ପୃଥିବୀ ଓ ସୌରଜଗତ

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ ।

 (କ) ସୌରଜଗତ କହିଲେ କ’ଣ ବୁଝ ?

 ଉ :(i) ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଗୋଟିଏ ପରିବାର ଅଛି । 
 (ii) ଏହି ପରିବାରରେ ଆଠଟି ଗ୍ରହ, ତିନୋଟି ବାମନଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲକା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଅଛନ୍ତି । ଏହାକୁ ସୌରଜଗତ କୁହାଯାଏ ।

 (ଖ) ଦୂରତା କ୍ରମରେ ସୌରଜଗତ ଗ୍ରହଗୁଡ଼ିକର ନାମ ଲେଖ । 
ଉ : ଦୂରତା ଅନୁସାରେ ସୌରଜଗତ ଗ୍ରହଗୁଡ଼ିକର ନାମ; ଯଥାକ୍ରମେ- ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି,ଶନି, ୟୁରେନ୍ସ ଓ ନେପଚ୍ୟୁନ୍ । 

(ଗ) ପୃଥିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ?

ଉ :(i) ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ । ଏଥିରେ ଜଳ, ବାୟୁ ଓ ଅନ୍ୟାନ୍ୟ ଉପାଦାନ ଥିବାରୁ ଏହା ପୃଷ୍ଠରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇପାରିଛି।
(ii) ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାଙ୍କ ଆଶ୍ରୟସ୍ଥଳୀ ହୋଇଥିବାରୁ ଏହା ସୌରଜଗତର ଅଦ୍ବିତୀୟ ଗ୍ରହ ଭାବେ ପରିଚିତ । 

(ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ଦେଖୁ କାହିଁକି ?

 ଉ :(i) ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ବୁଲିବା ପାଇଁ ଏବଂ ପୃଥିବୀ ଚାରିପଟେ ପରିକ୍ରମା କରିବା ପାଇଁ ପ୍ରାୟ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ । 
(ii) ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍ରମଣ ସମୟ ପ୍ରାୟ ସମାନ।ଏଣୁ ଆମେ ସର୍ବଦା ଚନ୍ଦ୍ର ର ଗୋଟିଏ ପାର୍ଶ୍ବ ହିଁ ଦେଖୁଥାଉ । 

(ଙ) ବିଶ୍ୱବ୍ରହ୍ମାଣ୍ଡ କାହାକୁ ନେଇ ଗଠିତ ?

 ଉ : ଅନେକ ଛାୟାପଥ, ନୀହାରିକା ବା ନକ୍ଷତ୍ରପୁଞ୍ଜ, ତାରକା ବା ନକ୍ଷତ୍ର, ଗ୍ରହ, ଗ୍ରହାଣୁପୁଞ୍ଜ, ଉପଗ୍ରହ, ଉଲକା, ଧୂମକେତୁ ଇତ୍ୟାଦିକୁ ନେଇ ବିଶ୍ୱ ବ୍ରହ୍ମାଣ୍ଡ ଗଠିତ ହୋଇଛି । 

(ଚ) ଉପଗ୍ରହ କାହାକୁ କୁହାଯାଏ ? 

ଉ :(i) ଯେଉଁ ଜ୍ୟୋତିଷଗୁଡ଼ିକର ନିଜସ୍ୱ ଆଲୋକ ନ ଥାଏ ଏବଂ ସ୍ଥିର ଆଲୋକ ଦେଉଥିବା କୌଣସି ଗ୍ରହ ଚାରିପଟେ ପରିଭ୍ରମଣ କରୁଥା’ନ୍ତି, ସେଗୁଡ଼ିକୁ ଉପଗ୍ରହ କୁହାଯାଏ।
(ii) ଉଦାହରଣ ସ୍ୱରୂପ ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ।

(ଛ) ସପ୍ତର୍ଷିମଣ୍ଡଳ ସାହାଯ୍ୟରେ ତୁମେ ଧ୍ରୂବତାରାର ଅବସ୍ଥାନ କିପରି ନିର୍ଣ୍ଣୟ କରିବ ? 

ଉ :(i) ପୁଲହ ଓ କ୍ରତୁ ନକ୍ଷତ୍ର ଦୁଇଟିକୁ ଏକ କାଳ୍ପନିକ ରେଖାରେ ଯୋଗ କରି କ୍ରତୁ ଦିଗରେ ଉତ୍ତରକୁ ବଢ଼ାଇଲେ ତାହା ଏକ ଉଜ୍ଵଳ ତାରକା ପାଖରେ ପହଞ୍ଚିବ ।
 (ii) ସେହି ତାରକାଟି ହେଉଛି ଧୃବତାରା । ଏହା ସାହାଯ୍ୟରେ ଉତ୍ତର ଦିଗ ନିରୂପଣ କରାଯାଏ ।

 (ଜ) ଚନ୍ଦ୍ର ପୃଷ୍ଠ କେଉଁ କେଉଁ ପଦାର୍ଥରେ ଗଠିତ ? 

