ବନବାଣୀ


୧।ଉତ୍ତର କୁହ ।

(କ) ପୁରାତନ ଭାରତର ଛାତ୍ରମାନେ କେଉଁ ସ୍ଥାନରେ ରହି ଶିକ୍ଷାଲାଭ କରୁଥିଲେ ?

 ଉ : ପୁରାତନ ଭାରତର ଛାତ୍ର ମାନେ ଅରଣ୍ୟରେ ଆର୍ଯ୍ୟଋଷିମାନଙ୍କ ନିକଟରେ ରହି ଶିକ୍ଷାଲାଭ କରୁଥିଲେ । 

 (ଖ) କେଉଁମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି ? 

 ଉ : ଅରଣ୍ୟ ଭୂମିକୁ ସାଧନା ସ୍ଥଳ ରୂପେ ଗ୍ରହଣକରି ସିଦ୍ଧି ଲାଭକରିଥିବା ଯୋଗୀ ଋଷିମାନଙ୍କର ପବିତ୍ର ସ୍ମୃତି ଏବେ ବି ଭାରତୀୟଙ୍କ ପ୍ରାଣରେ ଗୌରବ ଜନ୍ମାଉଛି । 

 (ଗ) ରାଜା ମହାରାଜାମାନେ ଜୀବନରେ କାହାର ଆଶ୍ରୟ ନେଇ ନିଜକୁ କୃତାର୍ଥ ମଣୁଥିଲେ ?

 ଉ : ରାଜା ମହାରାଜାମାନେ ‘ମୁନି ବନ ତରୁଛାୟାର’ ଆଶ୍ରୟ ନେଇ ଜୀବନକୁ କୃତାର୍ଥ ମଣୁଥିଲେ । 

 (ଘ) ଭାରତର କେଉଁ କେଉଁ ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି ? 

 ଉ : ‘ଶକୁନ୍ତଳା', କୁମାର ସମ୍ଭବ”, “ଉତ୍ତର ରାମଚରିତ’ ପ୍ରଭୃତି ଭାରତର ପ୍ରାଚୀନ କାବ୍ୟ ନାଟକ ଆଦିରେ ଅରଣ୍ୟର କଥା କୁହାଯାଇଛି । 

୨ । ପଠିତ ପ୍ରବନ୍ଧରୁ ଉତ୍ତର ଖୋଜି ଲେଖ : 

(କ) ଭାରତୀୟ ଭାବୁକମାନେ କାହିଁକି ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସବୋଲି ଗ୍ରହଣ କରିଛନ୍ତି ?

 ଉ : ଭାରତୀୟ ଭାବୁକମାନଙ୍କ ନିକଟରେ ପ୍ରକୃତି ନିର୍ଜୀବ କିମ୍ବା ଜଡ଼ ନୁହେଁ, ତାହା ଏକ ମହାଶକ୍ତି ତେଣୁ ସେମାନେ  ପ୍ରକୃତିକୁ ସମସ୍ତ ପ୍ରେରଣାର ଉତ୍ସବୋଲି ଗ୍ରହଣ କରିଛନ୍ତି।

(ଖ) ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ କାହିଁକି ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ? 

ଉ : ମହାକାବ୍ୟରେ ବର୍ଣ୍ଣିତ ମହାପୁରୁଷମାନେ ସଂସାର କ୍ଷେତ୍ରରେ ସମାଜର ନେତୃତ୍ବ ନେବା ପୂର୍ବରୁ ଜୀବନର ସଂଯମ ଏବଂ ସାଧନା ଏବଂ ସାଧନା ନିମନ୍ତେ ଅରଣ୍ୟରେ ସମୟ ଅତିବାହିତ କରୁଥିଲେ ।

 (ଗ) ଭାରତୀୟ ସଭ୍ୟତାର ପରିବର୍ତ୍ତନ ଯୋଗୁଁ ବନପ୍ରଦେଶ କିପରି ବଦଳିଛି ?

 ଉ : ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ଯିକ ପ୍ରଭାବରେ ପରିବର୍ତ୍ତିତ ହୋଇଅଛି । ଏହା ଫଳରେ ବନ ପ୍ରଦେଶରେ ଆଉ ସେ ଋଷି ଆଶ୍ରମ ନାହିଁ କିମ୍ବା ଶତ ଶତ ଶିଷ୍ୟଙ୍କ ବେଦଧ୍ଵନିରେ ବନ ପ୍ରଦେଶ ମୁଖରିତ ହେଉନାହିଁ ।

 (ଘ) ବନବାଣୀକୁ କାହିଁକି 'ଭାରତର ବାଣୀ’ ବୋଲି କୁହାଯାଇଛି ? 

