କଳାମାଣିକରେ

୧ । ଉତ୍ତର କୁହ ।

(କ) ମାତା ଯଶୋଦା କାହିଁକି ଚିନ୍ତିତ ହୋଇପଡ଼ିଛନ୍ତି ?

 ଉ : କୃଷ୍ଣ କାନନରୁ ଫେରିବାରେ ବିଳମ୍ବ କରିବାରୁ ମାତା  ଯଶୋଦା ଚିନ୍ତିତ ହୋଇପଡ଼ିଛନ୍ତି ।

(ଖ) ଶ୍ରୀକୃଷ୍ଣଙ୍କୁ କେଉଁ ଖାଦ୍ୟ ରୁଚୁ ନଥିଲା ?

ଉ : ଶ୍ରୀକୃଷ୍ଣଙ୍କୁ ଗୋଟିକା, ଅଧାମ ଓ ସର ଆଦି ସୁସ୍ବାଦୁ ଖାଦ୍ୟ ରୁଚୁ ନଥିଲା ।

 (ଗ) ଯଶୋଦା ନିଜକୁ ଡଙ୍କୁଣୀ ବୋଲି କାହିଁକି କହିଛନ୍ତି ? 

ଉ : ଯଶୋଦା କୃଷ୍ଣଙ୍କୁ ଗୋରୁପଲ ସହିତ ବଣକୁ ପଠାଇଥିବାରୁ ନିଜକୁ ଧିକ୍କାର କରି ଡଙ୍କୁଣୀ ବୋଲି କହିଛନ୍ତି।

(ଘ) ଶ୍ରୀକୃଷ୍ଣଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆଙ୍କ ମନରେ କାହିଁକି ସୃଷ୍ଟି ହୋଇଛି ?

ଉ : ଶ୍ରୀକୃଷ୍ଣ ବଣକୁ ଯିବାବେଳେ ସାଥୀରେ କଠାଉ ନେଇନଥିବାରୁ ତାଙ୍କ ପାଦରେ କଣ୍ଟା ଫୁଟିଯିବାର ଆଶଙ୍କା ମାଆ ଯଶୋଦାଙ୍କ ମନରେ ସୃଷ୍ଟି ହୋଇଛି |

୨ | ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଦିଅ ।

 (କ) ଶ୍ରୀକୃଷ୍ଣଙ୍କୁ କଳାମାଣିକ କହିବାର ତାତ୍ପର୍ଯ୍ୟ କ’ଣ ?

ଉ : ମାଣିକ ହେଉଛି ବହୁ ମୂଲ୍ୟବାନ ଏକ ରତ୍ନ । ଏହା ଅତି ସୁନ୍ଦର ଦେଖାଯାଏ । ଶ୍ରୀକୃଷ୍ଣ ମଧ୍ୟ ଦେଖିବାକୁ ସୁନ୍ଦର । ଯଶୋଦାଙ୍କ ପାଇଁ ସେ ଥିଲେ ମାଣିକତୁଲ୍ୟ ମୂଲ୍ୟବାନ। ସାଧାରଣତଃ ମାଣିକର ରଙ୍ଗ ଲାଲ। ମାତ୍ର ଶ୍ରୀକୃଷ୍ଣଙ୍କର ରଙ୍ଗ କଳା ହୋଇଥିବାରୁ ତାଙ୍କୁ କଳାମଣିକ ବୋଲି କହିବା ତାତ୍ପର୍ଯ୍ୟପୂର୍ଣ୍ଣ।

( ଖ) ପୂଅର କେଉଁ ସବୁ କାର୍ଯ୍ୟ ମନେପକାଇ ମାଆ ଭାଳି ହେଉଛନ୍ତି ?