ଉ : ଚନ୍ଦ୍ର ପୃଷ୍ଠ ଅନେକ ଶିଳା, ସୁପ୍ତ ଆଗ୍ନେୟଗିରି, ଗହ୍ନର,  ପର୍ବତ ଓ ଧୂସର ବର୍ଣ୍ଣର ବିସ୍ତୀର୍ଣ୍ଣ ବାଲୁକାରାଶିରେ ଗଠିତ ।

 (ଝ) ଗ୍ରହାଣୁପୁଞ୍ଜ କାହାକୁ କୁହାଯାଏ ?

 ଉ :(i) ସୌର ଜଗତର ମଙ୍ଗଳ ଗ୍ରହ ଓ ବୃହସ୍ପତି ଗ୍ରହ ମଧ୍ୟରେ ଅସଂଖ୍ୟ ଛୋଟ ଛୋଟ ଉଜ୍ଜଳ ପିଣ୍ଡ ବା ଗ୍ରହାଣୁ ନିର୍ଦ୍ଦିଷ୍ଟ କକ୍ଷପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରୁଛନ୍ତି । ଏଗୁଡ଼ିକୁ ଗ୍ରହାଣୁ ପୁଞ୍ଜ କୁହାଯାଏ । 
 (ii) ଏଗୁଡ଼ିକ ଏକ ବୃହତ୍ ଗ୍ରହର ବିଭାଜନଜନିତ ଭଗ୍ନ ଅଂଶ ସମୂହ ବୋଲି ଜଣାପଡ଼ିଛି । 

(ଞ) ଛାୟାପଥ କହିଲେ କ’ଣ ବୁଝ ?

 ଉ :(i) ଶୀତଦିନେ ଆକାଶରେ ଉତ୍ତର ଦକ୍ଷିଣ ଭାବେ ଧଳା ଦିଶୁଥିବା ଏକ ବିସ୍ତୃତ ଆଲୋକପଥ ଦେଖାଯାଏ । 
(ii) ଏହା ଅନେକ ନକ୍ଷତ୍ର ପୁଞ୍ଜ ବା ନୀହାରିକାକୁ ନେଇ ଗଠିତ। ଏହାକୁ ଛାୟାପଥ କୁହାଯାଏ ।

 ୨ | ଶୁନ୍ୟସ୍ଥାନ ପୂରଣ କର ।

(କ) ଉଲ୍‌କା _ ରେ ଗଠିତ ।
(ଖ) ଆମ ସୌରଜଗତ __ ଛାୟାପଥରେ ଅବସ୍ଥିତ । 
(ଗ) ଦୂରତା ଅନୁସାରେ __ଗ୍ରହ ସୂର୍ଯ୍ୟଙ୍କର ନିକଟତମ ।
(ଘ) ପୃଥିବୀର __ ଟି ପ୍ରାକୃତିକ ଉପଗ୍ରହ ରହିଅଛି ।
 (ଙ) ମହାକାଶ ବିଜ୍ଞାନୀମାନେ __ ଗ୍ରହକୁ ସୌରଜଗତରୁ ବାଦ୍ ଦେଇଛନ୍ତି ।

 ଉ : (କ) ଧୂମକେତୁର ଭଗ୍ନାବଶେଷ (ଖ) ଆକାଶ ଗଙ୍ଗା (ଗ) ବୁଧ (ଘ) ୧ (ଡ) ପ୍ଲୁଟୋ 

୩ । ନିମ୍ନଲିଖୁତ ଉକ୍ତିଗୁଡ଼ିକ ମଧ୍ୟରୁ ଠିକ୍ ଉକ୍ତି ପାଖରେ √ ଚିହ୍ନ ଦିଅ ।

 (କ) ନକ୍ଷତ୍ରମାନଙ୍କର ନିଜର ଆଲୋକ ଓ ଉତ୍ତାପ ରହିଅଛି। 
(ଖ) ଗ୍ରହମାନଙ୍କର କକ୍ଷପଥ ସଂପୂର୍ଣ୍ଣ ବୃତ୍ତାକାର।
(ଗ) ଗ୍ରହ ମାନେ ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପରିକ୍ରମଣ କରିଥାଆନ୍ତି । (ଘ) ୟୁରେସ ଗ୍ରହର ପରିକ୍ରମଣ ସମୟ ୪୮ ବର୍ଷ ।
 (ଙ) କୃତ୍ରିମ ଉପଗ୍ରହଗୁଡ଼ିକ ପୃଥିବୀ ତଥା ଅନ୍ୟ ଗ୍ରହଗୁଡ଼ିକୁ ପରିକ୍ରମଣ କରନ୍ତି ।