 ଉ : ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । ବାହ୍ୟିକ ପ୍ରଭାବରେ ଭାରତୀୟ ସଭ୍ୟତାର ପରିବର୍ତ୍ତନ ଘଟିଥିଲେ ମଧ୍ୟ ସହସ୍ର ବର୍ଷ ପୂର୍ବର ସେ ସ୍ମୃତି ଏବେ ସୁଦ୍ଧା ଭାରତବାସୀଙ୍କ ହୃଦୟରୁ ଏକାବେଳକେ ବିଲୁପ୍ତ ହୋଇନାହିଁ କିମ୍ବା ଏହା କେବେ ବିଲୁପ୍ତ ହେବାର ନୁହେଁ ।
ସେଥିପାଇଁ ବନବାଣୀକୁ ଭାରତର ବାଣୀ ବୋଲି କୁହାଯାଇଛି ।

୩ । ସରଳ ଭାଷାରେ ବୁଝାଇ ଲେଖ :

 (କ) ‘‘ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି।"

‘‘ପ୍ରକୃତି.........ମହାଶକ୍ତି।"

 ଉକ୍ତ ଗଦ୍ୟାଂଶଟି ଆମ ସାହିତ୍ୟ ପୁସ୍ତକର ‘ବନବାଣୀ' ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଗୋପବନ୍ଧୁଦାସ ଅରଣ୍ୟର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି ।

              ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର। ଆବହମାନ କାଳରୁ ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଏବଂ ସିଦ୍ଧିର ସ୍ଥାନରୂପେ ନିରୂପଣ କରିଥିଲେ। ଭାରତର କାବ୍ୟ, ନାଟକ ଓ ପୁରାଣାଦିରେ ମଧ୍ୟ ଅରଣ୍ୟର ଗୌରବ ବିଶେଷ ଭାବରେ ପ୍ରକଟିତ ହୋଇଛି । ଭାରତୀୟ ଭାବୁକମାନେ କାଳେ କାଳେ ପ୍ରକୃତିକୁ ପବିତ୍ର ପ୍ରେରଣାର ମୂଳ ନିଦାନ ବୋଲି ଗ୍ରହଣ କରିଛନ୍ତି । କାରଣ ପ୍ରକୃତି ସେମାନଙ୍କ ନିକଟରେ ନିର୍ଜୀବ  ଏବଂ ଜଡ଼ ନୁହେଁ, ତାହା ଏକ ମହାଶକ୍ତି ।

     ପ୍ରସଙ୍ଗଟି ମନଛୁଆଁ ଅଟେ ।

(ଖ) "ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହିକ ପ୍ରଭାବରେ ପରିବର୍ତ୍ତିତ ହୋଇଛି।"

ଉ : 'ଭାରତର ...... ..... ହୋଇଛି ।'

ଉକ୍ତ ଗଦ୍ୟାଂଶଟି ‘ଆମ ସାହିତ୍ୟ’ ପୁସ୍ତକର ‘ବନବାଣୀ' ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ଲେଖକ ଗୋପବନ୍ଧୁ ଦାସ ଭାରତର ପରିବର୍ତ୍ତିତ ସଭ୍ୟତା ଓ ଚିନ୍ତାର ଗତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।

       ଅରଣ୍ୟ ହେଉଛି ଭାରତୀୟ ସଭ୍ୟତାର କେନ୍ଦ୍ର । କେଉଁ ପ୍ରାଚୀନ କାଳରୁ ଭାରତୀୟ ସଭ୍ୟତାର ଯେଉଁ ଉନ୍ନତି ହୋଇଛି ତାହା କେବଳ ଏହି ଅରଣ୍ୟରୁ । ଭାରତର ମହାପୁରୁଷମାନେ ଅରଣ୍ୟକୁ ଆପଣାର ସାଧନା ଓ ସିଦ୍ଧିର ସ୍ଥାନ ରୂପେ ନିରୂପଣ କରିଥିଲେ । ଭାରତୀୟ ଭାବୁକମାନେ ପ୍ରକୃତିକୁ ଏକ ମହାଶକ୍ତିରୂପେ ଗ୍ରହଣ କରୁଥିଲେ । ଅରଣ୍ୟର ତରୁଲତା ଶ୍ରେଣୀରୁ ଭାବୁକମାନେ ନୀରବବାଣୀ ଶ୍ରବଣ କରୁଥିଲେ । କିନ୍ତୁ ବର୍ତ୍ତମାନ ଆଉ ସେସବୁ ନାହିଁ । ଭାରତର ସଭ୍ୟତା ଓ ଚିନ୍ତାର ଗତି କେତେକ ପରିମାଣରେ ବାହ୍ୟିକ ପ୍ରଭାବରେ ପରିବର୍ତ୍ତିତ ହୋଇଅଛି । 