 ଉ: ଶ୍ରୀକୃଷ୍ଣଙ୍କର ଅନ୍ଧାରକୁ ଭୟ କରିବା, ଗୋଟିକା, ଅଧାମ ଓ ସର ଆଦି ନ ରୁଚିବା, ନାଚି ନାଚି ମାତାଙ୍କୁ ଲହୁଣୀ ଲାଞ୍ଚ ମାଗିବା, ତୋଳି ଧରିଲେ ଯଶୋଦାଙ୍କ ଦେହରେ ଗୋଳି ହୋଇଯିବା ଆଦି ଶିଶୁସୁଲଭ କାର୍ଯ୍ୟ ମନେ ପକାଇ ମାଆଭାଳି ହେଉଛନ୍ତି ।

(ଗ) ମାଆଙ୍କର ହୃଦୟତାପ ବିନାଶ କରିବାରେ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବାର କାରଣ କ'ଣ?

ଉ : ଚନ୍ଦନ ହେଉଛି ଶୀତଳକାରକ । ଗ୍ରୀଷ୍ମଋତୁରେ ତାତିରୁ ଉପଶମ ପାଇଁ ଭଗବାନଙ୍କୁ ଚନ୍ଦନ ଚର୍ଚ୍ଚିତ କରି ଶୀତଳତା ପ୍ରଦାନ କରାଯାଏ । ଯଶୋଦାଙ୍କ ହୃଦୟର ଦୁଃଖ ରୂପକ ତାତିର ଉପଶମ ନିମିତ୍ତ ଶ୍ରୀକୃଷ୍ଣ ହରିଚନ୍ଦନ ପରି ଥିଲେ ବୋଲି କହିବା ଯଥାର୍ଥ ।

 (ଘ) ଶ୍ରୀକୃଷ୍ଣ କିପରି ଯଶୋଦାଙ୍କର ସୁଖର କାରଣ ଥିଲେ ?

 ଉ : ବୃଦ୍ଧ କାଳରେ ଶ୍ରୀକୃଷ୍ଣ ଯଶୋଦାଙ୍କର ଏକମାତ୍ର ସନ୍ତାନ ଥିଲେ । କୃଷ୍ଣଙ୍କୁ ପାଇ ସେ ସମସ୍ତ ଦୁଃଖ ଭୁଲି ଯାଇଥିଲେ । ତେଣୁ ଶ୍ରୀକୃଷ୍ଣ ଯଶୋଦାଙ୍କର ସୁଖର କାରଣ ଥିଲେ ।

(ଙ) ଶ୍ରୀକୃଷ୍ଣଙ୍କର ବେଣୁସ୍ବନକୁ କାନ ଡେରିବା ପ୍ରସଙ୍ଗରେ କେଉଁ ଭାବ ପ୍ରକାଶ ପାଇଛି ?

ଉ : ଶ୍ରୀକୃଷ୍ଣ ଥିଲେ ଯଶୋଦାଙ୍କର ସବୁ ସୁଖର ମୂଳ କାରଣ ତେଣୁ ସେ ମୁହୁର୍ତ୍ତକ ପାଇଁ ମଧ୍ୟ କୃଷ୍ଣଙ୍କୁ ନିକଟରୁ ଛାଡ଼ିବାକୁ ଇଚ୍ଛା କରୁ ନଥିଲେ । ଗୋରୁ ପଲ ନେଇ ଫେରିବା ବେଳେ କୃଷ୍ଣ ଯେଉଁ ମୁରଲୀ ବଜାଉଥିଲେ, ଯଶୋଦା ତାହାକୁ କାନ ଡେରି ଶୁଣୁଥିଲେ । ଏହି ବେଣୁ ସ୍ୱନକୁ କାନ ଡେରିବା ପ୍ରସଙ୍ଗରେ ଯଶୋଦାଙ୍କ ବାସଲ୍ୟ ଭାବ ପ୍ରକାଶ ପାଇଛି ।

