୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବା ଦୁଇଟି ବାକ୍ୟରେ ଦିଅ । (କ) ସୌରଜଗତ କହିଲେ କ’ଣ ବୁଝ ? ଉ :(i) ଆମ ପରିବାର ପରି ସୂର୍ଯ୍ୟଙ୍କର ମଧ୍ୟ ଗୋଟିଏ ପରିବାର ଅଛି । (ii) ଏହି ପରିବାରରେ ଆଠଟି ଗ୍ରହ, ତିନୋଟି ବାମନଗ୍ରହ, ଅନେକ ଉପଗ୍ରହ, ଗ୍ରହାଣୁପୁଞ୍ଜ, ଅସଂଖ୍ୟ ଉଲକା ଓ ଧୂମକେତୁ ଇତ୍ୟାଦି ସଦସ୍ୟ ଅଛନ୍ତି । ଏହାକୁ ସୌରଜଗତ କୁହାଯାଏ । (ଖ) ଦୂରତା କ୍ରମରେ ସୌରଜଗତ ଗ୍ରହଗୁଡ଼ିକର ନାମ ଲେଖ । ଉ : ଦୂରତା ଅନୁସାରେ ସୌରଜଗତ ଗ୍ରହଗୁଡ଼ିକର ନାମ; ଯଥାକ୍ରମେ- ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି,ଶନି, ୟୁରେନ୍ସ ଓ ନେପଚ୍ୟୁନ୍ । (ଗ) ପୃଥିବୀକୁ କାହିଁକି ଅଦ୍ବିତୀୟ ଗ୍ରହ କୁହାଯାଏ ? ଉ :(i) ପୃଥିବୀ ପୃଷ୍ଠରେ ଅଧିକ ଗରମ ବା ଥଣ୍ଡା ଅନୁଭୂତ ହୁଏ ନାହିଁ । ଏଥିରେ ଜଳ, ବାୟୁ ଓ ଅନ୍ୟାନ୍ୟ ଉପାଦାନ ଥିବାରୁ ଏହା ପୃଷ୍ଠରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇପାରିଛି। (ii) ବିଭିନ୍ନ ପ୍ରକାର ଜୀବଜନ୍ତୁ ଏବଂ ବୃକ୍ଷଲତାଙ୍କ ଆଶ୍ରୟସ୍ଥଳୀ ହୋଇଥିବାରୁ ଏହା ସୌରଜଗତର ଅଦ୍ବିତୀୟ ଗ୍ରହ ଭାବେ ପରିଚିତ । (ଘ) ଆମେ ସବୁବେଳେ ଚନ୍ଦ୍ରର ଗୋଟିଏ ପାର୍ଶ୍ଵ ଦେଖୁ କାହିଁକି ? ଉ :(i) ଚନ୍ଦ୍ର ନିଜ ଅକ୍ଷ ଚାରିପଟେ ବୁଲିବା ପାଇଁ ଏବଂ ପୃଥିବୀ ଚାରିପଟେ ପରିକ୍ରମା କରିବା ପାଇଁ ପ୍ରାୟ ୨୭ ଦିନ ୮ ଘଣ୍ଟା ସମୟ ନେଇଥାଏ । (ii) ଚନ୍ଦ୍ରର ଆବର୍ତ୍ତନ ଓ ପରିକ୍...
Comments
Post a Comment