ପ୍ରସଙ୍ଗଟି  ମନଛୁଆଁ ଅଟେ ।

୪ । ପ୍ରତ୍ୟେକ ଧାଡ଼ିରେ ତିନୋଟି ଏକ ଜାତୀୟ ଶବ୍ଦ ସହିତ ଗୋଟିଏ ଭିନ୍ନଜାତୀୟ ଶବ୍ଦ ମିଶି ରହିଛି । ଭିନ୍ନ ଜାତୀୟ ଶବ୍ଦଟିକୁ ଚିହ୍ନଟ କରି ଲେଖ ।

(କ)ଯୋଗୀ, ମୁନି, ଋଷି,ରୋଗୀ

 ଉ :ରୋଗୀ

(ଖ)ପ୍ରୌଢ଼, ନାଗରିକ, ବାଳକ, ଯୁବକ 

 ଉ : ନାଗରିକ 

(ଗ) ବନ, ଉପବନ, ଅରଣ୍ୟ, ପର୍ବତ

 ଉ : ପର୍ବତ 

(ଘ) କାବ୍ୟ, କିମ୍ବଦନ୍ତୀ, ନାଟକ, ପୁରାଣ

 ଉ : କିମ୍ବଦନ୍ତୀ

 (ଙ) ତରୁ , ବିହଙ୍ଗ, ଦ୍ରୁମ, ମହାଦ୍ରୁମ

 ଉ :ବିହଙ୍ଗ

୫ । ତଳେ ‘କ’ ଓ ‘ଖ’ ସ୍ତମ୍ଭରେ କିଛି ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ପରସ୍ପର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ବାକ୍ୟ କର ।

ଅରଣ୍ୟ -କ୍ଷେତ୍ର 
ତରୁ - ସ୍ରୋତ  
ଚିନ୍ତା -ପୀଠ
କାର୍ଯ୍ୟ - ପ୍ରଦେଶ
ସାଧନା - ଛାୟା

ଉ:-ଅରଣ୍ୟ ପ୍ରଦେଶ = ଅରଣ୍ୟ ପ୍ରଦେଶରେ ମୁନି ଋଷି ମାନେ ସାଧନା କରନ୍ତି । 

ତରୁଛାୟା = ତରୁ ଛାୟାରେ ଶାନ୍ତି ମିଳେ । 

ଚିନ୍ତାସ୍ରୋତ= ହଠାତ୍ ମୋର ଚିନ୍ତାସ୍ରୋତରେ ବାଧା ପହଞ୍ଚିଲା । 

କାର୍ଯ୍ୟକ୍ଷେତ୍ର =ତୁମେ କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ଦେଖାଇବା ଉଚିତ । 

ସାଧନାପୀଠ = ଶାନ୍ତିନିକେତନ ରବୀନ୍ଦ୍ର ନାଥଙ୍କ ସାଧନାପୀଠ ଥିଲା । 

୬ । ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର । 
ପାଠଟିକୁ ପୂର୍ଣ୍ଣ ଭାବରେ ଲେଖ : 

(ଅଜ୍ଞାତ, ନୀରବ, ଭାବୁକ, ସାଧନା) 

ପ୍ର/ଉ : ମହାଭାରତରେ ପଞ୍ଚୁ ପାଣ୍ଡବଙ୍କୁ ମଧ୍ୟ ରାଜ୍ୟ ଲାଭ ପୂର୍ବରୁ ଅଜ୍ଞାତ ବନବାସରେ ଏହିପରି ଦୀର୍ଘ ସାଧନା ମଧ୍ୟଦେଇ ଯିବାକୁ ପଡ଼ିଅଛି । କେଜାଣି, ଅରଣ୍ୟର ତରୁଲତା ଶ୍ରେଣୀ ଭାରତୀୟ ଭାବୁକ କାନରେ କି ନୀରବ ବାଣୀ କହୁଥିଲେ।

