ଦେଖିନାହିଁ କେତେ ଦିନୁ ଖଣ୍ଡଗିରି
୧ । ଉତ୍ତର କୁହ ।
(କ) କବିତାଟିରେ ବର୍ଣ୍ଣିତ ସ୍ଥାନ କେଉଁଠି ଅବସ୍ଥିତ ?
ଉ : କବିତାଟିରେ ବର୍ଣ୍ଣିତ ସ୍ଥାନ ଖଣ୍ଡଗିରି, ଭୁବନେଶ୍ବରର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ।
(ଖ) କବି ଖଣ୍ଡଗିରିକୁ ଉତ୍କଳ ଗୌରବର ପ୍ରତୀକ ରୂପେ କାହିଁକି ବର୍ଣ୍ଣନା କରିଛନ୍ତି ?
ଉ : ଖଣ୍ଡଗିରିରେ ଉତ୍କଳର ଇତିହାସ ସବୁ ଅମର ଅକ୍ଷରରେ ଅଙ୍କିତ ହୋଇ ରହିଥିବାରୁ କବି ଏହାକୁ ଉତ୍କଳର ଗୌରବର ପ୍ରତୀକ ରୂପେ ବର୍ଣ୍ଣନା କରିଛନ୍ତି ।
(ଗ) ଖଣ୍ଡଗିରି ଜନସ୍ମୃତିରୁ କାହିଁକି ଲିଭିଯାଉଛି ?
ଉ : କାଳର ପ୍ରଭାବରେ ଖଣ୍ଡଗିରି ଜନସ୍ମୃତିରୁ ଲିଭିଯାଉଛି ।
(ଘ) କବିତାରେ ରାଣୀହଂସପୁର ସମ୍ପର୍କରେ କବି କ’ଣ କହିଛନ୍ତି ?
ଉ : ମହାକାଳ ନୀରରେ ବୁଦ ବୁଦ ଭଳି କଳିଙ୍ଗର ବିଭବ ମିଶିଯାଇଛି । ତଥାପି ରାଣୀହଂସପୁର ନାରଖାର ଅବସ୍ଥାରେ ଠିଆ ହୋଇ ରହି ଅତୀତର ସେ ଗାଥାର ସାକ୍ଷୀ ଦେଉଛି ବୋଲି କବି ଏହି କବିତାରେ ରାଣୀ ହଂସପୁର ସମ୍ପର୍କରେ କହିଛନ୍ତି ।
(ଙ) ସାଧୁଧର୍ମ ବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତ ବାସୀଙ୍କ ସମ୍ପର୍କରେ କବିତାରେ କ’ଣ କୁହାଯାଇଛି ?
ଉ : ସାଧୁଧର୍ମବେଶୀ ଓ ଖଣ୍ଡଗିରି ପଥପ୍ରାନ୍ତବାସୀମାନେ ବହୁ ଅଦ୍ଭୁତ କାହାଣୀ କହନ୍ତି । କେତେ ଜୀର୍ଣ୍ଣ ସ୍ମୃତି କଠାଉ ଆଣି ସେମାନେ ଶ୍ରୋତାଙ୍କୁ ପ୍ରତ୍ୟକ୍ଷ ପ୍ରମାଣ ଦେଖାନ୍ତି ବୋଲି କବିତାରେ କୁହାଯାଇଛି ।
୨ | ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) କବି ଖଣ୍ଡଗିରିକୁ ଦେଖୁ କାହିଁକି ଚିନ୍ତାମଗ୍ନ ହୋଇ ପଡ଼ିଛନ୍ତି ?
ଉ : କବି ପ୍ରଥମ ଯୌବନର କଥା ମନେପକାଇ କହନ୍ତି ଯେ ଖଣ୍ଡଗିରିର ପ୍ରାକୃତିକ ଶୋଭା ସନ୍ଦର୍ଶନ କରିବା ଥିଲା ତାଙ୍କର ଉଦ୍ଦେଶ୍ୟ । କିନ୍ତୁ ସେ ଯେତେବେଳେ ତା’ର ଶ୍ରୀ ସମ୍ପଦକୁ ନେତ୍ର ଭରି ଦେଖୁଛନ୍ତି ଭାବାବେଗରେ ଚିନ୍ତାମଗ୍ନ ହୋଇ ପଡ଼ିଛନ୍ତି ।
(ଖ) କବିତାରେ ଖଣ୍ଡଗିରି ରାଜଦରବାରର ଦୃଶ୍ୟ କିପରି ଚିତ୍ରିତ ହୋଇଛି ?
