୬th ch-1 ବର୍ଷା
୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର କୁହ ।
(କ) ବର୍ଷରେ କେତୋଟି ଋତୁ ଆସେ ?
ଉ : ବର୍ଷରେ ଛଅଟି ଋତୁ ଆସେ ।
(ଖ) ଗ୍ରୀଷ୍ମଋତୁ ପରେ କେଉଁ ଋତୁ ଆସେ ?
ଉ : ଗ୍ରୀଷ୍ମଋତୁ ପରେ ବର୍ଷାଋତୁ ଆସେ ।
(ଗ) ମେଘମାନେ କେଉଁଠି ମିଳିତ ହୁଅନ୍ତି ?
ଉ : ମେଘମାନେ ଶୂନ୍ୟରେ ମିଳିତ ହୁଅନ୍ତି ।
(ଘ) ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ କେତେମାସ ଉତ୍ତାପ୍ତ ଥିଲା ?
ଉ : ପୃଥିବୀ ସୂର୍ଯ୍ୟଙ୍କ ଉତ୍ତାପରେ ଆଠମାସ ଉତ୍ତାପ୍ତ ଥିଲା ।
(ଙ) ଖଦ୍ୟୋତ କେତେବେଳେ ଉଡି ବୁଲେ ?
ଉ: ଖଦ୍ୟୋତ ସନ୍ଧ୍ୟା ସମୟରେ ଉଡି ବୁଲେ ।
୨ । ଉତ୍ତର ଲେଖ ।
(କ) ମେଘମାଳ କିପରି ଭାବରେ ଜଳ ବର୍ଷା କଲେ ?
ଉ : ମେଘମାଳ ଘୋର ଶବ୍ଦରେ ଗର୍ଜନ କରି ଜଳ ବର୍ଷା କଲେ ।
(ଖ) ‘ଗର୍ଜନ୍ତି ଆବୋରିଣ ପାଣି' - ଏଠାରେ କିଏ ଗର୍ଜିବା କଥା କୁହାଯାଇଛି ?
ଉ : ଏଠାରେ ବେଙ୍ଗମାନେ ଗର୍ଜିବା କଥା କୁହାଯାଇଛି ।
(ଗ) ଏହି କବିତାରେ କାହାକୁ ରାଜା ବୋଲି କୁହାଯାଇଛି ?
ଉ : ଏହି କବିତାରେ ପୃଥିବୀକୁ ରାଜା ବୋଲି କୁହାଯାଇଛି ।
(ଘ) ବର୍ଷାଋତୁକୁ ସକଳ ଋତୁଙ୍କର ସାର ବୋଲି କବି କାହିଁକି କହିଛନ୍ତି ?
ଉ : ବର୍ଷାରତୁରେ ଧରଣୀ ଶସ୍ୟ - ସମ୍ପଦରେ ପରିପୂର୍ଣ୍ଣ ହେଉଥିବାଯୋଗୁ ଏହାକୁ ସକଳଋତୁଙ୍କର ସାର ବୋଲି କବି କହିଛନ୍ତି ।
(ଙ) ମୟୁର କାହାକୁ ଚାହିଁ ନୃତ୍ୟ କରେ ?
