Posts
Showing posts with the label ୭ମ ସାହିତ୍ୟ
ରାମାୟଣ
- Get link
- X
- Other Apps
୧ । ଉତ୍ତର କୁହ । (କ) ରାମଙ୍କ ବନ ଗମନ ଖବର ପାଇ ଅଯୋଧ୍ୟାବାସୀ କାହିଁକି କ୍ରନ୍ଦନ କଲେ ? ଉ : ରାମଚନ୍ଦ୍ରଙ୍କର ନାନା ସଦ୍ଗୁଣ ଥିବାରୁ ପ୍ରଜାମାନେ ତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ । ତେଣୁ ତାଙ୍କର ବନଗମନ ଖବର ପାଇ ଅଯୋଧ୍ୟାବାସୀ କ୍ରନ୍ଦନ କଲେ । (ଖ) କୈକେୟୀ ଦଶରଥଙ୍କୁ କେଉଁ ଦୁଇଟି ବର ମାଗିଥିଲେ ? ଉ : ରାମଚନ୍ଦ୍ରଙ୍କର ଅଭିଷେକୋତ୍ସବ ଆୟୋଜନ ଚାଲିଥିବାବେଳେ କୈକେୟୀ ବର ଦୁଇଟି ମାଗି ବସିଲେ । ପ୍ରଥମ ବରରେ ନିଜ ପୁତ୍ର ଭରତ ଅଯୋଧ୍ୟାର ସିଂହାସନ ଆରୋହଣ କରିବେ ଓ ଦ୍ବିତୀୟରେ ରାମଚନ୍ଦ୍ର ଚଉଦବର୍ଷ ନିମନ୍ତେ ବନ ଗମନ କରିବେ । (ଗ) ଦଶରଥ କେଉଁ ପରିସ୍ଥିତିରେ ପ୍ରାଣତ୍ୟାଗ କଲେ ? ଉ : ରାମଚନ୍ଦ୍ର ଦଶରଥଙ୍କର ପ୍ରିୟସୁତ ଥିଲେ । ପିତୃ ସତ୍ୟ ରକ୍ଷାକରିବା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କଲାପରେ ଦୁଃଖରେ ଦଶରଥ ଭାଙ୍ଗିପଡ଼ିଲେ ଓ ତାଙ୍କୁ ଝୁରି ଝୁରି ଅଳ୍ପଦିନ ମଧ୍ୟରେ ପ୍ରାଣତ୍ୟାଗ କଲେ । (ଘ) ଭରତ ଚିତ୍ରକୂଟରୁ ଫେରି କିଭଳି ରାଜ୍ୟ ଶାସନ କଲେ ? କିମ୍ବା, ଅଯୋଧ୍ୟାର ପ୍ରଜାମାନେ ଭରତଙ୍କୁ ଧନ୍ୟ ଧନ୍ୟ କହୁଥିଲେ କାହିଁକି ? ଉ : ମାତୁଳାଳୟରୁ ଫେରିବା ପରେ ଭରତ ନିଜ ମାତାଙ୍କର ଅନ୍ୟାୟ ବୁଝିପାରି ରାମଙ୍କୁ ଗୃହକୁ ଲେଉଟାଇ ଆଣିବା ନିମନ୍ତେ ବନକୁ ଗମନ କଲେ । ଚିତ୍ରକୂଟ ପର୍ବତ ଉପରେ ରାମ, ଲକ୍ଷ୍ମଣ ଓ ସୀତାଙ୍କର ବନବାସୀ ରୂପ ଦେଖି ଅଗ୍ରଜ ରାମଚନ୍ଦ୍ରଙ୍କର ଚରଣ ଧରି ଅଯୋଧ୍ୟା ପ୍ରତ୍...