ଉ : କବିତାରେ ଖଣ୍ଡଗିରି ରାଜଦରବାରର ନାନା ଦୃଶ୍ୟ ଚିତ୍ରିତ ହୋଇଛି, ଯଥା- ବୀରବାଜା, ରଣସଜ୍ଜା, ଗୁପ୍ତ ମନ୍ତ୍ରଣା,ରାଜାଙ୍କୁ ଦୁର ଦେଶରୁ ଆସିଥିବା ଦୂତର ବିଜୟ ବାର୍ତ୍ତା ପ୍ରଦାନ, ଏକାନ୍ତରେ ରାଜାଙ୍କୁ ଗୁପ୍ତଚରର ରାଜ୍ୟ ସମାଚାର ପ୍ରଦାନ ଇତ୍ୟାଦି।
(ଗ) ଶ୍ରବଣ ସନ୍ନ୍ୟାସୀମାନେ ଖଣ୍ଡଗିରିରେ କଣ କରୁଛନ୍ତି ବୋଲି କବି ବର୍ଣ୍ଣନା କରିଛନ୍ତି?
ଉ : ଖଣ୍ଡଗିରିର ଆଧ୍ୟାତ୍ମିକ ବାତାବରଣ ଅତ୍ୟନ୍ତ ଗୌରବାବହ।ସେଠାରେ ଶ୍ରମଣ ସନ୍ନ୍ୟାସୀମାନେ ବସି ତତ୍ତ୍ଵ ବିଚାର କରିବା, ଲୋକମାନଙ୍କୁ ଉପଦେଶ ଦେବା ଏବଂ ଅହିଂସା ପ୍ରଚାର ଇତ୍ୟାଦି କରୁଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି।
(ଘ) ଖଣ୍ଡଗିରି ଗୁମ୍ଫାରେ ଶିଳ୍ପୀମାନେ କେଉଁ କାର୍ଯ୍ୟ କରୁଛନ୍ତି ?
ଉ : ଉତ୍କଳର ଶିଳ୍ପୀମାନେ ମହାନ୍ । ଖଣ୍ଡଗିରି ଗୁମ୍ଫାରେ ସେମାନେ ନିଦ୍ଭୃତରେ ଗୁମ୍ଫା ଖୋଳା କାର୍ଯ୍ୟ କରୁଛନ୍ତି ।
(ଙ) ସାଧକମାନେ ଖଣ୍ଡଗିରିରେ ଏବେ ମଧ୍ୟ ଅଛନ୍ତି ବୋଲି କହିବାର କାରଣ କ'ଣ ?
ଉ : ଗଭୀର ରାତିରେ ସାଧକମାନଙ୍କର ସଙ୍ଗୀତର ଧ୍ବନି ଶୁଣାଯାଏ । ଏହି କାରଣରୁ ଏବେ ମଧ୍ୟ ସାଧକମାନେ ଖଣ୍ଡଗିରିରେ ଅଛନ୍ତି ବୋଲି କୁହାଯାଇଛି ।
(ଚ) ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ- ଏହା କାହିଁକି କୁହାଯାଇଛି ?
