେଖ ।

ଉ : କ୍ଷୀରରେ ସମସ୍ତ ପ୍ରକାରର ଖାଦ୍ୟ ଉପାଦାନ ରହିଥାଏ । ତେଣୁ କ୍ଷୀର ଶିଶୁପାଇଁ ଏକ ସୁଷମ ଖାଦ୍ୟ ଅଟେ।

୩୬।ତୁମ ବୟସର ପିଲାମାନଙ୍କୁ ଆବଶ୍ୟକ ପରିମାଣର କ୍ଷୀର, ଅଣ୍ଡା, ମାଛ ଓ ମାଂସ ଖାଇବାକୁ ଡାକ୍ତର  କାହିଁକି କହନ୍ତି ? 

ଉ : ଆମ ବୟସର ପିଲାମାନଙ୍କୁ ଆବଶ୍ୟକ ପରିମାଣର କ୍ଷୀର, ଅଣ୍ଡା, ମାଛ ଓ ମାଂସ ଖାଇବାକୁ କହନ୍ତି, କାରଣ ଏହି ଖାଦ୍ୟରେ ଅଧିକ ପରିମାଣରେ ପୃଷ୍ଟିସାର ଥାଏ । ଏହି ଖାଦ୍ୟ ଶରୀରର ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରେ । ସ୍ନାୟୁ, ବାଳ ଓ ନଖ ଗଠନ କରିଥାଏ । ଏହି ଖାଦ୍ୟ ମଧ୍ୟ ଶରୀରର କ୍ଷୟ ପୂରଣରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏହି ଖାଦ୍ୟ ପିଲାମାନଙ୍କ ଶରୀରରେ ଉପଯୁକ୍ତ ଗଠନ କରିଥାଏ ।

୩୭। କେଉଁଥିରୁ ତେଲ ବାହାରେ?

ଉ : (i)ନଡ଼ିଆ, ସୋରିଷ, ରାଶି, ଚିନାବାଦାମ, ସୂର୍ଯ୍ୟମୁଖି ମଞ୍ଜି ଇତ୍ୟାଦିରୁ ତେଲ ବାହାରେ । 
 (ii)ଚବି, ଲହୁଣି, ତେଲ, ଘିଅ, ଅଣ୍ଡାର କେଶର ଇତ୍ୟାଦିରେ ସ୍ନେହସାର ଥାଏ । ଏହି ଖାଦ୍ୟ ଆମ ଶରୀରରୁ ଅଧିକ ଶକ୍ତି ଯୋଗାଇଥାଏ । 

୩୮।କ୍ଷୀରରେ ସ୍ନେହସାର ଅଛି କି ? କିପରି ଜାଣିବା ଲେଖ ।
 
ଉ : ଲହୁଣି ଓ ଘିଅ ସ୍ନେହସାର ଜାତୀୟ ଖାଦ୍ୟ । ଏହା କ୍ଷୀରରୁ ମିଳିଥାଏ । କ୍ଷୀରରୁ ଦହି ମିଳିଥାଏ, ଦହିକୁ ଗୋଳାଇଲେ ସେଥିରୁ ଲହୁଣି ମିଳିଥାଏ । ଏହି ଲହୁଣିକୁ ନିଆଁରେ ଗରମ କଲେ ସେଥିରୁ ଘିଅ ବାହାରି ଥାଏ । ତେଣୁ କ୍ଷୀରରେ ସ୍ନେହସାର ଅଛି । 

Comments

Popular posts from this blog

କଳାମାଣିକରେ

ପୃଥିବୀ ଓ ସୌରଜଗତ

ରାମାୟଣ