ବାଳୁତ ବୀର ସେ
୧ । ଉତ୍ତର କୁହ ।
(କ) ବର୍ଷାବତାସି ବେଳେ ନାଉରି ଟୋକା କେଉଁଠି ଥିଲା ?
ଉ : ବର୍ଷାବତାସି ବେଳେ ନାଉରି ଟୋକା ଘାଟରୁ ବିଲକୁ ନାଆ ଭିଡ଼ିନେଇ ସନ୍ଧ୍ୟା ସମୟରୁ ଡଙ୍ଗାରେ ଚେଇଁ ଶୋଇଥିଲା ।
(ଖ) ସେ କାହାର ଆଦେଶରେ କେଉଁଠିକି ନାଆ ନେଇଥିଲା ?
ଉ : ସେ ଦେଶର ଆଦେଶରେ ଅର୍ଥାତ୍ ଜାତି ଭାଇଙ୍କ ଆଦେଶରେ ବିଲକୁ ନାଆ ନେଇଥିଲା ।
(ଗ) ନାଉରି ଟୋକାକୁ କେଉଁମାନେ ଡାକିଲେ ?
ଉ : ନାଉରି ଟୋକାକୁ ଗୋରା ଫଉଜମାନେ ଡାକିଲେ ।
(ଘ) ସେମାନେ ନାଉରି ଟୋକାକୁ ଡାକି କ’ଣ କହିଲେ ?
ଉ : ସେମାନେ ନାଉରି ଟୋକାକୁ ଡାକି କୂଳରେ ନାଆ ଲଗାଇ ଗାଆଁ ଲୋକମାନେ ଦେଖିବା ଜାଣିବା ପୂର୍ବରୁ ସେମାନଙ୍କୁ ପାରି କରାଇବାକୁ କହିଲେ ।
(ଙ) ନାଉରି ଟୋକା ସେମାନଙ୍କ କଥା ଶୁଣି କ'ଣ କଲା ?
ଉ : ନାଉରି ଟୋକା ସେମାନଙ୍କ କଥାଶୁଣି ଓଠକୁ ଓଠରେ ଚାପି ହସିଲା ଏବଂ ମଝି ବିଲରେ ଦୂରକୁ ଦୂରକୁ ନାଆ ବାହିନେଲା ।
(ଚ) ଏହାପରେ କ'ଣ ହେଲା ?
ଉ : ଏହାପରେ ଗୋରା ଫଉଜମାନେ ରାଗି ଗଲେ । ସେମାନେ ବାଜି ରାଉତକୁ ଗୁଳିକରି ହତ୍ୟା କଲେ । ପହଁରି ପହଁରି ଯାଇ ନାଆରେ ଟଳିପଡ଼ିଥିବା ବାଜି ରାଉତର କପାଳକୁ ସଙ୍ଗିନ ମୁନରେ ଭୁଷିଦେଲେ ।
୨ । ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ବାଳୁତ ବୀର ବୋଲି କାହିଁକି କୁହାଯାଇଛି ?
ଉ : ନାଉରି ବାଳକ ବାଜି ରାଉତ ବୟସରେ ବାଳୁତ କାଳରେ ଥିଲେ ମଧ୍ୟ ତା’ର ବୀରତ୍ବ ଥିଲା ଅସୀମ । ସେ ଶତ୍ରୁକୁ ସାମନା କରିବାରେ ଦୃଢ଼ ଥିଲା । ତେଣୁ ତାକୁ ବାଳୁତ ବୀର ବୋଲି କୁହାଯାଇଛି ।
(ଖ) କେଉଁମାନଙ୍କର ଆଖିକୁ ଅସୁର ଆଖି କୁହାଯାଇଛି ଓ କାହିଁକି ?
ଉ : ଗୋରା ଫଉଜମାନଙ୍କର ଆଖିକୁ ଅସୁର ଆଖି କୁହାଯାଇଛି ।କାରଣ ସେମାନେ ଅସୁରମାନଙ୍କ ଭଳି ହିଂସ୍ର ଆଚରଣକରି ନରହତ୍ଯା କରି ରକ୍ତିମ ଆଖିକରି ଫେରିଥିଲେ ।
(ଗ) ନାଉରି ଟୋକା ଦୂରକୁ ନାଆ ବାହି ନେବା କାର୍ଯ୍ୟରୁ ତା’ର କେଉଁ ମନୋଭାବ ପ୍ରକାଶ ପାଉଛି ?