ଉ : ବୃଦ୍ଧକାଳରେ ମଣିଷର ସମସ୍ତ ଶ୍ରୀ ସମ୍ପଦ ନଷ୍ଟ ହୋଇଯାଏ । ଖଣ୍ଡଗିରି ବିନଷ୍ଟ ସର୍ବସ୍ବ ହୋଇଯାଇଥିବାରୁ ବୃଦ୍ଧ ଖଣ୍ଡଗିରି ବିରକ୍ତ ପରାଏ ଉଭା ଗମ୍ଭୀରେ ବୋଲି କୁହାଯାଇଛି ।
୩ । ସରଳ ଭାଷାରେ ବୁଝାଇ ଲେଖ ।
(କ) "ତଥାପି ସେ ଗାଥା ରଖିଅଛି ଗିରି କାଳ ପରାଭବେ ଦେଖାଇ ହିଂସା।"
ଉ : "ତଥାପି ......................... ହିଆ ।””
ଶଂସିତ ପଦ୍ୟାଂଶଟି "ଦେଖିନାହିଁ କେତେଦି ଖଣ୍ଡଗିରି” ଶୀର୍ଷକ କବିତାରୁ ଆନୀତ । ଏଠାରେ କବି ଗୋପବନ୍ଧୁ ଦାସ ଖଣ୍ଡଗିରି ସମସ୍ତ ପ୍ରତିବନ୍ଧକକୁ ଏଡ଼ାଇ କାଳର କରାଳ ଗର୍ଭରେ ଲୀନ ନ ହୋଇ ଉତ୍କଳର ଗୌରବାବହ ଅତୀତର ମୂକସାକ୍ଷୀ ଭାବେ କିପରି ଅଦ୍ୟାବଧି ବିରାଜମାନ ତାହା ବର୍ଣ୍ଣନା କରିଛନ୍ତି ।
ଏକଦା କଳିଙ୍ଗ ବୋଲାଉଥିବା ଉତ୍କଳ ସମଗ୍ର ଦେଶରେ ନାହିଁ ନଥିବା ଗୌରବର ଅଧିକାରୀ ଥିଲା । କଳା, ସାହିତ୍ୟ, ରାଜନୀତି, ସ୍ଥାପତ୍ୟ, ବାଣିଜ୍ୟ, ବ୍ୟବସାୟ ସମସ୍ତ କ୍ଷେତ୍ରରେ ଅଜସ୍ର ଖ୍ୟାତି ଅର୍ଜନ କରିଥିଲା । ସେ ସମସ୍ତ ଗୌରବ ଓ ବିଭବ କାଳର ଧ୍ବଂସକାରୀ ପ୍ରଭାବରେ ଲୀନ ହୋଇଯାଇଛି। ଆଜି କଳିଙ୍ଗବାସୀ ମଧ୍ୟ ମାତୃଭୂମିର ଗୌରବ ଏପରିକି କଳିଙ୍ଗର ନାନ ପର୍ଯ୍ୟନ୍ତ ଭୁଲି ଯାଇଛନ୍ତି । କାଳର କରାଳ ପ୍ରଭାବ କିନ୍ତୁ ଖଣ୍ଡଗିରିକୁ ଧ୍ବଂସ କରିପାରି ନାହିଁ । ସବୁ ବାଧା ପ୍ରତିବନ୍ଧକକୁ ଅତିକ୍ରମ କରି ସେ ବୀର ଦର୍ପରେ ଅତୀତର ମୂକସାକ୍ଷୀ ଭାବେ ଦଣ୍ଡାୟମାନ ହୋଇଛି। କଳିଙ୍ଗ ବୀରମାନଙ୍କର ଗୌରବ ଗାରିମା ଏବେ ମଧ୍ୟ ଖଣ୍ଡଗିରିଗୁମ୍ଫାମାନଙ୍କରେ ଖୋଦିତ ରହିଛି।
(ଖ) "ନୁହେଁ ତା’ ବିଚିତ୍ର ବାହ୍ୟ ବିଶ୍ଵେ ମାତ୍ର । । ପ୍ରତିଫଳେ ନର ନିଜ ହୃଦୟ ।"
ଉ:"ନୁହେଁ ......... ହୃଦୟ ।"
ଶଂସିତ ପଦ୍ୟାଂଶଟି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ରଚିତ “ଦେଖିନାହିଁ କେତେଦିନୁଁ ଖଣ୍ଡଗିରି' ଶୀର୍ଷକ ପଦ୍ୟରୁ ଆନୀତ। ଏଠାରେ କବି ମନୁଷ୍ୟର ନିଜ ମନର ଭାବନା କିପରି ବାହ୍ୟ ଜଗତରେ ପ୍ରତିଫଳିତ ହୋଇଥାଏ ତାହା ବର୍ଣ୍ଣନା କରିଛନ୍ତି ।
