କହିବି କଥାଟି
୧ । ଉତ୍ତର କୁହ ।
(କ) ମାଆ ପୁଅକୁ କ’ଣ କହି ସମ୍ବୋଧନ କରିଛନ୍ତି ?
ଉ : ମାଆ ପୁଅକୁ ବାପ, ଧନ, ବାବୁ ଓ ଗଣ୍ଠିଧନ ଆଦି ବୋଲି ସମ୍ବୋଧନ କରିଛନ୍ତି ।
(ଖ) ଧୂଳି ମାଟିରେ ପିଲା କ’ଣ ସବୁ ଗଢ଼ିଥାଏ ?
ଉ : ଧୂଳି ମାଟିରେ ପିଲା ପଶୁ, ପକ୍ଷୀ, ଜୀବ, ଦେବତା ଓ ଦେଉଳ ଆଦି ଗଢ଼ିଥାଏ ।
(ଗ)ସାରଳା ଦାସ କାହିଁକି ବିଖ୍ୟାତ ?
ଉ : ଶୂଦ୍ରମୁନି ସାରଳା ବାସ ଓଡ଼ିଆ ମହାଭାରତ ଲେଖିଥିବାରୁ ସେ ବିଖ୍ୟାତ । ଏହି ମହାଭାରତ ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ ।
(ଘ) ପ୍ରାଚୀନ ଓଡ଼ିଶାର କେତେଜଣ ବୀରଙ୍କ ନାମ କୁହ ।
ଉ : ପ୍ରାଚୀନ ଓଡ଼ିଶାର କେତେ ଜଣ ବୀର ହେଲେ –ଐର ଖାରବେଳ, ଅନଙ୍ଗଭୀମ ଦେବ, କପିଳେନ୍ଦ୍ର ଦେବ ଓ ପୁରୁଷୋତ୍ତମ ଦେବ ।
(ଙ) ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିରର ନାମ କୁହ ।
ଉ : ଓଡ଼ିଶାର ତିନୋଟି ପ୍ରାଚୀନ ମନ୍ଦିର ହେଉଛି – ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଭୂବନେଶ୍ବରର ଲିଙ୍ଗରାଜ ମନ୍ଦିର ଏବଂ ରାଜାରାଣୀ ମନ୍ଦିର ।
୨ । ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ପୁଅକୁ ଲବଣି ପିତୁଳା କହିବାର ଅର୍ଥ କ'ଣ ?
ଉ : ଲବଣି ଅର୍ଥ ହେଉଛି ଲହୁଣି, ପିତୁଳାର ଅର୍ଥ ପ୍ରତିମା । ମାଆ ସ୍ନେହରେ ପୁତ୍ର ସନ୍ତାନକୁ ତା’ର ଅଙ୍ଗର କୋମଳତାକୁ ବିଚାରକୁ ନେଇ ଲବଣି ପିତୁଳା ବୋଲି କହିବା ଯଥାର୍ଥ ।
(ଖ) ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି କିପରି ଜଣାପଡୁଛି ?
ଉ : ପ୍ରାଚୀନ ଓଡ଼ିଶାର ଶିଳ୍ପକଳା ଥିଲା ଗୌରବମୟ । ଓଡ଼ିଶାର ଶିଳ୍ପୀମାନେ ତିଆରି କରିଥିବା ପୁରୀ, କୋଣାର୍କ, ଖିଚିଂ ଏବଂ ଭୁବନେଶ୍ବରରେ ବିଭିନ୍ନ ଉତ୍କୃଷ୍ଟ ମନ୍ଦିର ଦେଖିଲେ ଓଡ଼ିଆମାନେ ବଡ଼ କାରିଗର ଥିଲେ ବୋଲି ଜଣାପଡ଼ୁଛି ।
(ଗ) ପୁଅକୁ ମାଆ ପ୍ରାଚୀନ ଓଡ଼ିଶା ବିଷୟରେ କହିବାର ଉଦ୍ଦେଶ୍ୟ କ'ଣ ?