ଉ : ନାଉରି ଟୋକା ଗୋରା ଫଉଜମାନଙ୍କର ମନ୍ଦ କାର୍ଯ୍ୟ ସମ୍ପର୍କରେ ଜାଣିପାରିଥିଲା । ତେଣୁ ସେ ଦୂରକୁ ନାଆ ବାହି ନେଇଥିଲା । ତା’ର ଏହି କାର୍ଯ୍ୟରୁ ଜାତୀୟ ମନୋଭାବର ପ୍ରକାଶ ପାଉଛି ।
(ଘ) ‘ନେବି ନାହିଁ ନାହା ଭାଇର ଆଦେଶ ନାହିଁ' – ଏଠାରେ ‘ଭାଇ’ ବୋଲି କାହାକୁ କୁହାଯାଇଛି ?
ଉ : ‘ନେବି ନାହିଁ ନାହା ଭାଇର ଆଦେଶ ନାହିଁ' । ଏଠାରେ “ଭାଇ’ ବୋଲି ପ୍ରଜାମଣ୍ଡଳର ତଥା ପ୍ରକାମେଳିର ଆନ୍ଦୋଳନକାରୀମାନଙ୍କୁ କୁହାଯାଇଛି ।
(ଙ) ବ୍ରିଟିଶ ଫଉଜ ଓ ସେଠାକାର ସାଧାରଣ ଜନତାଙ୍କ ମଧ୍ୟରେ କାହିଁକି ଲଢ଼େଇ ଲାଗିଥିଲା ?
ଉ : ବ୍ରିଟିଶ ସରକାରଙ୍କର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଢେଙ୍କାନାଳର ଗଡ଼ଜାତ ଅଞ୍ଚଳରେ ପ୍ରଜା ଆନ୍ଦୋଳନ ବା ପ୍ରଜାମେଳି ଚାଲିଥିଲା । ତେଣୁ ବ୍ରିଟିଶ ଫଉଜ ଓ ସେଠାକାର ଜନତାଙ୍କ ମଧ୍ୟରେ ଲଢ଼େଇ ଲାଗିଥିଲା ।
(ଚ) ନାଉରି ପିଲାଟି ବିଜୟର ଗାର ଲେଖିଦେଲା ବୋଲି କାହିଁକି କୁହାଯାଇଛି ?
ଉ : ବ୍ରିଟିଶ ଫଉଜମାନଙ୍କୁ ନଦୀ ପାର କରାଇ ନଦେଇ ବାଜି ରାଉତ ସେମାନଙ୍କ କ୍ରୋଧର ଶିକାର ହୋଇଥିଲା । ସେମାନଙ୍କ ଗୁଳିରେ ପ୍ରାଣଦେଇ ଶହୀଦ ହୋଇଥିବାରୁ ନାଉରି ପିଲାଟି ବିଜୟର ଗାର ଲେଖି ଦେଲା ବୋଲି କୁହାଯାଇଛି ।
୩ । ସରଳ ଭାଷାରେ ବୁଝାଇ ଲେଖ ।
"ଅନ୍ଧାର ତଳୁ କେତୁଟା ଅସୁର ଆଖି ‘କିଏରେ ନାଉରି ?' ଘାଟରୁ ଉଠିଲା ଡାକି ।"
"ଅନ୍ଧାର........ଡାକି ।"
ଉକ୍ତ ପଦ୍ୟାଂଶଟି ‘ବାଳୁତ ବୀର ସେ' ଶୀର୍ଷକ କବିତାରୁ ଗୃହୀତ । ଏହି ପ୍ରସଙ୍ଗରେ କବି ଅନନ୍ତ ପଟ୍ଟନାୟକ ବ୍ରିଟିଶ ଫଉଜମାନଙ୍କର ହିଂସ୍ର ପ୍ରବୃତ୍ତିର ବର୍ଣ୍ଣନା କରିଛନ୍ତି ।