ଖଣ୍ଡଗିରି ପଥପ୍ରାନ୍ତରେ ବାସ କରୁଥିବା ବହୁ ସାଧୁଙ୍କଠାରୁ ଖଣ୍ଡଗିରି ସମ୍ବନ୍ଧରେ ନାନା ଅଦ୍ଭୁତ କାହାଣୀମାନ ଶୁଣିବାକୁ ମିଳେ । ବିଳମ୍ବିତ ରାତ୍ରିର ନିସ୍ତବ୍ଧ ପ୍ରହରରେ ଅନ୍ଧକାର ଗୁହା ମଧ୍ୟରେ ଶୂନ୍ୟରୁ ସଙ୍ଗୀତ ଶୁଣାଯାଏ ବୋଲି ସାଧୁମାନେ କହନ୍ତି । ସେମାନଙ୍କ ମତରେ ସେହି ଅନ୍ଧକାର ଗୁହା ମଧ୍ୟରେ ଏବେ ମଧ୍ୟ ବହୁ ସାଧୁ ତପସ୍ୟାରତ ଅଛନ୍ତି ଓ ସେମାନଙ୍କର ମୁଖନିଃସୃତ ମନ୍ତୋଚ୍ଚାରଣ ନିଶାର୍ଦ୍ଧରେ ଶୁଣାଯାଏ, ଏହାକୁ ଅନେକ ପଥିକ ଅବିଶ୍ୱାସ କରିଥାଆନ୍ତି । ମାତ୍ର କବି ସାଧୁମାନଙ୍କର ଏତାଦୃଶ ଉକ୍ତିରେ ବିସ୍ମିତ ହୋଇନାହାନ୍ତି । କାରଣ ସେମାନଙ୍କ ହୃଦୟରେ ସେହିପରି ଧର୍ମ ଧାରଣା ରହିଥିବାରୁ ତାଙ୍କୁ ସେପରି ଶୁଣାଯାଏ । ମଣିଷ ମନର ଭାବନାର ରୂପାନ୍ତର ତା’ର ବାହ୍ୟଜଗତରେ ଦେଖିବାକୁ ମିଳେ ବୋଲି କବି ଏଠାରେ ପ୍ରକାଶ କରିଛନ୍ତି ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
୪ । ତଳେ ଦିଆଯାଇଥିବା ସମୋଚ୍ଚାରିତ ଶବ୍ଦ ମଧ୍ୟରେ ଥିବା ଅର୍ଥ-ପାର୍ଥକ୍ୟକୁ ବାକ୍ୟ ମାଧ୍ୟମରେ ପ୍ରକାଶ କର ।
ଉ: ପ୍ରାସାଦ - ବଡ଼ ଅଟ୍ଟାଳିକା- ହରିବାବୁଙ୍କ ପ୍ରାସାଦଟି ଅତ୍ୟନ୍ତ ସୁନ୍ଦର ।
ପ୍ରସାଦ-ଭୋଗ-ଠାକୁରଙ୍କ ପ୍ରସାଦ ସମସ୍ତଙ୍କୁ ଦିଅ ।
ସତ- ସତ୍ୟ -ସମସ୍ତେ ସତ କହିବା ଉଚିତ୍ ।
ଶତ -ଶହେ-ଶତ ଶତ ପାଇକ ଯୁଦ୍ଧ କଲେ ।
ବାସୀ-ବାସ କରୁଥିବା ଲୋକ -ଆମେ ଭାରତବାସୀ ।
ବାସି- ପୂର୍ବ ଦିନର ଖାଦ୍ୟ-ବାସି ଖାଦ୍ୟ ଖାଇବା ଅନୁଚିତ ।
ଖର -ଦ୍ରୁତ -ଖରତର ହେଇ ପିଲାଟି ଆସିଲା ।
ଖାର-ଖାରିଆ-ଅନେକ ଲୋକ ଖାର ଖାଦ୍ୟକୁ ଭଲ ପାଆନ୍ତି।
ପୁର-ନଗର - ପୂର୍ବେ ରାଜା ମହାରାଜାମାନଙ୍କର ରାଣୀ, ହଂସପୁର ଥିଲା ।
ପୂର-ପିଠାରେ ଦିଆଯାଉଥିବା ପୂର- ମଣ୍ଡା ପିଠାରେ ପୂର ଦିଆଯାଏ ।
୫। ମନେ ପକାଇ କବିତାର ପଦଟିକୁ ପୂରଣ କର ।
(କ) ଦୂର ଦେଶୁଁ ଦୂତ..........
........... କରେ ଛାମୁରେ ଜଣା ।
ଉ : ଦୂରଦେଶୁଁ ଦୂତ ବିଜୟବାରତା । ଘେନି ଆସି କରେ ଛାମୁରେ ଜଣା ।
(ଖ) ଗମ୍ଭୀର ନିର୍ଘୋଷେ ......