ବାଳୁତ ବୀର ସେ
- Get link
- X
- Other Apps
୧ । ଉତ୍ତର କୁହ । (କ) ବର୍ଷାବତାସି ବେଳେ ନାଉରି ଟୋକା କେଉଁଠି ଥିଲା ? ଉ : ବର୍ଷାବତାସି ବେଳେ ନାଉରି ଟୋକା ଘାଟରୁ ବିଲକୁ ନାଆ ଭିଡ଼ିନେଇ ସନ୍ଧ୍ୟା ସମୟରୁ ଡଙ୍ଗାରେ ଚେଇଁ ଶୋଇଥିଲା । (ଖ) ସେ କାହାର ଆଦେଶରେ କେଉଁଠିକି ନାଆ ନେଇଥିଲା ? ଉ : ସେ ଦେଶର ଆଦେଶରେ ଅର୍ଥାତ୍ ଜାତି ଭାଇଙ୍କ ଆଦେଶରେ ବିଲକୁ ନାଆ ନେଇଥିଲା । (ଗ) ନାଉରି ଟୋକାକୁ କେଉଁମାନେ ଡାକିଲେ ? ଉ : ନାଉରି ଟୋକାକୁ ଗୋରା ଫଉଜମାନେ ଡାକିଲେ । (ଘ) ସେମାନେ ନାଉରି ଟୋକାକୁ ଡାକି କ’ଣ କହିଲେ ? ଉ : ସେମାନେ ନାଉରି ଟୋକାକୁ ଡାକି କୂଳରେ ନାଆ ଲଗାଇ ଗାଆଁ ଲୋକମାନେ ଦେଖିବା ଜାଣିବା ପୂର୍ବରୁ ସେମାନଙ୍କୁ ପାରି କରାଇବାକୁ କହିଲେ । (ଙ) ନାଉରି ଟୋକା ସେମାନଙ୍କ କଥା ଶୁଣି କ'ଣ କଲା ? ଉ : ନାଉରି ଟୋକା ସେମାନଙ୍କ କଥାଶୁଣି ଓଠକୁ ଓଠରେ ଚାପି ହସିଲା ଏବଂ ମଝି ବିଲରେ ଦୂରକୁ ଦୂରକୁ ନାଆ ବାହିନେଲା । (ଚ) ଏହାପରେ କ'ଣ ହେଲା ? ଉ : ଏହାପରେ ଗୋରା ଫଉଜମାନେ ରାଗି ଗଲେ । ସେମାନେ ବାଜି ରାଉତକୁ ଗୁଳିକରି ହତ୍ୟା କଲେ । ପହଁରି ପହଁରି ଯାଇ ନାଆରେ ଟଳିପଡ଼ିଥିବା ବାଜି ରାଉତର କପାଳକୁ ସଙ୍ଗିନ ମୁନରେ ଭୁଷିଦେଲେ । ୨ । ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ । (କ) ବାଳୁତ ବୀର ବୋଲି କାହିଁକି କୁହାଯାଇଛି ? ଉ : ନାଉରି ବ...
ଛୋଟ ମୋର ଗାଆଁଟି
- Get link
- X
- Other Apps
୧। ଉତ୍ତର କୁହ । (କ) କବିତାଟିରେ କାହା କଥା ବର୍ଣ୍ଣନା କରାଯାଇଅଛି ? ଉ: କବିଙ୍କର ଜନ୍ମମାଟି ତଥା ଗାଆଁ କଥା ବର୍ଣ୍ଣନା କରାଯାଇଅଛି। (ଖ) ଜୀବନର ଯେଉଁ ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁ ମାଟି ଜଡ଼ିତ, ତାହା କୁହ ? ଉ : ଜନ୍ମ ଓ ମୃତ୍ୟୁ ଭଳି ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁମାଟି ଜଡ଼ିତ। (ଗ) କାହାର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି ? ଉ : କବିଙ୍କ ଗାଆଁ ମାଟିର ପବିତ୍ର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି । (ଘ) କବି ନିଜ ଗାଁରୁ କ’ଣ କ’ଣ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ? ଉ : କବି ନିଜ ଗାଆଁରୁ ପ୍ରାଣ, କଥା, ଚାହାଁଣି ଓ କବିତ୍ବ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି । (ଙ) କେଉଁଠାରେ ବସି ସେସବୁକୁ ମନେ ପକାଉଛନ୍ତି ? ଉ : କବି ପ୍ରବାସରେ ବସି ସେ ସବୁକୁ ମନେ ପକାଉଛନ୍ତି। ୨ । ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ) (କ) କବି ନିଜର ଜନ୍ମ ସମ୍ବନ୍ଧରେ କ’ଣ କହିଛନ୍ତି ? ଉ : କବି ଗୋଟିଏ ଛୋଟ ଗାଆଁରେ ଜନ୍ମ ଲାଭ କରିଥିବା କଥା କହିଛନ୍ତି । ଭୂଗୋଳ ପୋଥି ପତରରେ ସେହି ଗାଆଁର ନାମ ନଥିଲେ ମଧ୍ୟ ସେହି ଗାଆଁର ଏନ୍ତୁଡ଼ିଶାଳରେ କବି ଜନ୍ମ ଗ୍ରହଣ କରିଛନ୍ତି ଏବଂ ସେଇଠି ମଧ୍ୟ ତାଙ୍କର ଚିତାଗ୍ନି ଜଳିବ ବୋଲି ସେ କହିଛନ୍ତି ।...