ଢେଙ୍କାନାଳର ଗଡ଼ଜାତ ଅଞ୍ଚଳର ପ୍ରଜାମେଳିକୁ ଦମନ କରି ବ୍ରିଟିଶ୍ ଫଉଜମାନେ ଫେରି ଆସିଥିଲେ । ବାଟରେ ସେମାନଙ୍କୁ ବାଧା ଦେଇଥିଲା ବ୍ରାହ୍ମଣୀ ନଈ । ଆକାଶରେ ମେଘ ବର୍ଷା ଓ ଝଡ଼ ତୋଫାନର ତାଣ୍ଡବଲୀଳା ଚାଲିଥିଲା। ବୀର ବାଳକ ନାଉରି ପିଲା ବାଜି ରାଉତ ସନ୍ଧ୍ୟାବେଳକୁ ଘାଟରୁ ବିଲ ଆଡ଼କୁ ଡଙ୍ଗାବାହି ନେଇ ଯାଇଥିଲା । ହିଂସ୍ର ଓ ରକ୍ତଚକ୍ଷୁ ଗୋରା ଫଉଜମାନେ ନଦୀ ପାର ହେବା ପାଇଁ ଘାଟରୁ ନାଉରିକୁ ଡାକ ଦେଇଥିଲେ । କିନ୍ତୁ ନାଉରି ବାଳକ ବାଜି ରାଉତ ସେମାନଙ୍କୁ ପାରି କରାଇ ଦେଇ ନଥିଲା ।
(ଖ) “ନେବି ନାହିଁ ନାହା, ଭାଇର ଆଦେଶ ନାହିଁ ।"
“ନେବି ........ ନାହିଁ ।"
ଉକ୍ତ ପଦ୍ୟାଂଶଟି ଅନନ୍ତ ପଟ୍ଟନାୟକଙ୍କ ରଚିତ “ବାଳୁତ ବୀର ସେ’ ଶୀର୍ଷକ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ବାଳୁତ ବୀର ବାଜି ରାଉତର ଅସୀମ ବୀରତ୍ଵର ପରିଚୟ ଦେଇଛନ୍ତି ।
ଗୋରା ଫଉଜମାନେ ଢେଙ୍କାନାଳର ଭୁବନ ଅଞ୍ଚଳରେ ନିରସ୍ତ୍ର ଜନତାଙ୍କ ଉପରେ ଗୁଳି ଚଳାଇ ଫେରି ଆସିଥିଲେ। ପ୍ରଜାମେଳିକୁ ଏଭଳି ଦମନ କରି ବ୍ରିଟିଶ୍ ଫଉଜମାନେ ଦଳିତ ସମାଜର ଘୃଣ୍ୟ ରୂପେ ବିବେଚିତ ହୋଇଥିଲେ । ବାଜି ରାଉତ ସେମାନଙ୍କୁ ନଦୀ ପାର କରିବା ପାଇଁ ଡଙ୍ଗା ଘାଟିକୁ ନେଇ ନଥିଲା । ସେ ବୀରତ୍ବର ସହିତ କହିଥିଲା ଯେ ଭାଇମାନଙ୍କର ଆଦେଶ ନଥିବାରୁ ସେ କୂଳକୁ ଡଙ୍ଗାନେବ ନାହିଁ ।
ପ୍ରସଙ୍ଗଟି ମନଛୁଆଁ ।
(ଗ) “ଦଳିତ ଜାତିର ଲଲାଟେ ଲେଖିଲା ମୁକ୍ତି ସମରେ, ଆଦ୍ୟ ବିଜୟ ଗାର ।"
“ଦଳିତ ......... ଗାର ।"
ଶଂସିତ ପଦ୍ୟାଂଶଟି ‘ବାଳୁତ ବୀର ସେ' ଶୀର୍ଷକ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ଅନନ୍ତ ପଟ୍ଟନାୟକ ବାଜି ରାଉତର ଆତ୍ମବଳିଦାନକୁ ବିଜୟ ସଂକେତ ବୋଲି ବର୍ଣ୍ଣନା କରିଛନ୍ତି ।
ଗୋରା ଫଉଜମାନେ ପ୍ରଜାମେଳିକୁ ଦମନକରି ନିରୀହ ଲୋକମାନଙ୍କୁ ଗୁଳିବିଦ୍ଧ କରି ରକ୍ତଚକ୍ଷୁ ହୋଇ ଫେରି ଆସିଥିଲେ । ବ୍ରାହ୍ମଣୀ ନଈକୂଳରେ ପହଞ୍ଚି ସେ ନାଉରି ବାଳକ ବାଜି ରାଉତକୁ ଡଙ୍ଗାରେ ପାରି କରିଦେବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ପ୍ରଜା ମଣ୍ଡଳର ଆଦେଶ ନଥିବାରୁ ସେ ସେମାନଙ୍କୁ ପାରି କରିବା ନାହିଁ ବୋଲି କହିଲା । ଗୋରା ଫଉଜମାନେ ତାକୁ ଗୁଳି ମାରିଲେ ।