ଉ : ପ୍ରାଚୀନ ଓଡ଼ିଶାର ଗୌରବ ଗାଥା ଏ ଜାତିର ମହତ୍ତ୍ୱକୁ ପ୍ରକାଶ କରିଥାଏ । ପୁଅକୁ ମାଆ ସେ ବିଷୟରେ କହିବାର ଉଦ୍ଦେଶ୍ୟ ପୁଅ ତା ଜାତିର ଗୌରବକୁ ବୁଝି ପାରିବ ।
(ଘ) ପୁଅ କିପରି ଓଡ଼ିଆ ବୋଲି ଗର୍ବର ସହିତ ମଥା ଟେକି ଚାଲିପାରିବ ?
ଉ : ପୁଅ ପ୍ରତିଦିନ ତା’ର ପୂର୍ବ ପୁରୁଷଙ୍କ ଗୌରବର କଥା ମନେ ପକାଇ ଓଡ଼ିଆ ବୋଲି ଗର୍ବର ସହିତ ମଥା ଟେକି ଚାଲିପାରିବ ।
(ଙ) ସଞ୍ଜ ଆଳତିରେ ଜଳେ ତ ତାଙ୍କରି ବତି’ କହିବାର ତାତ୍ପର୍ଯ୍ୟ କ’ଣ ?
ଉ : ଓଡ଼ିଆ ଶିଳ୍ପୀର ଗୌରବର କାହାଣୀ ଲକ୍ଷ ଲକ୍ଷ ଦେଉଳରେ ସଞ୍ଜ ସକାଳର ବତି ଭଳି ଉଜ୍ଜଳି ଉଠୁଥାଏ ବୋଲି ଏକ ତାତ୍ପର୍ଯ୍ୟପୂର୍ଣ୍ଣ କଥା ଏଠାରେ କୁହାଯାଇଛି ।
୩ । ସରଳ ଭାଷାରେ ବୁଝାଇ ଲେଖ ।
(କ)“ପଥର ଉପରେ ଆଙ୍କିଛନ୍ତି ଛବି ଅପରୂପ ମନୋହର।"
“ପଥର ......….. ମନୋହର।"
ଶଂସିତ ପଦ୍ୟାଂଶଟି ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ "କହିବି କଥାଟି'' ପଦ୍ୟରୁ ଆନୀତ । ଓଡ଼ିଶାର କାରିଗରମାନେ ମନ୍ଦିରର ପାଷାଣ ଗାତ୍ରରେ କିପରି ଅପରୂପ ଶୋଭା ଖୋଦନ କରିଯାଇଛନ୍ତି ଓ ନଦୀବନ୍ଧମାନ ନିର୍ମାଣ କରି କିପରି କାରିଗରୀ କୌଶଳର ପରାକାଷ୍ଠା ପ୍ରଦର୍ଶନ କରିଯାଇଛନ୍ତି ତାହା ଏଠାରେ ବର୍ଣ୍ଣନା କରାଯାଇଛି ।
ଅତୀତ ଉତ୍କଳର କାରିଗରମାନେ କଳା, ସ୍ଥାପତ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଯାଇଛନ୍ତି । ନିହାଣ ମୁନରେ ପ୍ରସ୍ତର ଦେହରେ ସୃଷ୍ଟି କରିଯାଇଛନ୍ତି ଅପୂର୍ବ କଳା କୌଶଳ । ଆଜି ମଧ୍ୟ ମନ୍ଦିରମାନଙ୍କର ସେହି କାରୁକଳା ଦେଶବିଦେଶରେ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । କୋଣାର୍କ, ପୁରୀ ଓ ଭୁବନେଶ୍ବରର ମନ୍ଦିରମାନଙ୍କରେ ଥିବା ଉଚ୍ଚମାନର କଳାନୈପୁଣ୍ୟ ଦର୍ଶକମାନଙ୍କୁ ବିସ୍ମୟାଭିଭୂତ କରୁଛି । ମହାନଦୀ ଓ କାଠଯୋଡ଼ିର ପଥର ବନ୍ଧ, ବିନ୍ଦୁ ସରୋବର ଆଦି