ଛୋଟ ମୋର ଗାଆଁଟି
୧। ଉତ୍ତର କୁହ ।
(କ) କବିତାଟିରେ କାହା କଥା ବର୍ଣ୍ଣନା କରାଯାଇଅଛି ?
ଉ: କବିଙ୍କର ଜନ୍ମମାଟି ତଥା ଗାଆଁ କଥା ବର୍ଣ୍ଣନା କରାଯାଇଅଛି।
(ଖ) ଜୀବନର ଯେଉଁ ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁ ମାଟି ଜଡ଼ିତ, ତାହା କୁହ ?
ଉ : ଜନ୍ମ ଓ ମୃତ୍ୟୁ ଭଳି ଦୁଇଟି ବିଶେଷ କାର୍ଯ୍ୟ ସହ ଗାଆଁମାଟି ଜଡ଼ିତ।
(ଗ) କାହାର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି ?
ଉ : କବିଙ୍କ ଗାଆଁ ମାଟିର ପବିତ୍ର ଜଳ ରକ୍ତ ହୋଇ ତାଙ୍କ ଶରୀରରେ ପ୍ରବାହିତ ହେଉଛି ବୋଲି କବି କହିଛନ୍ତି ।
(ଘ) କବି ନିଜ ଗାଁରୁ କ’ଣ କ’ଣ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ?
ଉ : କବି ନିଜ ଗାଆଁରୁ ପ୍ରାଣ, କଥା, ଚାହାଁଣି ଓ କବିତ୍ବ ପାଇଛନ୍ତି ବୋଲି ବର୍ଣ୍ଣନା କରିଛନ୍ତି ।
(ଙ) କେଉଁଠାରେ ବସି ସେସବୁକୁ ମନେ ପକାଉଛନ୍ତି ?
ଉ : କବି ପ୍ରବାସରେ ବସି ସେ ସବୁକୁ ମନେ ପକାଉଛନ୍ତି।
୨ । ଉତ୍ତର ଲେଖ । (ଦୁଇ ବା ତିନୋଟି ବାକ୍ୟରେ)
(କ) କବି ନିଜର ଜନ୍ମ ସମ୍ବନ୍ଧରେ କ’ଣ କହିଛନ୍ତି ?
ଉ : କବି ଗୋଟିଏ ଛୋଟ ଗାଆଁରେ ଜନ୍ମ ଲାଭ କରିଥିବା କଥା କହିଛନ୍ତି । ଭୂଗୋଳ ପୋଥି ପତରରେ ସେହି ଗାଆଁର ନାମ ନଥିଲେ ମଧ୍ୟ ସେହି ଗାଆଁର ଏନ୍ତୁଡ଼ିଶାଳରେ କବି ଜନ୍ମ ଗ୍ରହଣ କରିଛନ୍ତି ଏବଂ ସେଇଠି ମଧ୍ୟ ତାଙ୍କର ଚିତାଗ୍ନି ଜଳିବ ବୋଲି ସେ କହିଛନ୍ତି ।
(ଖ) ଗ୍ରାମର କେଉଁ କେଉଁ ଜିନିଷ ତାଙ୍କୁ ଜୀବନ ଦେଇଛି ?
ଉ: ଗାଆଁର ଜଳ ଓ ବାୟୁ କବିଙ୍କୁ ଜୀବନ ଦେଇଛି । ଗାଆଁର ତୋଟାମାଳ, ଲଟାଫୁଲ, ବିଲ ବଣ ଓ ଗାଈଗୋଠର ମୁରଲୀ ସ୍ଵନ ମଧ୍ୟ କବିଙ୍କର ଜୀବନ ସଞ୍ଚାର କରିଛି ।
(ଗ) ତାଙ୍କ ଆଖିରେ କିଏ ନୂଆ ଚାହାଣି ଭରି ଦେଇଛି ?
ଉ- ତାଙ୍କ ଆଖିରେ ଗାଆଁ ମାଟିରେ ଆତ୍ମପ୍ରକାଶ କରିଥିବା ଫଗୁଣ ମାସର ପାହାନ୍ତି ଉଷା ନୁଆ ଚାହାଣି ଭରି ଦେଇଛି।
(ଘ) ‘ଆଲୁଅଠାରୁ ଅନ୍ଧାର ଭଲ’ କାହିଁକି କୁହାଯାଇଛି?