........... ଧର୍ମ ପ୍ରଚାର ।
ଉ : ଗମ୍ଭୀର ନିର୍ଘୋଷ ଲୋକ ଉପଦେଶେ
କାହିଁ ବା ଅହିଂସା ଧର୍ମ ପ୍ରଚାର ।
(ଗ) ଚୂଳୁଁ ମୂଳଯାଏ .......
............ ଗୁମ୍ଫା ଦେଉଳ ।
ଉ :ଚୂଳୁଁ ମୂଳଯାଏ ଶୋଭେ ଶିଳାକାୟେ
ପ୍ରାସାଦ ପ୍ରାଙ୍ଗଣ ଗୁମ୍ପା ଦେଉଳ।
୬ | କବିତାର କେଉଁ ପ୍ରସଙ୍ଗରେ କୁହାଯାଇଛି ଲେଖ ।
(କ) ‘ଉଜ୍ଜ୍ବଳଛବି’ ।
ଉ : କବି ଉତ୍କଳର ଏକ ବିଭବଶାଳୀ ରୂପକୁ କଳ୍ପନାର ଦୃଷ୍ଟିରେ ଦେଖିବା ପ୍ରସଙ୍ଗରେ “ଉଜ୍ଜଳଛବି' ବୋଲି କୁହାଯାଇଛି ।
(ଖ) ‘କଳିଙ୍ଗର ଭୂତି' ।
ଉ: ଜଳରେ ବୁଦବୁଦ୍ ପରି ସମୟ ସାଗରରେ କଳିଙ୍ଗର ଐଶ୍ବର୍ଯ୍ୟ ମିଳାଇଯିବା ପ୍ରସଙ୍ଗରେ 'କଳିଙ୍ଗର ଭୂତି' ବୋଲି କୁହାଯାଇଛି ।
(ଗ) ‘ପ୍ରତ୍ୟକ୍ଷ ପ୍ରମାଣ '।
ଉ : ଖଣ୍ଡଗିରିର ପଥପ୍ରାନ୍ତବାସୀ ଏବଂ ସାଧୁଧର୍ମବେଶୀମାନେ ବହୁ ଅଦ୍ଭୁତ କାହାଣୀ କହିବା ସହିତ ଜୀର୍ଣ୍ଣ ସ୍ମୃତି କଠାଉମାନ ଆଣି ଶ୍ରୋତାଙ୍କୁ ତାଙ୍କର ପ୍ରତ୍ୟକ୍ଷ ପ୍ରମାଣ ଦିଅନ୍ତି ବୋଲି । ଏହି ପ୍ରସଙ୍ଗରେ କୁହାଯାଇଛି ।
(ଘ) ‘ସଙ୍ଗୀତ ନଭେ’
ଉ : ଖଣ୍ଡଗିରିର ନିବିଡ଼ ଅନ୍ଧାର ଗୁହାରେ ଥିବା ତାପସ ସାଧକ ମାନଙ୍କର ସଙ୍ଗୀତ ଗଭୀର ନିଶୀଥରେ ଶୁଣାଯାଉଥିବା କଥା ଏହି ‘ସଙ୍ଗୀତ ନଭେ’ ପ୍ରସଙ୍ଗରେ କୁହାଯାଇଛି ।
୭ । ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଗୋଟିଏ ଲେଖାଏଁ ପ୍ରତିଶବ୍ଦ ଲେଖ ।
କାୟା- ଶରୀର
ହିଆ- ହୃଦୟ
ନିଶୀଥ- ରଜନୀ
ନଭ -ଗଗନ
କଠାଉ-ପାଦୁକା
୮ | ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକର ଅର୍ଥ ଲେଖ ।
ଉ : ରୋଧିଛନ୍ତି - ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ଅଟକାଇଛନ୍ତି, ରୋକିଛନ୍ତି
ନିବସନ୍ତି - ବାସ କରନ୍ତି ।
ପ୍ରତିଫଳେ -ପ୍ରତିଫଳିତ ହୁଏ, ପ୍ରତିଧ୍ବନିତ ହୁଏ ।
ଏକାନ୍ତେ -ନିର୍ଜନରେ
ନିରତେ - ସଦାସର୍ବଦା, ସବୁବେଳେ
Comments
Post a Comment