ପୁଷ୍କରିଣୀମାନଙ୍କର ନିର୍ମାଣ ଏବେ ମଧ୍ୟ ଓଡ଼ିଆ ଜାତିର କାରିଗରୀ କୌଶଳର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । କବି ଏଠାରେ ଉତ୍କଳୀୟମାନଙ୍କୁ ତାଙ୍କର ଗୌରବପୂର୍ଣ୍ଣ ଅତୀତର ଅଧ୍ୟାୟ ସ୍ମରଣ କରାଇ ଦେଇଛନ୍ତି ।
ପ୍ରସଙ୍ଗଟି ମନଛୁଆଁ ।
(ଖ)" କିଏ ସରି ହେବ ଗୁଣ ଜ୍ଞାନେ ତାଙ୍କୁ କିଏ ସରିହେବ ତେଜେ।"
ଉ :" କିଏ .....ତେଜେ।"
ଶଂସିତ ପଦ୍ୟାଂଶଟି ନାରୀକବି କୁନ୍ତଳା କୁମାରୀ ସାବତଙ୍କ ରଚିତ “କହିବି କଥାଟି’' ପଦ୍ୟରୁ ଆନୀତ । ଏଠାରେ କବୀ ଉତ୍କଳୀୟ ରାଜା ମହାରାଜାମାନଙ୍କର ଗୁଣ, ଜ୍ଞାନ ଓ ବୀରତ୍ବ ଗରିମାର କାହାଣୀ ଅବତାରଣା କରିଛନ୍ତି ।
ଓଡ଼ିଶାର ପରାକ୍ରମଶାଳୀ ରାଜାମାନଙ୍କ ମଧ୍ୟରେ ଗଜପତି ପୁରୁଷୋତ୍ତମ ଦେବ, ଯଯାତି କେଶରୀ, ଅନଙ୍ଗଭୀମ ଦେବ ଓ ଐର ଖାରବେଳ ଆଦି ଅନ୍ୟତମ । ଯୁଦ୍ଧକ୍ଷେତ୍ରରେ ସେମାନେ ଅପୂର୍ବ ବୀରତ୍ବ ପ୍ରଦର୍ଶନ କରି ଓଡ଼ିଶାର ସୀମାକୁ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ କରାଇଥିଲେ । ସେମାନଙ୍କର ଶୌର୍ଯ୍ୟ, ବୀର୍ଯ୍ୟ ଶତ୍ରୁମାନଙ୍କର ହୃଦ୍କମ୍ପର କାରଣ ଥିଲା । କେବଳ ଯୁଦ୍ଧ କ୍ଷେତ୍ରରେ ସେମାନେ ଭୟଙ୍କର ଥିଲେ ତାହା ନୁହେଁ,ପ୍ରଜାନୁରଞ୍ଜନ ଦ୍ଵାରା ସେମାନେ ଲୋକ ପ୍ରିୟ ହୋଇ ପାରିଥିଲେ। ସେମାନେ ଥିଲେ ଜ୍ଞାନ ଓ ଗୁଣର ପୂଜାରୀ । ନିଜର ଦରବାରରେ ଜ୍ଞାନ ଚର୍ଚ୍ଚା ପାଇଁ ବହୁ ପଣ୍ଡିତଙ୍କୁ ନିଯୁକ୍ତ କରିଥିଲେ । ଉତ୍କଳର ସାହିତ୍ୟ, ସଂସ୍କୃତି ଓ କଳାର ଉନ୍ନତି ପାଇଁ ପ୍ରୋତ୍ସାହନ ଦେବା ସେମାନଙ୍କର ଚରିତ୍ରର ଅନ୍ୟତମ ବୈଶିଷ୍ଟ୍ୟ ଥିଲା । ସେମାନଙ୍କର ସମକକ୍ଷ ବୀର, ଜ୍ଞାନୀ ଓ ତେଜସ୍ବୀ ରାଳା ଦେଶରେ ବିରଳ ଥିଲେ । ଏପରି ପୂର୍ବବଂଶଧରମାନଙ୍କ ଉତ୍ତରଦାୟାଦ ଭାବେ ଆମେ ଗର୍ବିତ ହେବା ନିମନ୍ତେ ତଥା ସେମାନଙ୍କର ସ୍ମୃତିଚାରଣ କରି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ କବୀ ପରାମର୍ଶ ଦେଇଛନ୍ତି ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
