Posts
Showing posts with the label ୬ଷ୍ଠ ସାହିତ୍ୟ
ବନବାଣୀ
- Get link
- X
- Other Apps
୧।ଉତ୍ତର କୁହ । (କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ? ଉ : ପୁରାତନ ଭାରତର ଛାତ୍ର ମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ନିକଟରେ ରହି ଶିକ୍ଷାଲାଭ କରୁଥିଲେ । (ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ? ଉ : ଅରଣ୍ୟ ଭୂମିକୁ ସାଧନା ସ୍ଥଳ ରୂପେ ଗ୍ରହଣକରି ସିଦ୍ଧି ଲାଭକରିଥିବା ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି । (ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ? ଉ : ରାଜା ମହାରାଜାମାନେ ‘ମୁନି ବନ ତରୁଛାୟାର’ ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ । (ଘ) ଭାରତର କେଉଁ କେଉଁ ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ? ଉ : ‘ଶକୁନ୍ତଳା', କୁମାର ସମ୍ଭବ”, “ଉତ୍ତର ରାମଚରିତ’ ପ୍ରଭୃତି ଭାରତର ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି । ୨ । ପଠିତ ପ୍ରବନ୍ଧରୁ ଉତ୍ତର ଖୋଜି ଲେଖ : (କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସବୋଲି ଗ୍ରହଣ କରିଛନ୍ତି ? ଉ : ଭାରତୀୟ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କିମ୍ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି ତେଣୁ ସେମାନେ ପ୍ରକୃତିକୁ ସମସ...
୬th ch-1 ବର୍ଷା
- Get link
- X
- Other Apps
୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର କୁହ । (କ) ବର୍ଷରେ କେତୋଟି ଋତୁ ଆସେ ? ଉ : ବର୍ଷରେ ଛଅଟି ଋତୁ ଆସେ । (ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ? ଉ : ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ । (ଗ) ମେଘମାନେ କେଉଁଠି ମିଳିତ ହୁଅନ୍ତି ? ଉ : ମେଘମାନେ ଶୂନ୍ୟରେ ମିଳିତ ହୁଅନ୍ତି । (ଘ) ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେମାସ ଉତ୍ତାପ୍ତ ଥିଲା ? ଉ : ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତାପ୍ତ ଥିଲା । (ଙ) ଖଦ୍ୟୋତ କେତେବେଳେ ଉଡି ବୁଲେ ? ଉ: ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡି ବୁଲେ । ୨ । ଉତ୍ତର ଲେଖ । (କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ? ଉ : ମେଘମାଳ ଘୋର ଶବ୍ଦରେ ଗର୍ଜନ କରି ଜଳ ବର୍ଷା କଲେ । (ଖ) ‘ଗର୍ଜନ୍ତି ଆବୋରିଣ ପାଣି' - ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ? ଉ : ଏଠାରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି । (ଗ) ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି ? ଉ : ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି । (ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ? ଉ : ବର୍ଷାରତୁରେ ଧରଣୀ ଶସ୍ୟ - ସମ୍ପଦରେ ପରିପୂର୍ଣ୍ଣ ହେଉଥିବାଯୋଗୁ ଏହାକୁ ସକଳଋତୁଙ୍କର ସାର ବୋଲି କବି କହିଛନ୍ତି । (ଙ) ମୟୁର କାହାକୁ ଚାହିଁ ନୃତ୍ୟ କର...