ଉ : କବି ସଚ୍ଚିଦାନନ୍ଦ ରାଉତରାୟ ଥିଲେ ପଲ୍ଲୀ ଜୀବନର ବାସ୍ତବ ଚିତ୍ରକର । ପଲ୍ଲୀର ଆଲୋକ ଅପେକ୍ଷା ଅନ୍ଧକାର ଅଧିକ ଶାନ୍ତିପ୍ରଦ । ଏହା ପ୍ରତ୍ୟେକଙ୍କ ଭିତରେ ଥିବା ଭିନ୍ନତାକୁ ଦୂରେଇ ଦେଇ ଏକ ରୂପ କରିଦିଏ ତେଣୁ ‘ଆଲୁଅଠାରୁ ଅନ୍ଧାର ଭଲ’ ବୋଲି କୁହାଯାଇଛି ।
(ଙ) କବି ତାଙ୍କ ଜୀବନରେ କଣ ଇଚ୍ଛା କରିଛନ୍ତି ?
ଉ : କବି ଥିଲେ ପଲ୍ଲୀପ୍ରାଣ । ପ୍ରବାସୀ ଜୀବନରେ କବି ଇଚ୍ଛା କରିଛନ୍ତି ନିଜ ଜନ୍ମମାଟିରେ ଶିର ନୁଆଁଇ ପ୍ରଣତିବାଢ଼ି ଦେବା ପାଇଁ ।
୩ । ଉତ୍ତର ଲେଖ ।(୫୦ରୁ ୮୦ଟି ଶବ୍ଦରେ)
ପ୍ରବାସରେ ଥାଇ କବି ନିଜ ଗ୍ରାମର ଅନୁଭୂତି ବିଷୟରେ କେଉଁ ସବୁ କଥା ବର୍ଣ୍ଣନା କରିଛନ୍ତି ?
ଉ : କବି ସଚ୍ଚିଦାନନ୍ଦ ରାଉତରାୟ ଥିଲେ ପଲ୍ଲୀପ୍ରାଣ । ସେ ତାଙ୍କର ଜନ୍ମମାଟିକୁ ଅତ୍ୟନ୍ତ ଭଲ ପାଉଥିଲେ । କାର୍ଯ୍ୟଭାର ହେତୁ କବି ପ୍ରବାସରେ ଥିଲେ ମଧ୍ୟ ନିଜ ଗ୍ରାମର ଅନୁଭୂତି କବିଙ୍କୁ ଆନ୍ଦୋଳିତ କରୁଥିଲା । କବି ନିଜର ଅନୁଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି ଯେ ସେ ସେହି ଛୋଟିଆ ଗ୍ରାମଟିରେ ଜନ୍ମ ଗ୍ରହଣ କରିଥିଲେ । ତା’ରି ମାଟିରେ ଓ ପାଣି ପବନରେ ବଢ଼ିଥିଲେ । ସେହି ଗାଆଁର ମୁକ୍ତବାୟୁ ତାଙ୍କର ନିଃଶ୍ୱାସ ପ୍ରଶ୍ୱାସ ରୂପେ ପ୍ରବାହିତ ହେଉଛି । ସେହି ଗାଁର ଶାଗୁଆ ଲଟା, ଫୁଲ ଓ ଝରଣାର ଜଳ ତାଙ୍କ ଜୀବନକୁ ଆକର୍ଷିତ କରିଛି । ସେହି ପ୍ରିୟ ଗାଆଁ ମାଟିର ସବୁଜ ବନାନୀ, ଗାଈଗୋଠର ବଂଶୀଧ୍ବନି, ଫସଲ କଟା ସମୟର ମଧୁର ଗାନ ତାଙ୍କ ଅନୁଭବ ରୂପେ ପ୍ରକାଶିତ ହୋଇଛି । ପ୍ରବାସରେ ଥାଇ ମଧ୍ୟ ଜନ୍ମମାଟିର ସୃତି ଓ ନିଜର ଅନୁଭୂତିକୁ ସେ ବର୍ଣ୍ଣନା କରିଛନ୍ତି ।
୪ । ସରଳ ଭାଷାରେ ବୁଝାଇ ଲେଖ ।
(କ) "ଛୋଟ ମୋର ଗାଆଁଟି ।ଭୂଗୋଳ ପୋଥି ପତରେ ପଛେ ନଥାଉ ତା’ର ନାଆଁଟି ।"
ଉ :"ଛୋଟି ..... •••••.. ନାଆଁଟି ।''
ଉକ୍ତ ପଦ୍ୟାଂଶଟି କବି ସଚ୍ଚିଦାନନ୍ଦ ରାଉତରାୟଙ୍କ ଲିଖିତ 'ଛୋଟ ମୋର ଗାଆଁଟି' ଶୀର୍ଷକ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ନିଜ ଜନ୍ମମାଟିର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରିଛନ୍ତି ।