ଉ : ମୟୂର ମେଘକୁ ଚାହିଁ ନୃତ୍ୟ କରେ ।
୩ । ସରଳ ଭାଷାରେ ବୁଝାଇ ଲେଖ ।
(କ) “ମହୀ ମଣ୍ଡଳ ଦୁଃଖ ଚାହିଁ ଜଳ ଛାଡ଼ିଲା ତୋଷ ହୋଇ ।'
ଉ : "ମହୀ............ ହୋଇ ।"
ଉକ୍ତ ପଦ୍ୟାଂଶଟି ଆମ ସାହିତ୍ୟ’ ବହିର ‘ବର୍ଷା’ କବିତାରୁ । ଆନୀତ । ଏହି ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ବର୍ଷାରତୁରେ ବୃଷ୍ଟିପାତ ବିଷୟରେ ବର୍ଣ୍ଣନା କରିଛନ୍ତି ।
ଗ୍ରୀଷ୍ମଋତୁ ପରେ ଧରଣୀକୁ ଆଗମନ କରିଛି ବର୍ଷାରତୁ । ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ବର୍ଷାରତୁର ଆଗମନ ଫଳରେ ଧରଣୀ ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହୋଇଛି । ଶୂନ୍ୟରେ ମେଘମାଳା ସଞ୍ଚରିତ ହୋଇ ବିଜୁଳି ଶବ୍ଦ ସହିତ ବୃଷ୍ଟିପାତ କରିଛି । କବିଙ୍କ ବର୍ଣ୍ଣନାରେ ସତେ ଯେଭଳି ଗ୍ରୀଷ୍ମତାପିତ ପୃଥିବୀର ଦୁଃଖକୁ ବୁଝିପାରି ମେଘ ଜଳଦାନ କରି ତାକୁ ପରିତୃପ୍ତ କରାଇଛି ।
ପ୍ରସଙ୍ଗଟି ମନଛୁଆଁ ଅଟେ ।
(ଖ) ଅଳପ ନଦୀଏ ପୁରିଲେ ଲହରିମତେ ଉଛୁଳିଲେ ।
"ଅଳପ.............. ଉଛୁଳିଲେ ।"
ଉକ୍ତ ପଦ୍ୟାଂଶଟି ଆମ ସାହିତ୍ୟ ବହିର 'ବର୍ଷା' କବିତାରୁ ଗୃହୀତ । ଏହି ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ବର୍ଷା ଋତୁରେ ନଦୀମାନେ କିପରି ଜଳପୂର୍ଣ୍ଣ ହୋଇ ଲହରିରେ ଉଛୁଳି ଉଠନ୍ତି ତହିଁର ବର୍ଣ୍ଣନା କରିଛନ୍ତି ।
ଗ୍ରୀଷ୍ମଋତୁ ପରେ ଧରଣୀକୁ ଆଗମନ କରିଛି ବର୍ଷାଋତୁ । ଏହାର ଆଗମନରେ ଶୂନ୍ୟରେ ସଞ୍ଚରିତ ହୋଇଥିବା ମେଘ ବୃଷ୍ଟିପାତ କରିଛି । ଘୋର ଶବ୍ଦରେ ବହୁଜଳ ବୃଷ୍ଟି ହେତୁ ଗ୍ରୀଷ୍ମତାପିତ ଧରଣୀ ପରିତୃପ୍ତ ହୋଇଛି । ବୃଷ୍ଟିଜଳରେ ପରିପୂର୍ଣ୍ଣ ହୋଇଥିବା ନଦୀମାନେ ଲହରିମାଳା ସହିତ ଉଛୁଳି ଉଠିଛନ୍ତି । ଏଠାରେ ବର୍ଷାରତୁର ବାସ୍ତବ ବର୍ଣନା ଅତ୍ୟନ୍ତ ପ୍ରଶଂସନୀୟ ହୋଇଛି ।
ଏହି ପ୍ରସଙ୍ଗଟି ଅତ୍ୟନ୍ତ ମନଛୁଆଁ ଅଟେ ।
(ଗ) “ଛତୁ ଯେ ଛତ୍ର ପ୍ରାୟ ହୋଇ ରାଜାର ପ୍ରାୟ ଦିଶେ ମହୀ ।"
ଉ : "ଛତୁ................... ମହୀ ।"
ଉକ୍ତ ପଦ୍ୟାଂଶଟି ଆମ ସାହିତ୍ୟ ବହିର ‘ବର୍ଷା’ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ଜଗନ୍ନାଥ ଦାସ ବର୍ଷାଋତୁରେ ଫୁଟିଥିବା ଛତୁମାନଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି ।
ସବୁ ଋତୁମାନଙ୍କ ମଧ୍ୟରେ ଶ୍ରେଷ୍ଠ ବର୍ଷାରତୁର ଆଗମନ ଘଟିଛି । ଶସ୍ୟ ସମ୍ପଦରେ ପରିପୂର୍ଣ୍ଣ ହୋଇଉଠିଛି ଧରଣୀ । ସୁନ୍ଦର ଦେଖାଯାଇଛି ସାରା ପୃଥିବୀ । ନାନା ପ୍ରକାରର ଶସ୍ୟରାଶି ସହିତ ବିଭିନ୍ନ ସ୍ଥାନରେ ଛତୁଗୁଡ଼ିକ ଫୁଟିଛି । ଏହି ଫୁଟିଥିବା ଛତୁଗୁଡ଼ିକ ରାଜାଙ୍କର ଛତ୍ରଭଳି ଶୋଭା ଦେଖାଯାଇଛି । କବିଙ୍କ ବର୍ଣ୍ଣନାରେ ସତେ ଯେଭଳି ଧରଣୀ ରାଜାଙ୍କର ତାହା ହେଉଛି ଛତ୍ର ।
ପ୍ରସଙ୍ଗଟିରେ କବିଙ୍କର କଳ୍ପନା ପ୍ରଶଂସନୀୟ ।
୪ । ନିମ୍ନଲିଖୁତ ପଦ୍ୟାଂଶରେ କେତେକ ପଦ ନାହିଁ । ବହି ଦେଖି ସେଗୁଡ଼ିକ ପୂରଣ କର ।
(କ) ପ୍ରାଣୀ ଜୀବନ ......