(ଗ) "ଓଡ଼ିଆ ବୋଲି ତୁ ମନେ ଗର୍ବ ବହି ଚାଲରେ ଟେକି ତୋ' ମଥା।"
ଉ : "ଓଡ଼ିଆ ........... .............. ମଥା ।”
ଶଂସିତ ପଦ୍ୟାଂଶଟି ସାହିତ୍ୟ ବହିର “କହିବି କଥାଟି" ପଦ୍ୟରୁ ଆନୀତ । ଏଠାରେ ନାରୀକବି ଡଃ କୁନ୍ତଳା କୁମାରୀ ସାବତ୍ ଉତ୍କଳୀୟ ସନ୍ତାନ କୁ ତା’ର ପୂର୍ବ ପୁରୁଷ ମାନଙ୍କ ଗୌରବାବହ କାର୍ଯ୍ୟାବଳୀ ପାଇଁ ଗର୍ବିତ ହେବା ଉଚିତ ବୋଲି ବର୍ଣ୍ଣନା କରିଛନ୍ତି ।
ଅତୀତରେ ଉତ୍କଳୀୟମାନେ କଳା, ସ୍ଥାପତ୍ୟ, କାରିଗରୀ କୌଶଳ, ଯୁଦ୍ଧବିଦ୍ୟା, ସାହିତ୍ୟ, ସଙ୍ଗୀତ ଆଦି ସବୁକ୍ଷେତ୍ରରେ ଆପଣାର ଉତ୍କର୍ଷ ପ୍ରତିପାଦନ କରିଯାଇଛନ୍ତି । ଉତ୍କଳୀୟ ଶିଳ୍ପୀମାନେ ମନ୍ଦିର ଗାତ୍ରରେ ଅପରୂପ ମୂର୍ତ୍ତି ମାନ ଖୋଦନ କରିଯାଇଛନ୍ତି । କୋଣାର୍କ ମନ୍ଦିରର ଭଗ୍ନାବଶେଷ ଏବେ ମଧ୍ୟ ଉତ୍କଳୀୟ କାରିଗରମାନଙ୍କ ଉନ୍ନତ କଳାନୈପୁଣ୍ୟର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଲକ୍ଷେ ରାଜାଙ୍କର ମଉଡ଼ମଣି ଠାକୁର ରାଜାଙ୍କର ଗୁଣ, ଜ୍ଞାନ, ବୀରତ୍ଵ ସମଗ୍ର ଦେଶରେ ଉତ୍କଳର ଗୌରବ ବୃଦ୍ଧି କରିଥିଲା । ଗଜପତି ରାଜା ପୁରୁ ଷୋତ୍ତମଦେବ, ଅନଙ୍ଗଭୀମଦେବ, ଯଯାତିକେଶରୀ ଓ ଐରଖାରବେଳ ଆଦି ରାଜା ମହାରାଜାମାନେ ଉତ୍କଳର ସୀମା ବୃଦ୍ଧି କରିଥିଲେ । ଖଣ୍ଡଗିରି ଓ ଉଦୟଗିରିର ଗୁମ୍ଫାମାନଙ୍କରେ ତାଙ୍କର କୀର୍ତ୍ତିରାଜି ଖୋଦିତ ହୋଇଛି । ଗଙ୍ଗବଂଶ ସମ୍ରାଟଙ୍କର ଅକ୍ଷୟ କୀର୍ତ୍ତି ଭାବେ ପୁରୀର ଜଗନ୍ନାଥ ମନ୍ଦିର ଦଣ୍ଡାୟମାନ । ସେହିସବୁ ପୂର୍ବପୁରୁଷମାନଙ୍କର ଗୌରବଗରିମାକୁ ମନେପକାଇ ଓଡ଼ିଆ ବୋଲି ଗର୍ବରେ ମଥା ଟେକି ଚାଲିବାକୁ ଓ ସେମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବାକୁ ମା' ତା’ର ସନ୍ତାନକୁ ଆହ୍ବାନ ଦେଇଛି ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