 ଉ: (କ)√ (ଖ)× (ଗ ) √(ଘ) x (ଙ) √

 ୪ । ନିମ୍ନଲିଖୁତ ପ୍ରତ୍ୟେକ ଯୋଡ଼ା ମଧ୍ୟରେ ପାର୍ଥକ୍ୟ ନିରୂପଣ କର ।

(କ) ଗ୍ରହ ଓ ନକ୍ଷତ୍ର

 ଉ : ଗ୍ରହ
 (i) ଗ୍ରହ ଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ ନାହିଁ । ଏହା ସୂର୍ଯ୍ୟଙ୍କର ଆଲୋକରେ ଆଲୋକିତ । 
(ii) ସୌରଜଗତରେ ୮ଟି ଗ୍ରହ ଓ ୩ଟି  ବାମନଗ୍ରହ ଅଛନ୍ତି। (iii) ଗ୍ରହଗୁଡ଼ିକ ଗତିଶୀଳ ହୋଇ ଆଲୋକ ପ୍ରଦାନ କରନ୍ତି।

ନକ୍ଷତ୍ର
 (i) ନକ୍ଷତ୍ର ଗୁଡ଼ିକର ନିଜର  ଆଲୋକ ଓ ଉତ୍ତାପ ଅଛି ।
 (ii) ମହାକାଶରେ ସୂର୍ଯ୍ୟଙ୍କ ସମେତ ଅସଂଖ୍ୟ ନକ୍ଷତ୍ର ଅଛନ୍ତି। 
(iii) ନକ୍ଷତ୍ରଗୁଡ଼ିକ ସ୍ଥିର ଭାବରେ ଆଲୋକ ପ୍ରଦାନ କରନ୍ତି ।

(ଖ) ପ୍ରାକୃତିକ ଉପଗ୍ରହ ଓ କୃତ୍ରିମ ଉପଗ୍ରହ :

ଉ : ପ୍ରାକୃତିକ ଉପଗ୍ରହ ।
 (i) ସୌର ଜଗତର ୮ଟି ଗ୍ରହ ମାନଙ୍କ ମଧ୍ୟରୁ କେତେକ ଗ୍ରହମାନଙ୍କର  ଉପଗ୍ରହ ରହି ଅଛି । ଏଗୁଡ଼ିକ ପ୍ରାକୃତିକ ଉପଗ୍ରହ ।
 (ii) ଏହା ସୌରଜଗତ ସୃଷ୍ଟି ହେବା ଦିନଠାରୁ ନିଜ ନିଜର ଅକ୍ଷ ଓ କକ୍ଷ ପଥରେ ପରିକ୍ରମା କରୁଅଛନ୍ତି ।
 (iii) ଚନ୍ଦ୍ର ପୃଥିବୀର ଏକ ପ୍ରାକୃତିକ ଉପଗ୍ରହ ।

କୃତ୍ରିମ ଉପଗ୍ରହ |
 (i) କୃତ୍ରିମ ଉପଗ୍ରହ ଗୁଡ଼ିକ ମନୁଷ୍ୟ ଦ୍ଵାରା ତିଆରି 6ହ।ଇଥ।ଏ । ବୈଜ୍ଞାନିକମାନେ ଏହାକୁ ତିଆରି କରି ମହାକାଶକୁ ପଠାଇଥା’ନ୍ତି ।
 (ii) ଏହାକୁ ରକେଟ୍ ଯାନରେ ପ୍ରେରିତ କରି ପୃଥିବୀ ପୃଷ୍ଠରୁ ଊର୍ଦ୍ଧରେ ନିଜ କକ୍ଷ ପଥରେ ସ୍ଥାପନ କରାଯାଇଅଛି । 
 (iii) INSAT ,IRS ଇତ୍ୟାଦି କୃତ୍ରିମ ଉପଗ୍ରହ ।

(ଗ) ନକ୍ଷତ୍ର ଓ ନୀହାରିକା

 ଉ : ନକ୍ଷତ୍ର 
(i) ଗୋଟିଏ ଗୋଟିଏ ନୀହାରିକାରୁ ଅସଂଖ୍ୟ ନକ୍ଷତ୍ର ସୃଷ୍ଟି ହୋଇପାରେ । 
(ii) ନକ୍ଷତ୍ର ଗୁଡ଼ିକ କେବଳ ଗୋଲାକାର ।
(iii) ନକ୍ଷତ୍ର ଗୁଡ଼ିକର ନିଜର ଆଲୋକ ଓ ଉତ୍ତାପ  ଅଛି ।

 ନୀହାରିକା:-
 (i) ଅନେକ ନକ୍ଷତ୍ର ଓ ନକ୍ଷତ୍ର ପୁଞ୍ଜର ସମଷ୍ଟିରେ ନୀହାରିକା ଗଠିତ ।
 (ii) କିନ୍ତୁ ନୀହାରିକାଗୁଡ଼ିକ ମଧ୍ୟରୁ କେତେକ ଗୋଲାକାର ଓ ଆଉ  କେତେକ ଚେପଟା ।
 (iii) ନୀହାରିକାର ମଧ୍ୟ ନିଜର ଆଲୋକ ଓ ଉତ୍ତାପ ଅଛି।

Comments

Popular posts from this blog

କଳାମାଣିକରେ

ରାମାୟଣ