.......... ଚିତ୍ତରେ ବରଷି ।
ଉ : ଜଳରାଶି, କରୁଣା।
(ଖ) ..................... ଶସ୍ୟ ରାଶି ।
ଏଣେ......ମହୀ..... ।
ଉ : ନାନା ପ୍ରକାର, ପୂରିତ, ଦିଶି
୫ । ଏହି କବିତାରେ "ସୂର୍ଯ୍ୟ" ଓ "ପୃଥିବୀ" ଶବ୍ଦ ପାଇଁ ଅନ୍ୟ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରାଯାଇଛି, ତାହାକୁ ଲେଖ ।
ଉ: ସୂର୍ଯ୍ୟ -ରବି
ପୃଥିବୀ -ମହୀ
୬ । ବରଷା ଶବ୍ଦର ଗଦ୍ୟରୂପ ବର୍ଷା, ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକର ଗଦ୍ୟରୂପ ଲେଖ ।
ଶବଦ-ଶବ୍ଦ
ଗରଜି-ଗର୍ଜି
ବରଷି -ବର୍ଷି
ଗ୍ରୀଷମ -ଗ୍ରୀଷ୍ମ
ତପତ -ତପ୍ତ
ଅଳପ-ଅଳ୍ପ
୭.ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ବନ୍ଧନୀ ମଧ୍ୟରୁ ବାଛି ଲେଖ ।
ମଞ୍ଚପୁର (ସ୍ଵର୍ଗପୁର, ପାତାଳପୁର, ମର୍ତ୍ତ୍ୟପୁର)
ଉ : ମର୍ତ୍ତ୍ୟପୁର
ଭୁଞ୍ଜନ୍ତି (ଭୋଜନ କରନ୍ତି, ଭୋଗ କରନ୍ତି, ଭରଣ କରନ୍ତି)
ଉ : ଭୋଗ କରନ୍ତି
ମଣ୍ଡୁକ (ସାପ, ବେଙ୍ଗ, ମୟୁର)
ଉ : ବେଙ୍ଗ ।
ନିଶାମୁଖ (ସକାଳ, ସନ୍ଧ୍ୟାବେଳ, ରାତି)
ଉ : ସନ୍ଧ୍ୟାବେଳ
୮ । ‘ଆଠ’କୁ ଯେପରି ‘ଅଷ୍ଟ’ କୁହାଯାଏ, ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକୁ କ’ଣ କୁହାଯିବ ଲେଖ ।
ନଅ-ନବ
ସାତ-ସପ୍ତ
ଛଅ-ଷଷ୍ଠ
ଏଗାର- ଏକାଦଶ
୯ । ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।
(କ) ବର୍ଷା, ବିଜୁଳି, ଗିରିଶିଖ, ପବନ
ଉ : ଗିରିଶିଖ
(ଖ) ମୟୂକ, ମୟୂର, ଛତୁ, ଖଦ୍ୟୋତ
ଉ : ଛତୁ

Comments
Post a Comment