ସେ ନାଆ ଉପରେ ଟଳିପଡ଼ିଲା । ସେମାନେ ପହଁରି ପହଁରି ଆସି ସଙ୍ଗିନ ମୁନରେ ତା’ର ମଥାକୁ ଭୁଷିଦେଲେ । ତା’ର ତତଲା ରକ୍ତରେ ସତେ ଯେଭଳି ଦଳିତ ଜାତିର ଲଲାଟରେ ମୁକ୍ତିଯୁଦ୍ଧର ଆଦ୍ୟ ବିଜୟର ଗାର ଲେଖି ହୋଇଗଲା ।
ପ୍ରସଙ୍ଗଟି ଜାତୀୟଭାବ ମୂଳକ ।
୪ । ଯେପରି ‘ରକତ’ ଶବ୍ଦର ଅନ୍ୟ ରୁପ ରକ୍ତ', ସେହିପରି ଦିଆଯାଇଥିବା ଶବ୍ଦଗୁଡ଼ିକର ଅନ୍ୟରୂପ ଲେଖ।
ଉ: ବରଷା -ବର୍ଷା
ପୂରୁବ- ପୂର୍ବ
ଦରବ -ଦ୍ରବ୍ୟ
ମୁକତି- ମୁକ୍ତି
ସୂରୁଯ- ସୂର୍ଯ୍ୟ
୫।ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଉ : ସଞ୍ଜ-ସକାଳ
ପୂର୍ବ- ପର , ପଶ୍ଚିମ
ଅନ୍ଧାର- ଆଲୁଆ
ହସ- କାନ୍ଦ
ଦୂର -ନିକଟ
ବୀର-ଭୀରୁ
ବାଳୁତ -ବୃଦ୍ଧ
ମୁକ୍ତି -ବନ୍ଧନ
ଉଦୟ-ଅସ୍ତ
୬। 'କ' ସ୍ତମ୍ଭରେ ଥିବା ପଦଗୁଡ଼ିକୁ “ଖ” ସ୍ତମ୍ଭର ସଂପର୍କିତ ପଦ ସହିତ ଯୋଡ଼ି ଲେଖ ।
ପୂରୁବ ଆକାଶେ ଫିକା ନ ପଡୁଣୁ ରାତି-ମନକୁ ମନ ତା କି କଥା ଅତଳ ମାପି।
ଆଣରେ ବେଗେ ତୁ, ଲଗାରେ କୂଳରେ ନାହା -ମୁକ୍ତି ସମରେ ଆଦ୍ୟ ବିଜୟ ଗାର
ହସିଲା ଟୋକା ସେ ଓଠକୁ ଓଠରେ ଚାପି -ଡାକିଲେ ଶତ୍ରୁ କାଶିଆ ଗୋଳେଇ ଚାହିଁ
ତତଲା ରକତ ଧାର-ବିହଗେ ନଉଠୁଁ କଳକାକଳିରେ ମାତି
ପୂରୁବ ଆକାଶେ ଫିକା ନ ପଡୁଣୁ ରାତି -ବିହଗେ ନଉଠୁଁ କଳକାକଳିରେ ମାତି
ଆଣରେ ବେଗେ ତୁ, ଲଗାରେ କୂଳରେ ନାହା - ଡାକିଲେ ଶତ୍ରୁ କାଶିଆ ଗୋଳେଇ ଚାହିଁ
ହସିଲା ଟୋକା ସେ ଓଠକୁ ଓଠରେ ଚାପି -ମନକୁ ମନ ତା କି କଥା ଅତଳ ମାପି।
ତତଲା ରକତ ଧାର -ମୁକ୍ତି ସମରେ ଆଦ୍ୟ ବିଜୟ ଗାର
୭ । ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଉ : ବର୍ଷା -ବୃଷ୍ଟି, ଧାରାପାତ
ନଈ -ନଦୀ, ତଟିନୀ
ନାଆ -ନୌକା, ଡଙ୍ଗା
ରାତି -ଶର୍ବରୀ, ରଜନୀ
ନାଉରି- ନାବିକ, ନାବ ବାହକ
ମେଘ -ଜଳଦ, ଅମ୍ବୁଦ
୮।ପ୍ରାୟ ୧୦୦ଟି ଶବ୍ଦ ଭିତରେ ଉତ୍ତର ଲେଖ ।
(କ) ପ୍ରଜା ଆନ୍ଦୋଳନରେ ବାଜି ରାଉତର ଭୂମିକା ।
ଉ : ବହୁଦିନଧରି ଢେଙ୍କାନାଳର ଗଡ଼ଜାତ ଅଞ୍ଚଳରେ ପ୍ରଜା-ଆନ୍ଦୋଳନ ବା ପ୍ରଜାମେଳି ଲାଗି ରହିଥିଲା । ବ୍ରିଟିଶ ସରକାରଙ୍କର ଶୋଷଣ ଓ ଅତ୍ୟାଚାରରେ ଅତିଷ୍ଠ ହୋଇ ଗଡ଼ଜାତବାସୀମାନେ ଲଢ଼େଇ କରୁଥିଲେ । ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଇଂରେଜ ସରକାର ନାନା ପ୍ରକାରର ଚେଷ୍ଟା କରୁଥିଲେ । ସେମାନେ ନିରୀହ ଜନସାଧାରଣଙ୍କୁ ନିଷ୍ଠୁର ନିର୍ମମ ଦଣ୍ଡ ଦେଉଥିଲେ । ଏହି ଆନ୍ଦୋଳନ କ୍ରମେ କ୍ରମେ ଭୟଙ୍କର ହୋଇ ଉଠୁଥିଲା । ବିଦେଶୀ ଶାସକ ମଧ୍ୟ ସେମାନଙ୍କର ଅତ୍ୟାଚାରରୁ ବିରତ ହେଉ ନଥିଲେ । ଏହି ଆନ୍ଦୋଳନରେ ବାଜି ରାଉତର ଭୂମିକା ଥିଲା ବିଶେଷ ଗୁରୁତ୍ଵପୂର୍ଣ୍ଣ ।୧୯୩୮ ମସିହାର ଏକ କାଳରାତ୍ରି। ସେ ଦିନ ଢେଙ୍କାନାଳର ଭୁବନ ଅଞ୍ଚଳରେ ନିରସ୍ତ୍ର ଲୋକମାନଙ୍କ ଉପରେ ଗୁଳିଚଳାଇ ଗୋରା ଫଉଜଗଣ ଫେରି ଆସିଥିଲେ । ବାଟରେ ସେମାନଙ୍କୁ ବାଧା ଦେଇଥିଲା ବ୍ରାହ୍ମଣୀ ନଈ। ଆକାଶରେ ଚାଲିଥିଲା ମେଘବର୍ଷ। ଓ ଝଡ଼ ତୋଫାନିର ତାଣ୍ଡବଲୀଳା। ବାଳୁତ ବୀର ବାଜି ରାଇତ ପ୍ରଜାମଣ୍ଡଳର ଆଦେଶରେ ଘାଟରୁ ଜଙ୍ଗନେଇ ଦୁର ବିଲରେ ରଖି ଚେଇଁ ଶୋଇଥିଲା । ଗୋରା ଫଉଜ ସେମାନଙ୍କୁ ପାରି କରିବା ପାଇଁ ଆଦେଶ ଦେଇଥିଲେ । ବୀର ବାଳକ ବାଜି ରାଉତ ଓଠଚାପା ହସହସି ମଝି ବିଲେ ବିଲେ ଡଙ୍ଗାକୁ ଦୂରକୁ ନେଇଯାଇଥିଲା । ସେମାନଙ୍କୁ ବୀର ଦର୍ପରେ ଶୁଣାଇ ଦେଇଥିଲା ଯେ ପ୍ରଜାମଣ୍ଡଳର ଭାଇମାନଙ୍କର ଆଦେଶ ନଥିବାରୁ ସେ ଡଙ୍ଗାନେଇ ପାରି କରିବ ନାହିଁ । ମଣିଷ ମରା ରକ୍ତପାନକାରୀ ସିପାହୀମାନେ ଗୁଳିବିଦ୍ଧ କରି ବାଜି ରାଉତର ପ୍ରାଣ ନେଲେ । ଜାତିର ମଙ୍ଗଳ ପାଇଁ ଶହୀଦ ହୋଇଥିବା ବାଜି ରାଉତର ଭୂମିକା ପ୍ରଜା ଆନ୍ଦୋଳନରେ ଅତ୍ୟନ୍ତ ପ୍ରଶଂସନୀୟ ।
(ଖ) ଅତ୍ୟାଚାରୀର ଶାସନ ସରିଲା – କହିବାର ଯଥାର୍ଥତା କ’ଣ ?