୪ । ଦିଆଯାଇଥିବା ଶଦଗୁଡ଼ିକର ଅର୍ଥ ଲେଖ ।
କୁଳ-ବଂଶ
କୂଳ-ନଦୀ କୂଳ
ଗୁଣି- ସ୍ମରଣ କରି, ମନେ ପକାଇ
ଗୁଣୀ- ଗୁଣବାନ୍, ଜ୍ଞାନୀ
ସର୍ଗ-ଅଧ୍ୟାୟ
ସ୍ବର୍ଗ- ସୁରଲୋକ, ଦେବନଗରୀ
୫।ଲିଙ୍ଗ ପରିବର୍ତ୍ତନ କର ।
ଉ : ଗୋସିବାପା -ଗୋସିମାଆ
ପୁରୁଷ -ନାରୀ ।
ଦାଦି -ଖୁଡ଼ୀ ।
ବୀର-ବୀରା
୬ । କରମ’ ଶବ୍ଦର ଅନ୍ୟରୂପ ଯେପରି ‘କର୍ମ ସେହିପରି ତଳ ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
ଉ : କୀରତି - କୀର୍ତ୍ତି
ହରଷ -ହର୍ଷ
କଉତୁକ- କୌତୁକ
ନିରିମଳ- ନିର୍ମଳ
ସରଗ- ସ୍ବର୍ଗ
୭ । ବାକ୍ୟରେ ବ୍ୟବହାର କର ।
ଉ :ଚେତା - ବୁଢ଼ାଲୋକଟି ଖରାରେ ଚେତା ହରାଇ ପଡ଼ିଗଲା ।
ତେଜ- ସୂର୍ଯ୍ୟଙ୍କର ପ୍ରଖର ତେଜ ଅସହ୍ୟ ଅଟେ
କୀର୍ତ୍ତି- ଉତ୍କଳୀୟ ମାନଙ୍କର କୀର୍ତ୍ତି ବିଶ୍ୱବିଦିତ ।
ମନୋହର-ରାମଙ୍କର ମନୋହର ରୂପ ଦେଖି ଜନକ ଖୁସି ହେଲେ ।
୧୫୦ରୁ ୨୦୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
୮ । ପ୍ରାଚୀନ ଓଡ଼ିଶାର କେଉଁ କୀର୍ତ୍ତି ରାଜିର କଥା ମାଆ ନିଜ ପୁଅକୁ କହିଛନ୍ତି ?
ଉ : ଅତୀତ ରେ ଉତ୍କଳୀୟମାନେ କଳା, ସ୍ଥାପତ୍ୟ , ସାହିତ୍ୟ, ସଂଗୀତ, ଯୁଦ୍ଧବିଦ୍ୟା, ବାଣିଜ୍ୟ ବ୍ୟବସାୟ ଆଦି ସବୁକ୍ଷେତ୍ରରେ ଆପଣାର ଉତ୍କର୍ଷ ପ୍ରତିପାଦନ କରିଯାଇଛନ୍ତି । ପ୍ରାଚୀନ ଉତ୍କଳର ରାଜା ମହାରାଜାମାନେ ବହୁ ରାଜ୍ୟ ଜୟ କରି ଉତ୍କଳର ସୀମା ବୃଦ୍ଧି କରିଥିଲେ । ଯୁଦ୍ଧକ୍ଷେତ୍ରରେ ସେମାନେ ଅପୂର୍ବ ବୀରତ୍ବ ଓ ରଣ କୌଶଳ ପ୍ରଦର୍ଶନ କରିଥିଲେ । ବହୁ ବନ୍ଧ ଓ ପୁଷ୍କରିଣୀ ଆଦି ନିର୍ମାଣ କରିଥିଲେ । କାରୁକଳା କ୍ଷେତ୍ରରେ ଓଡ଼ିଶାର ଶିଳ୍ପୀମାନଙ୍କ କଳାନୈପୁଣ୍ୟ ଏକଦା ବିଶ୍ବରେ ବିସ୍ମୟ ଥିଲା। କୋଣାର୍କ ମନ୍ଦିରର ଭଗ୍ନାବଶେଷ ଉତ୍କଳୀୟ କାରିଗରମାନଙ୍କ ଉନ୍ନତ କଳାନୈପୁଣ୍ୟର ମୂକସାକ୍ଷୀ ରୂପେ ଦଣ୍ଡାୟମାନ । ଲକ୍ଷେ ରାଜାଙ୍କର ମଉଡ଼ମଣି ଠାକୁରରାଜାଙ୍କର ଗୁଣ, ଜ୍ଞାନ ଓ ବୀରତ୍ବ ସାରା ଭାରତରେ ଉତ୍କଳ ସମ୍ମାନ ଓ ଗୌରବ ବୃଦ୍ଧି କରିଥିଲା । ଉତ୍କଳୀୟ ରାଜାମାନଙ୍କର ଅକ୍ଷୟ କୀର୍ତ୍ତି ଅଦ୍ୟାବଧି ଖଣ୍ଡଗିରି ଓ ଉଦୟଗିରିର ଗୁମ୍ଫାମାନଙ୍କରେ ଖୋଦିତ ହୋଇଛି । ସାହିତ୍ୟ କ୍ଷେତ୍ରରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ, ଜଗନ୍ନାଥ ଦାସ, ଶୂଦ୍ରମୁନି ସାରଳା ଦାସ ଆଦି କବିମାନଙ୍କର ଅମର କୃତି ଏବେ ମଧ୍ୟ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ହୋଇ ରହିଛି । ଅଭିମନ୍ୟୁ ସାମନ୍ତସିଂହାରଙ୍କ ବିଦଗ୍ଧ ଚିନ୍ତାମଣି ଓଡ଼ିଆ ସାରସ୍ବତ ଭଣ୍ଡାରର ଅମୁଲ୍ୟ ମଣିତୁଲ୍ୟ ଶୋଭା ବର୍ଦ୍ଧନ କରୁଛି । ଉତ୍କଳୀୟମାନଙ୍କର ଏହିସବୁ କୀର୍ତ୍ତିରାଜିକୁ ମାଆ ନିଜ ପୁଅକୁ କହିଛନ୍ତି ।
୯। ମାଆ ପୁଅକୁ ଅତୀତ ଉତ୍କଳର ଗୌରବ ଗାଥା କହିବା ମୂଳରେ କେଉଁ ଉଦ୍ଦେଶ୍ୟ ରହିଛି ?
ଉ : ଆମର ପୂର୍ବ ପୁରୁଷ ଗଣ ପୁରୁଷୋରମ, ଯଯାତି, ଖାରବେଳ ଓ ଅନଙ୍ଗଭୀମ ପ୍ରଭୃତି କାଳଜୟୀ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି । କୋଣାର୍କ ମନ୍ଦିର, ପୁରୀ ମନ୍ଦିର, ଭୁବନେଶ୍ବର ମନ୍ଦିର ଏବଂ ନାନାଦି ଦୁର୍ଗ ସେମାନଙ୍କ ଦ୍ଵାରା ନିର୍ମିତ । ବିନ୍ଦୁସରୋବର, ନରେନ୍ଦ୍ର ପୋଖରୀ, କାଠଯୋଡ଼ିର ପଥରବନ୍ଧ ପ୍ରଭୃତି ସେମାନଙ୍କର ଅମ୍ଳାନ କୀର୍ତ୍ତି ରାଜିକୁ ଆମକୁ ସ୍ମରଣ କରାଇ ଦିଏ ଆମର ଗୌରବାବହ ଅତୀତ । ତା' ଛଡ଼ା ଉପେନ୍ଦ୍ର ଭଞ୍ଜ, ଜଗନ୍ନାଥ ଦାସ, ଅଭିମନ୍ୟୁ ସାମନ୍ତସିଂହାର ଏବଂ ସାରଳା ଦାସ ପ୍ରଭୃତି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ଅକ୍ଷୟ କୀର୍ତ୍ତି ଅର୍ଜନ କରିଛନ୍ତି । ଏମାନଙ୍କୁ ମନେପକାଇ ଜାତୀୟତାବୋଧରେ ଉଦ୍ବୁଦ୍ଧ ହେବା ପାଇଁ ମାଆ ପୁଅକୁ ଅତୀତ ଉତ୍କଳର ଗୌରବ ଗାଥା କହିଛନ୍ତି ।

Comments
Post a Comment