କବି ସଚ୍ଚିଦାନନ୍ଦ ରାଉତରାୟ ଥିଲେ ପଲ୍ଲୀପ୍ରାଣ । ତାଙ୍କର ଜନ୍ମମାଟି ପ୍ରତି ଥିଲା ଅତୁଟ ସ୍ନେହ । ଗାଆଁ ମାଟିର ମମତାରେ ସେ ସର୍ବଦା ମୋହିତ ହେଉଥିଲେ । ତାଙ୍କର ପ୍ରବାସୀ ଜୀବନରେ ଜନ୍ମମାଟିର ନାନା ଅନୁଭବ ଓ ଅନୁଭୂତି ମନେ ପଡ଼ିଯାଉଥିଲା । ତେଣୁ ସେ ଆବେଗଭରା ପ୍ରାଣରେ ପ୍ରକାଶ କରିଛନ୍ତି ଯେ ଭୂଗୋଳ ପୋଥି ପତରରେ ତାଙ୍କର ସେହି ଛୋଟିଆ ଗାଆଁଟିର ନାଆଁ ନଥିଲେ ମଧ୍ୟ ତାହା ତାଙ୍କ ପାଇଁ ସ୍ଵର୍ଗପୁର ।
ପ୍ରସଙ୍ଗଟି ହୃଦୟସ୍ପର୍ଶୀ ।
(ଖ) ‘‘ଇଚ୍ଛା ହୁଏ ମାଟିରେ ତା’ର ଶିରଟି ମୋର ନୁଆଁନ୍ତି।"
‘‘ଇଚ୍ଛା........ନୁଆଁନ୍ତି।"
ଉକ୍ତ ପଦ୍ୟାଂଶଟି 'ଛୋଟ ମୋର ଗାଆଁଟି' କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ସଚ୍ଚିଦାନନ୍ଦ ରାଉତରାୟ ଗାଆଁମାଟି ପ୍ରତି ତାଙ୍କର ଅହେତୁକ ମମତା ବିଷୟରେ ବର୍ଣ୍ଣନା କରିଛନ୍ତି।
କବି ସଚ୍ଚିଦାନନ୍ଦ ରାଉତରାୟ ଥିଲେ ମାଟି ଓ ମଣିଷର ଚିତ୍ରକର । ସେ ମଣିଷକୁ ଯେଭଳି ଭଲ ପାଉଥିଲେ ମାଟି ମାଆକୁ ସେହିଭଳି ଆଦର କରୁଥିଲେ । ପ୍ରବାସୀ ଜୀବନରେ ଗାଆଁ ମାଟିରୁ ଦୂରରେ ରହି ସେ ବ୍ୟାକୁଳ ହୋଇ ଉଠୁଥିଲେ । ଜନ୍ମ ମାଟିର ଏନ୍ତୁଡ଼ିଶାଳ, ମଶାଣି, ଗଛଲଟା, ପାଣିପବନ, ଗାଈଗୋଠ ଓ ଫସଲକଟା ସମୟର ମଧୁର ଗାନ ତାଙ୍କର ସ୍ମୃତିରେ ଜାଗ୍ରତ ହୋଇ ଉଠୁଥିଲା । ତାଙ୍କର ଇଚ୍ଛା ହେଉଥିଲା ସେ ଗାଆଁ ମାଟିକୁ ଧାଇଁ ଆସି ମଥାନତ କରି ପ୍ରଣାମ କରିବାକୁ ।
ପ୍ରସଙ୍ଗଟି ପ୍ରାଣଛୁଆଁ ।
୫ । ଅସଜଡ଼ା ପଦକୁ ସଜାଡ଼ି ଲେଖ ।
(କ) ପଞ୍ଜରା କାଠି ମୋର ପାଞ୍ଚଟି ଡାହାଟି ସେଇଠି ହବ।
ଉ : ପାଞ୍ଚଟି ମୋର ପଞ୍ଜରା କାଠି ସେଇଠି ହବ ଡାହାଟି।
(ଖ) କଣ୍ଠେ ମୋର ଦେଲା ଯେ କଥା ତାହାରି ଫୁଲ, ଶାଗୁଆ ଲତା ।
ଉ : ତାହାରି ଫୁଲ, ଶାଗୁଆ ଲତା କଣ୍ଠେ ମୋର ଦେଲା ଯେ କଥା ।
(ଗ) ତାହାରି ବଣ, ତାହାରି ଲଟା ତା ମୁରଲୀ ସ୍ଵନ, ଗାଈଗୋଠ ।
ଉ : ତାହାରି ଲଟା, ତାହାରି ବଣ, ତା ଗାଈଗୋଠ ମୁରଲୀ- ସ୍ଵନ ।
୬ । ପରାଣ’ ଶବ୍ଦରୁ ଅନ୍ୟରୂପ ଯେପରି “ପ୍ରାଣ", ସେହିପରି ନିମ୍ନଲିଖିତ ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ ।
ସରଗ - ସ୍ଵର୍ଗ
ରକତ -ରକ୍ତ
ମରତ-ମର୍ତ୍ତ୍ୟ
ଜନମ - ଜନ୍ମ

Comments
Post a Comment