ଉ : ବ୍ରିଟିଶ ସରକାରର ଅତ୍ୟାଚାରରେ ସମଗ୍ର ଭାରତବର୍ଷ ଅତ୍ୟାଚାରିତ ହେଉଥିଲା । ଓଡ଼ିଶା ସେଥିରୁ ବାଦ୍ ପଡ଼ି ନଥିଲା । ଓଡ଼ିଶାର ଦଳିତ ନିରୀହ ଜନସାଧାରଣ ବିଦେଶୀ ସରକାର ବିରୁଦ୍ଧରେ ଆନ୍ଦୋଳନ କରୁଥିଲେ । ଢେଙ୍କାନାଳର ଗଡ଼ଜାତ ଅଞ୍ଚଳରେ ବହୁଦିନଧରି ପ୍ରଜା ଆନ୍ଦୋଳନ ବା ପ୍ରଜାମେଳି ଲାଗି ରହିଥିଲା । ଗଡ଼ଜାତବାସୀମାନେ ବ୍ରିଟିଶ ସରକାର ବିରୋଧରେ ଲଢ଼େଇ ଜାରି ରଖିଥିଲେ । ବ୍ରିଟିଶ୍ ସରକାର ଏହି ଆନ୍ଦୋଳନକୁ ଦୂଢ଼ ଭାବରେ ଦମନ କରିବାକୁ ଚେଷ୍ଟା ଚଳାଉଥିଲେ ।
୧୯୩୮ ମସିହାରେ ଢେଙ୍କାନାଳର ଭୁବନ ଅଞ୍ଚଳରେ ଗୋରା ଫଉଜମାନେ ନିରୀହ ନିରସ୍ତ ଲୋକଙ୍କୁ ଗୁଳିବିଦ୍ଧ କରି ଫେରି ଆସିଥିଲେ । ଏହି କାଳରାତ୍ରି ରେ ମେଘ ଓ ବତାସର ତାଣ୍ଡବଲୀଳା ମଧ୍ୟରେ ସେମାନେ ବ୍ରାହ୍ମଣୀ ନଈ ପାର ହୋଇ ରାତି ନ ପାହୁଣୁ ଚାଲିଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ସେଦିନ ସନ୍ଧ୍ୟାରୁ ବାଳୁତ ବୀର ବାଜି ରାଉତ ଘାଟରୁ ଡଙ୍ଗା ବାହିନେଇ ବିଲରେ ରଖୁ ଆହୁଲା ଓ କାତକୁ ଡେରି ରଖୁ ଚେଇଁ ଶୋଇଥିଲା । ଗୋରା ଫଉଜଙ୍କ ଡାକରେ ନିଦ ମଳିଉଠି ଓଠଚିପା ହସ ହସି ସେମାନଙ୍କୁ ପାରି କରିବ ନାହିଁ ବୋଲି ଜବାବ ଦେଇଥିଲା। ରକ୍ତମୁଖା ଗୋରା ଫଉଜମାନେ ତା’ ଉପରକୁ ଗୁଳି ଚଳାଇଥିଲେ । ସେ ନାଆରେ ଟଳି ପଡ଼ିଲା । ପହଁରି ପହଁରି ଯାଇ ସେମାନେ ତା ମଥାରେ ସଙ୍ଗିନରେ ଭୂଷି ତାକୁ ବିନାଶ କଲେ । ବାଜି ରାଉତ ଶହୀଦ ହୋଇଗଲା। କିନ୍ତୁ ତା’ର ମୃତ୍ୟୁରେ ଯେଉଁ ଆନ୍ଦୋଳନ ଚେଇଁ ଉଠିଲା ତାହା ଅତ୍ୟାଚାରୀର ଶାସନର ପରିସମାପ୍ତିର ସୂଚନା ଦେଲା ।
(ଗ) ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟ’ – ଏକଥା କାହାକୁ ଲକ୍ଷ୍ୟକରି କୁହାଯାଇଛି ?
ଉ : ବାଳୁତ ବୀର ବାଜି ରାଉତର ତ୍ୟାଗ ଓଡ଼ିଶାର ଜାତୀୟ ଇତିହାସରେ ସ୍ଵତନ୍ତ୍ର । ମାତ୍ର ବାର ବରଷର ବାଳୁତ ବୀର ବାଜ ରାଉତ । ତା’ ମନରେ ଥିବା ଦୂଢ଼ତା ତାକୁ ପ୍ରକୃତ ବୀରର ମର୍ଯ୍ୟାଦା ଦେଇଛି । । ୧୯୩୮ ମସିହାର ଏକ କାଳରାତ୍ରି । ଗୋରା ଫଉଜମାନେ ଢେଙ୍କାନାଳର ଭୁବନରେ ପ୍ରଜା ଆନ୍ଦୋଳନରେ ଯୋଗ ଦେଇଥିବା ନିରସ୍ତ ଲୋକମାନଙ୍କୁ ଗୁଳିକରି ହତ୍ୟାକରି ଫେରି ଆସିଥିଲେ । ମେଘ ବର୍ଷା ତଥା ଝଡ଼ ତୋଫାନ ଭରା ଏହି କାଳରାତ୍ରିରେ ବାଜି ରାଉତ ସେମାନଙ୍କୁ ନଦୀ ପାର ହେବା ପାଇଁ ସୁଯୋଗ ଦେଇ ନଥିଲା । ସେ ଘାଟରୁ ଡଙ୍ଗାନେଇ ବିଲ ମୂଲକରେ ଭିଡ଼ି ରଖିଥିଲା । ସେମାନଙ୍କ ଡାକକୁ ଖାତିର ନକରି ଦୃଢ଼ ଜବାବ ଦେଇଥିଲା । ପ୍ରଜା ଆନ୍ଦୋଳନର ଭାଇମାନଙ୍କର ଆଦେଶ ନ ଥିବାରୁ ସେ ସେମାନଙ୍କୁ ପାରି କରିବ ନାହିଁ ବୋଲି କହିଲା । ରକ୍ତମୁଖା ଗୋରା ଫଉଜ ତା’ ଉପରକୁ ନିର୍ମମ ଗୁଳି ଚଳାଇଲେ । ସେ ଟଳିପଡ଼ିଲା । ସେମାନେ ସଙ୍ଗିନ୍ ମୁନରେ ତା’ର ମଥାକୁ ଭୁସି ତାକୁ ହତ୍ୟା କଲେ । ତା’ର ରକ୍ତଧାରରେ ଦଳିତ ଜାତିର ଲଲାଟରେ ମୁକ୍ତି ଯୁଦ୍ଧର ଆଦ୍ୟ ବିଜୟ ଗାର ଲେଖ ହୋଇଗଲା । ଗାଆଁରୁ ଗାଆଁରୁ ଲୋକ ଛୁଟିଲେ । କଳାମେଘ କୋଳରୁ ଉଇଁ ଆସୁଥିଲେ ସକାଳର ସୂର୍ଯ୍ୟ । ଏହି ସୂର୍ଯ୍ୟ ସତେ ଯେଭଳି ଓଡ଼ିଆ ଜାତିର ଦୁର୍ଦ୍ଦିନରୁ ମୁକ୍ତିର ଆଲୋକ ଦେଇଥିବା ବାଜି ରାଉତର ଜୀବନ ଦାନର ପରବର୍ତ୍ତୀ ଆଶାର ସୂର୍ଯ୍ୟ ।
ଏହି ଘଟଣାକୁ ଲକ୍ଷ୍ୟକରି ‘ମେଘ କୋଳେ ଦୂରେ ଉଇଁଲା ସୂର୍ଯ୍ୟ’ – ବୋଲି କୁହାଯାଇଛି । ।

Comments
Post a Comment