୭ । ତଳ କୋଠରି ମାନଙ୍କରେ କେତୋଟି ଅକ୍ଷର ଦିଆଯାଇଛି । ପ୍ରତି ଧାଡ଼ି ରୁ ଅକ୍ଷରମାନଙ୍କୁ ନେଇ କେତୋଟି ଦୁଇ ଓ ତିନି ଅକ୍ଷର ବିଶିଷ୍ଟ ଶବ୍ଦ ତିଆରି କର :
 ସା ଧ ବ ନ
 ସ୍ବ ନ ଗ ର
 ର ସ ଭ୍ୟ ମ
 ଅ ମ୍ପ ର୍କ ସ
 ଦ ମ ର୍ଶ ନ

ଉ : ସାଧବ, ସାଧନ, ବନ, ଧନ, ସାନ, ବସା, ନବ, ସ୍ଵନ, ନଗର, ନର, ସ୍ଵର ରସ, ସଭ୍ୟ, ସର, ମର , ଅର୍କ, ସମ୍ପର୍କ ,ଦର୍ଶନ, ମନ, ମଦନ, ଦମନ

 ୮ । ପ୍ରତି ବାକ୍ୟର କିଛି ଅଂଶ ‘କ’ ସ୍ତମ୍ଭରେ ଓ କିଛି ଅଂଶ  ‘ଖ’ ସ୍ତମ୍ଭରେ ଦିଆଯାଇଛି । ଦୁଇ ସ୍ତମ୍ଭରେ ପରସ୍ପର ସମ୍ପର୍କ ଥିବା ବାକ୍ୟାଂଶକୁ ଏକାଠି ମିଳାଇ ଲେଖ ।

 ପ୍ରକୃତି ସେମାନଙ୍କ ନିକଟରେ - ଭାରତର ବାଣୀ । 
 ବନ ବାଣୀ ହିଁ - ବନପ୍ରଦେଶ ମୁଖରିତ ହେଉନାହିଁ । 
ଶତଶତ ଶିଷ୍ୟଙ୍କ ବେଦଧ୍ବନିରେ-ପ୍ରାଣରେ ଅନୁଭବ କରୁଥିଲେ। 
ଅରଣ୍ୟ ହିଁ ସେମାନଙ୍କର - ସାଧନାପୀଠ ଥିଲା । 
 ବନସ୍ପତିର ମାହାତ୍ମ୍ୟ - ନିର୍ଜୀବ ଏବଂ ଜଡ଼ ନୁହେଁ

:-
ପ୍ରକୃତି ସେମାନଙ୍କ ନିକଟରେ - ନିର୍ଜୀବ ଏବଂ ଜଡ଼ ନୁହେଁ ।
ବନ ବାଣୀ ହିଁ ଭାରତର ବାଣୀ ।
ଶତଶତ ଶିଷ୍ୟଙ୍କ ବେଦଧ୍ବନିରେ - ବନପ୍ରଦେଶ ମୁଖରିତ ହେଉନାହିଁ । 
ଅରଣ୍ୟ ହିଁ ସେମାନଙ୍କର - ପରି ସାଧନାପୀଠି ଥିଲା ।
ବନସ୍ପତିର ମାହାତ୍ମ୍ୟ - ପ୍ରାଣରେ ଅନୁଭବ କରୁଥିଲେ। 

୯ । ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକ ମଧ୍ୟରୁ ନିର୍ଭୁଲ ଶବ୍ଦଗୁଡ଼ିକୁ ବାଛି ଲେଖ :

 (କ) ଜାତିୟ, ଜାତୀୟ, ଯାତୀୟ
 (ଖ) ବିଶେଷ, ବିଷେଶ, ବିସେଷ 
(ଗ) ବାଲ୍ମିକୀ, ବାଲ୍ମୀକି, ବାଲ୍ମିକି 
(ଘ) ନୀର୍ଜିବ, ନିର୍ଜିବ, ନିର୍ଜୀବ ।

 ଉ :(କ) ଜାତୀୟ (ଖ) ବିଶେଷ (ଗ) ବାଲ୍ମୀକି (ଘ) ନିର୍ଜୀବ


Comments

Popular posts from this blog

କଳାମାଣିକରେ

ପୃଥିବୀ ଓ ସୌରଜଗତ

ରାମାୟଣ