୩ । ପଠିତ କବିତାକୁ ମନେ ପକାଇ କବିତାଂଶ ପୂରଣ କର।

(କ) ଅନ୍ଧଲଉଡ଼ି ବାବୁରେ --------

ଉ : ଅନ୍ଧରଲଉଡ଼ି ବାବୁରେ ହୃଦ ରତ୍ନ ହାରା,କଳାମାଣିକରେ।

(ଖ) --------ରଖୁ ଯାଉ ଗୋରୁ ।

 ଉ : ଡରୁଥାଉ ଅନ୍ଧାରକୁ ରଖୁଯାଉ ଗୋରୁ,

 (ଗ) ହୃଦତାପ ବିନାଶନେ ......।

 ଉ : ହୃଦତାପ ବିନାଶନେ ତୁ ହରିଚନ୍ଦନ । କଳାମାଣିକରେ।

(ଘ) .........ସର ନ ରୁଚଇ ତୋତେ

ଉ : ଗୋଟିକା, ଅଧାମ, ସର ନ ରୁଚଇ ତୋତେ,

(ଙ) ବନେ କଣ୍ଟା ଲାଗି ହୋଏ  ........ ।

ଉ : ବନେ କଣ୍ଟା ଲାଗି ହୋଏ ମୁଦ ପାଦ ଚିନ୍ତା ! କଳାମାଣିକରେ ।

 ୪ । ସରଳ ଭାଷାରେ ବୁଝାଇ ଲେଖ ।

 (କ) ତୋଳି ମୁଁ ଧଇଲେ ଗୋଳି ହୋଇଯାଉ ତୁହି, ତୋ ଦୁର୍ବଳ ଦେଖୁ କାହିଁ ପଶିବଇଁ ମୁହିଁ !”

ଉ : "ତୋଳି....…... ମୁହିଁ।"

ଉକ୍ତ ପଦ୍ୟାଂଶଟି ଛନ୍ଦଯୁଗର ବିଦ୍ଗଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ ମୂଳକାବ୍ୟ “ବିଦଗ୍ଧ ଚିନ୍ତାମଣି’ର ଅଂଶ ବିଶେଷ  "କଳା ମାଣିକରେ "ଶୀର୍ଷକ ପଦ୍ୟରୁ ଉଦ୍ଧୃତ । ଉକ୍ତ ପ୍ରସଙ୍ଗରେ କବି ବାଳକ ଶ୍ରୀକୃଷ୍ଣଙ୍କ ପ୍ରତି ମାତା ଯଶୋଦାଙ୍କର ବାତ୍ସଲ୍ୟ ମମତା ସମ୍ପର୍କରେ ବର୍ଣ୍ଣନା କରିଛନ୍ତି।
 ବାଳକ ଶ୍ରୀକୃଷ୍ଣ ଗୋ-ଚାରଣ କରିବାକୁ ଯାଇ ଫେରିବାକୁ ବିଳମ୍ବ ହେବାରୁ ମାତା ଯଶୋଦାଙ୍କ ମନ ଅନେକ ଭୟ, ଆଶଙ୍କା ଓ ଉଦ୍‌ବେଗରେ ଭରିଉଠିଛି । ସେ କୃଷ୍ଣଙ୍କର ବାଲ୍ୟ ଚପଳତା ଓ ଡରକୁଳା ସ୍ଵଭାବ କଥା ମନେ ପକାଇଛନ୍ତି । ଶ୍ରୀକୃଷ୍ଣଙ୍କୁ ସେ ଟେକି ଧରିଲାବେଳେ ସେ କିପରି ତାଙ୍କ ଦେହରେ ଗୋଳି ହୋଇଯାଆନ୍ତି ଅର୍ଥାତ୍ ତାଙ୍କୁ ଖୁବ୍ ଜୋରରେ ଭିଡ଼ି ଧରନ୍ତି । ସନ୍ତାନର ଦୁର୍ବଳତା ଦେଖିଲେ ମା’ର ମନ ବିଚଳିତ ହେବା ସ୍ବାଭାବିକ । ଯଶୋଦାଙ୍କ ମନ ସେଥିପାଇଁ ଦୁଃଖରେ ଭରି ଉଠିଛି ।
ପ୍ରସଙ୍ଗଟି ବେଶ୍ ହୃଦୟଛୁଆଁ ହୋଇପାରିଛି ।

 (ଖ) ନେଲୁ ନାହିଁ କାହିଁ ପାଇଁ ତୋ କଠାଉ ଛତା, ବନେ କଣ୍ଟା ଲାଗି ହୋଏ ମୃଦୁ ପାଦ ଚିନ୍ତା !

ଉ:"ନେଲୁ......... ଚିନ୍ତା।"

ଉକ୍ତ ପଦ୍ୟାଂଶଟି କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରଚିତ - 'ବିଦଗ୍ଧ ଚିନ୍ତାମଣି’ କାବ୍ୟର ଅଂଶବିଶେଷ 'କଳାମାଣିକରେ’  ଶୀର୍ଷକ କବିତାରୁ ଆନୀତ । ଉକ୍ତ ପ୍ରସଙ୍ଗରେ କବି ଶ୍ରୀକୃଷ୍ଣଙ୍କ ଗୋଷ୍ଠ ବାହୁଡ଼ାରେ ବିଳମ୍ବ ଦେଖି ମାତା ଯଶୋଦାଙ୍କର ବ୍ୟସ୍ତତା, ଆଶଙ୍କା ଓ ଉଦବେଗର ବର୍ଣ୍ଣନା କରିଛନ୍ତି ।
ଶ୍ରୀକୃଷ୍ଣ ପ୍ରତିଦିନ ଗୋ-ଚାରଣରେ ବନକୁ ଯାଆନ୍ତି ଓ ସନ୍ଧ୍ୟା ପୂର୍ବରୁ ଘରକୁ ଫେରନ୍ତି । ଆକସ୍ମିକ ଭାବେ ଦିନେ ତାଙ୍କର ଫେରିବା ବିଳମ୍ବ ହୋଇଛି । ତେଣୁ ଯଶୋଦାଙ୍କର ମନରେ ବହୁ ଆଶଙ୍କା ଦେଖାଦେଇଛି । ସେଦିନ ସେ ସଙ୍ଗରେ କଠଉ ଓ ଛତା ନେବାକୁ ଭୁଲି ଯାଇଛନ୍ତି । ତେଣୁ ଯଶୋଦା ଭାବିଛନ୍ତି ହୁଏତ ବଣରେ ତାଙ୍କ କୋମଳ ପାଦରେ କଣ୍ଟା ଫୁଟି ଶ୍ରୀକୃଷ୍ଣ ବହୁ କଷ୍ଟ ପାଇଥିବେ । ନରମ ପାଦରୁ ରକ୍ତ ବୋହି ସେ ଦୁର୍ବଳ ହୋଇପଡ଼ିଥିବେ । ମଧ୍ୟାହ୍ନର ପ୍ରଖର ସୂର୍ଯ୍ୟକିରଣରେ ତାଙ୍କ ଦେହରୁ ଝାଳ ବୋହିଥିବ କିମ୍ବା କ୍ଲାନ୍ତ ହୋଇ ସେ କୌଣସି ବୃକ୍ଷ ଛାୟାରେ ବିଶ୍ରାମ ନେଇଥିବେ । ତଜ୍ଜନିତ କାରଣରୁ ହୁଏତ ସେ ଫେରିବାରେ ବିଳମ୍ବ କରିଛନ୍ତି । ଏହିପରି ନାନା ଭାବନା ଓ ଆଶଙ୍କା ତାଙ୍କ ମନକୁ ଆସିବାରୁ ସେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।
ପ୍ରସଙ୍ଗଟିରେ ଯଶୋଦାଙ୍କ ବାତ୍ସଲ୍ୟ ସ୍ନେହ ପ୍ରଶଂସନୀୟ ।

୫ । ଅସଜଡ଼ା ପଦକୁ ସଜାଡ଼ି ଲେଖ ।

 (କ) ତୁ ତୁ ବିନାଶନେ ଏକଇ ବୃଦ୍ଧକାଳେ ନନ୍ଦନ ହୃଦତାପ ହରିଚନ୍ଦନ ମୋହର ।

ଉ : ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ, ହୃଦତାପ ବିନାଶନେ ତୁ ହରିଚନ୍ଦନ ।

 (ଖ) ଶ୍ରୁତିକି ଡଙ୍କୁଣୀ ବନକୁ ମାତିବାର ଶୁଭୁଛି ଛାଡ଼ି ଦେଲି ନିଶାଚର କାହିଁକି ମୁଁ ।

ଉ : ନିଶାଚର ମାତିବାର ଶୁଭୁଛି ଶ୍ରୁତିକି, ମୁଁ ଡଙ୍କୁଣୀ ଛାଡ଼ିଦେଲି ବନକୁ କାହିଁକି !

୬ । ଯଶୋଦା ଶ୍ରୀକୃଷ୍ଣଙ୍କୁ କ’ଣ କ’ଣ ସମ୍ବୋଧନ କରି ଡାକିଛନ୍ତି, ସେହି ନାମଗୁଡ଼ିକ ଲେଖ ।

ଉ : ଯଶୋଦା ଶ୍ରୀକୃଷ୍ଣଙ୍କୁ ନିଧନ ସଙ୍ଖାଳି, ଦରିଦ୍ର ପସରା, ଅନ୍ଧଲଉଡ଼ି, ହୃଦରତୃହାରା, ଜୀବ ଜୀବନ, ନୟନ ପ୍ରତିମା ଓ କଳାମାଣିକ ବୋଲି ସମ୍ବୋଧନ କରି ଡାକିଛନ୍ତି ।

୭ । ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।

(କ) ନିଧନ ସଙ୍ଖାଳି ମୋର ଦରିଦ୍ର ପସରା ।

ଉ : ଧନହୀନ

(ଖ) ବୃଦ୍ଧକାଳେ ତୁ ମୋହର ଏକଇ ନନ୍ଦନ ।

ଉ : ପୁତ୍ର

 (ଗ) ଗୋଟିକା ଅଧାମ ସର ନ ରୁଚଇ ତୋତେ ।

ଉ : ରାବିଡ଼ି (କ୍ଷୀରରେ ପ୍ରସ୍ତୁତ ସୁଖାଦ୍ୟ)

 (ଘ) ବନେ କଣ୍ଟା ଲାଗି ହୁଏ ମୃଦୁ ପାଦ ଚିନ୍ତା ।

ଉ : କୋମଳ, ନରମ ।

(ଙ) ବାର ବାର ବାରୁଥାଇ ଯିବା ପାଇଁ ବନେ ।

ଉ : ବାରଣ କରିବା, ମନା କରିବା ।

୮।ତଳେ ଦିଆଯାଇଥିବା ସମୋଚ୍ଚାରିତ ଶବ୍ଦଗୁଡ଼ିକ ମଧ୍ୟରେ ଥିବା ଅର୍ଥଗତ ପାର୍ଥକ୍ୟ ଲେଖ।

ଉ: ବେଶି-ଅଧିକ
 ବେଶୀ – ବେଶଧାରୀ
 ନିଧନ – ଧନହୀନ, ଦରିଦ୍ର
 ନିଧନ- ମୃତ୍ୟୁ, ମରଣ
ଶ୍ରୁତି – ବେଦ, କାନ
ଶ୍ରୁତି – ଶ୍ରବଣ କରିବା, ଶୁଣିବା
 ନିଶା -ରାତି
 ନିଶା- ମଦ୍ୟ, ନିଶାଦ୍ରବ୍ୟ
 ବର - ଶ୍ରେଷ୍ଠ
ବର- ଆଶୀର୍ବାଦ

୯ । ତଳ ଲିଖୁତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

 ଉ : ପ୍ରତିଶବ୍ଦ
କାନନ -ଅରଣ୍ୟ, ବନ
ଦରିଦ୍ର- ନିଧନ, ଗରିବ
 ନୟନ- ଆଖି, ଚକ୍ଷୁ ।
ଜନନୀ -ମାତା, ମାଆ
 ଲଉଡ଼ି -ବାଡ଼ି, ଯଷ୍ଟି ।

Comments

  1. ୩) ଖାମେ କାହିଁକି ମ) ମେ'ରୁ ନାହିଁ ବୋଲି କବି କହିଛନ୍ତି । କୋନ୍ତୁ ।

    ReplyDelete

Post a Comment

Popular posts from this blog

ପୃଥିବୀ ଓ ସୌରଜଗତ

ରାମାୟଣ