କହିବି କଥାଟି
- Get link
- X
- Other Apps
୧ । ଉତ୍ତର କୁହ । (କ) ମାଆ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ? ଉ : ମାଆ ପୁଅକୁ ବାପ, ଧନ, ବାବୁ ଓ ଗଣ୍ଠିଧନ ଆଦି ବୋଲି ସମ୍ବୋଧନ କରିଛନ୍ତି । (ଖ) ଧୂଳି ମାଟିରେ ପିଲା କ’ଣ ସବୁ ଗଢ଼ିଥାଏ ? ଉ : ଧୂଳି ମାଟିରେ ପିଲା ପଶୁ, ପକ୍ଷୀ, ଜୀବ, ଦେବତା ଓ ଦେଉଳ ଆଦି ଗଢ଼ିଥାଏ । (ଗ)ସାରଳା ଦାସ କାହିଁକି ବିଖ୍ୟାତ ? ଉ : ଶୂଦ୍ରମୁନି ସାରଳା ବାସ ଓଡ଼ିଆ ମହାଭାରତ ଲେଖିଥିବାରୁ ସେ ବିଖ୍ୟାତ । ଏହି ମହାଭାରତ ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ । (ଘ) ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ । ଉ : ପ୍ରାଚୀନ ଓଡ଼ିଶାର କେତେ ଜଣ ବୀର ହେଲେ –ଐର ଖାରବେଳ, ଅନଙ୍ଗଭୀମ ଦେବ, କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବ । (ଙ) ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ । ଉ : ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିର ହେଉଛି – ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୂବନେଶ୍ବରର ଲିଙ୍ଗରାଜ ମନ୍ଦିର ଏବଂ ରାଜାରାଣୀ ମନ୍ଦିର । ୨ । ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ । (କ) ପୁଅକୁ ଲବଣି ପିତୁଳା କହିବାର ଅର୍ଥ କ'ଣ ? ଉ : ଲବଣି ଅର୍ଥ ହେଉଛି ଲହୁଣି, ପିତୁଳାର ଅର୍ଥ ପ୍ରତିମା । ମାଆ ସ୍ନେହରେ ପୁତ୍ର ସନ୍ତାନକୁ ତା’ର ଅଙ୍ଗର କୋମଳତାକୁ ବିଚାରକୁ ନେଇ ଲବଣି ପିତୁଳା ବୋଲି କହିବା ଯଥାର୍ଥ । (ଖ) ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି ...
ଦେଖିନାହିଁ କେତେ ଦିନୁ ଖଣ୍ଡଗିରି
- Get link
- X
- Other Apps
୧ । ଉତ୍ତର କୁହ । (କ) କବିତାଟିରେ ବର୍ଣ୍ଣିତ ସ୍ଥାନ କେଉଁଠି ଅବସ୍ଥିତ ? ଉ : କବିତାଟିରେ ବର୍ଣ୍ଣିତ ସ୍ଥାନ ଖଣ୍ଡଗିରି, ଭୁବନେଶ୍ବରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ । (ଖ) କବି ଖଣ୍ଡଗିରିକୁ ଉତ୍କଳ ଗୌରବର ପ୍ରତୀକ ରୂପେ କାହିଁକି ବର୍ଣ୍ଣନା କରିଛନ୍ତି ? ଉ : ଖଣ୍ଡଗିରିରେ ଉତ୍କଳର ଇତିହାସ ସବୁ ଅମର ଅକ୍ଷରରେ ଅଙ୍କିତ ହୋଇ ରହିଥିବାରୁ କବି ଏହାକୁ ଉତ୍କଳର ଗୌରବର ପ୍ରତୀକ ରୂପେ ବର୍ଣ୍ଣନା କରିଛନ୍ତି । (ଗ) ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭିଯାଉଛି ? ଉ : କାଳର ପ୍ରଭାବରେ ଖଣ୍ଡଗିରି ଜନସ୍ମୃତିରୁ ଲିଭିଯାଉଛି । (ଘ) କବିତାରେ ରାଣୀହଂସପୁର ସମ୍ପର୍କରେ କବି କ’ଣ କହିଛନ୍ତି ? ଉ : ମହାକାଳ ନୀରରେ ବୁଦ ବୁଦ ଭଳି କଳିଙ୍ଗର ବିଭବ ମିଶିଯାଇଛି । ତଥାପି ରାଣୀହଂସପୁର ନାରଖାର ଅବସ୍ଥାରେ ଠିଆ ହୋଇ ରହି ଅତୀତର ସେ ଗାଥାର ସାକ୍ଷୀ ଦେଉଛି ବୋଲି କବି ଏହି କବିତାରେ ରାଣୀ ହଂସପୁର ସମ୍ପର୍କରେ କହିଛନ୍ତି । (ଙ) ସାଧୁଧର୍ମ ବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତ ବାସୀଙ୍କ ସମ୍ପର୍କରେ କବିତାରେ କ’ଣ କୁହାଯାଇଛି ? ଉ : ସାଧୁଧର୍ମବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତବାସୀମାନେ ବହୁ ଅଦ୍ଭୁତ କାହାଣୀ କହନ୍ତି । କେତେ ଜୀର୍ଣ୍ଣ ସ୍ମୃତି କଠାଉ ଆଣି ସେମାନେ ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣ ଦେଖାନ୍ତି ବୋଲି କବିତାରେ କୁହାଯାଇଛି । ୨ | ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲ...