ମାନଚିତ୍ର ଅଧ୍ୟୟନ
୧ । ଭୂଗୋଲକ ଅପେକ୍ଷା ମାନଚିତ୍ର କିପରି ଅଧିକ ଉପଯୋଗୀ ?
ଉ :(i) ଭୂଗୋଲକ ପୃଥିବୀର ଏକ ପ୍ରତିରୂପ । ଏଥିରୁ ବିଭିନ୍ନ ମହାଦେଶ, ମହାସାଗରର ଅବସ୍ଥିତି, ଆକାର, ଆକୃତି ସମ୍ବନ୍ଧରେ ଧାରଣା କରିହୁଏ । ମାତ୍ର ବିଶାଳ ପୃଥିବୀ ତୁଳନାରେ ଏହା ଅନେକ ଛୋଟ ।
(ii) ମାନଚିତ୍ରରୁ ଛୋଟ ଛୋଟ ସ୍ଥାନଗୁଡ଼ିକର ସବିଶେଷ ତଥ୍ୟ ତଥା ଛୋଟ ଓ ବଡ଼ ଅଞ୍ଚଳ ପାଇଁ ବିଭିନ୍ନ ମାନର ମାନଚିତ୍ର ପ୍ରସ୍ତୁତ କରାଯାଇଥାଏ । ତେଣୁ ମାନଚିତ୍ର ଉପରେ ଅଧୁକ ନିର୍ଭର କରାଯାଇଥାଏ । ଫଳରେ ମାନଚିତ୍ର ଅଧୁକ ଉପଯୋଗୀ।
୨। ମାନ କହିଲେ କଣ ବୁଝାଏ ?
ଉ :(i) ପୃଥିବୀ ପୃଷ୍ଠର ଦୁଇଟି ସ୍ଥାନର ପ୍ରକୃତ ଦୂରତା ଏବଂ ମାନଚିତ୍ର ଉପରେ ଥିବା ସ୍ଥାନ ଦୁଇଟିର ଦୂରତାର ଅନୁପାତକୁ ମାନ କୁହାଯାଏ ।
(ii) ଏହି ଦୂରତାକୁ ମାନଚିତ୍ର ଉପରେ ମାତ୍ର ଅଳ୍ପ କେତେ ସେଣ୍ଟିମିଟରରେ ଦେଖାଯାଇଥାଏ ।
୩ । ମାନଚିତ୍ରରେ ଥିବା ମୁଖ୍ୟ ଦିଗ ଓ ମଧ୍ୟବର୍ତ୍ତୀ ଦିଗଗୁଡ଼ିକର ନାମ ଲେଖ ।
ଉ :(i) ମାନଚିତ୍ର ଆଡ଼କୁ ମୁହଁ କରି ଛିଡ଼ା ହେଲେ ଡାହାଣ ହାତ ଆଡ଼କୁ ପୂର୍ବଦିଗ, ବାମହାତ ଆଡ଼କୁ ପଶ୍ଚିମ ଦିଗ, ମୁଣ୍ଡ ଆଡ଼କୁ ଅର୍ଥାତ୍ ଉପରିଭାଗ ଉତ୍ତର ଦିଗ ଏବଂ ଗୋଡ଼ ଆଡ଼କୁ ଅର୍ଥାତ୍ ତଳ ଭାଗ ଦକ୍ଷିଣ ଦିଗକୁ ସୂଚାଏ ।
(ii) ମଧ୍ୟବର୍ତ୍ତୀ ଦିଗଗୁଡ଼ିକ ହେଲା – ଉତ୍ତର-ପୂର୍ବ କୋଣକୁ ଐଶାନ୍ୟ, ଦକ୍ଷିଣ-ପୂର୍ବ କୋଣକୁ ଅଗ୍ନି, ଦକ୍ଷିଣ-ପଶ୍ଚିମ କୋଣକୁ ନୈରତ ଏବଂ ଉତ୍ତର-ପଶ୍ଚିମ କୋଣକୁ ବାୟୁ କୁହାଯାଏ ।
୪ । ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ କ’ଣ ?
ଉ : ମାନଚିତ୍ରର ତିନୋଟି ମୌଳିକ ବୈଶିଷ୍ଟ୍ୟ ହେଲା,
(a) ଦୂରତା (ଖ) ଦିଗ ଓ (ଗ) ସଙ୍କେତ ।
୫ । କେଉଁ ମାନ ବିଶିଷ୍ଟ ମାନଚିତ୍ର ସବିଶେଷ ବିବରଣୀ ଦେଇଥାଏ ?
ଉ : (i) ବୃହତ୍ ମାନ ବିଶିଷ୍ଟ ମାନଚିତ୍ରରେ ଛୋଟ ଅଞ୍ଚଳ ତଥା ସହର, ନଗର, ଗ୍ରାମ ଆଦି ଦର୍ଶାଯାଇଥାଏ ।
(ii) ଏଥିରେ ବିଭିନ୍ନ ସ୍ଥାନର ସବିଶେଷ ବିବରଣୀ ମିଳିଥାଏ।
୬ । ମାନଚିତ୍ର ରେ ସଙ୍କେତ ବ୍ୟବହାର କାହିଁକି ହୋଇଥାଏ ?
ଉ :(i) ମାନଚିତ୍ର ଘର, ରାସ୍ତା, ମନ୍ଦିର, ପୋଲ, ବୃକ୍ଷ ଆଦିର ଆକାର ଓ ଆକୃତି ସଠିକ୍ ଭାବେ ଦର୍ଶାଇବା ସମ୍ଭବ ନୁହେଁ ।
(ii) ତେଣୁ ଏଗୁଡ଼ିକୁ ଅକ୍ଷର, ଛାୟାଚିତ୍ର, ଚିତ୍ର, ରଙ୍ଗ, ରେଖା ଆଦି ସଙ୍କେତ ଦ୍ଵାରା ମାନଚିତ୍ରରେ ଦର୍ଶାଇ ଦିଆଯାଇଥାଏ । ଭିନ୍ନ ଭିନ୍ନ ବିଷୟକୁ ଭିନ୍ନ ଭିନ୍ନ ସଙ୍କେତ ମାଧ୍ୟମରେ ଦର୍ଶାଇବା ମାନଚିତ୍ରର ବିଶେଷତ୍ଵ ।
୭ । କ’ ସ୍ତମ୍ଭରେ ଥିବା ରଙ୍ଗଗୁଡ଼ିକୁ “ଖ ସ୍ତମ୍ବରେ ଥିବା ଭୂମିରୂପ ସହିତ ଯୋଡ଼ ।
‘କ’ ସ୍ତମ୍ଭ “ଖ” ସ୍ତମ୍ଭ ।
ହଳଦିଆ - ସମତଳ ଭୂମ ।
ନୀଳ ରଙ୍ଗ - ପର୍ବତମାଳା
ବାଦାମୀ ରଙ୍ଗ - ଜଳରାଶି
ସବୁଜ ରଙ୍ଗ - ମରୁଭୂମି
ଉ : ହଳଦିଆ ରଙ୍ଗ- ମରୁଭୂମି
ନୀଳ ରଙ୍ଗ –ଜଳରାଶି
ବାଦାମୀ ରଙ୍ଗ- ପର୍ବତମାଳା
ସବୁଜ ରଙ୍ଗ - ସମତଳ ଭୂମି
୮। ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନ ପାଇଁ ତିନୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟିକୁ ବାଛି ଲେଖ ।
(କ) କମ୍ପାସ ଯନ୍ତ୍ର କେଉଁଥିପାଇଁ ବ୍ୟବହାର କରାଯାଏ ?
•ସଙ୍କେତ •ଦିଗ •ଦୂରତା
(ଖ) କେଉଁ ମାନଚିତ୍ରରେ ଦେଶ ଦେଶ ମଧ୍ୟରେ ସୀମା ଦର୍ଶାଯାଇଥାଏ ?
•ରାଜନୀତିକ •ପ୍ରାକୃତିକ •ତଥ୍ୟଭିତ୍ତିକ
(ଗ) କେଉଁଥିରେ ମାନ ବ୍ୟବହାର କରାଯାଇଥାଏ ?
•ରେଖାଚିତ୍ର •ମାନଚିତ୍ର •ସଙ୍କେତ
ଉ : (କ) ଦିଗ (ଖ) ରାଜନୀତିକ (ଗ) ମାନଚିତ୍ର
Comments
Post a Comment