ତାରା ସୂର୍ଯ୍ୟ
୧ । ଉତ୍ତର କୁହ ।
(କ) କେଉଁ ମାନଙ୍କୁ ରବି ପରି ରଶ୍ମି ମାନ୍ ବୋଲି କବି କହିଛନ୍ତି ?
ଉ : ତାରାମାନଙ୍କୁ କବି ରବି ପରି ରଶ୍ମିମାନ୍ ବୋଲି କହିଛନ୍ତି।
(ଖ) ସେମାନଙ୍କ ମନରେ ଭୟ ଅଛି ବୋଲି କବି କାହିଁକି ଉପଲବ୍ଧି କରିଛନ୍ତି ?
ଉ : ତାରାମାନେ ଦିନରେ ଦେଖା ନ ଯାଇ କେବଳ ରାତିରେ ଦେଖାଯାଉଥିବାରୁ ସେମାନଙ୍କ ମନରେ ଭୟ ଅଛି ବୋଲି କବି ଉପଲବ୍ଧି କରିଛନ୍ତି ।
(ଗ) ଆମ୍ଭ ଭାସ୍କର କାହାକୁ ଲକ୍ଷ୍ୟ କରି କୁହାଯାଇଛି ?
ଉ:ଆମର ସୂର୍ଯ୍ୟଙ୍କୁ ଲକ୍ଷ୍ୟ କରି ଆମ୍ଭ 'ଭାସ୍କର' ବୋଲି କୁହାଯାଇଛି ।
(ଘ) ଆମ୍ଭ ଭାସ୍କରଙ୍କୁ ଅନ୍ୟମାନେ କାହିଁକି କ୍ଷୁଦ୍ର ତାରା ବୋଲି କହନ୍ତି ?
ଉ : ଆମ ଭାସ୍କର ଅନ୍ୟମାନଙ୍କ ଆଗରେ ଭାସ୍ବର ହୋଇ ଦେଖାଯାଆନ୍ତି ନାହିଁ ବୋଲି ଅନ୍ୟମାନେ କ୍ଷୁଦ୍ର ତାରା ବୋଲି କହନ୍ତି ।
(ଙ) “ଆମେ ଚାହୁଁଥାଉ ତାଙ୍କର ଉଦୟ' କିଏ କାହାର ଉଦୟ ଚାହୁଁଛନ୍ତି ?
ଉ : ଆମ ରାଜ୍ୟର ଲୋକମାନେ ଆମର ଅନ୍ଧକାରକୁ ଦୂର କରୁଥିବା ରବିଙ୍କର ଉଦୟ ଚାହୁଁଛନ୍ତି ।
୨ । ଦୁଇଟି ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି- ଏଥିରୁ କେଉଁ ଭାବ ପ୍ରକାଶ ପାଇଛି ?
ଉ : ତାରାଗଣ କେବଳ ନିଜର ଜଗତକୁ ଆଲୋକିତ କରିଛନ୍ତି ଏଥିରୁ ସେମାନଙ୍କର ସଂକୀର୍ଣ୍ଣ ମନୋଭାବ ପ୍ରକାଶ ପାଇଛି । ସ୍ୱାର୍ଥପର ଭାବେ ସେମାନେ ନିଜ ଜଗତକୁ କେବଳ ଆଲୋକିତ କରିଛନ୍ତି ।
(ଖ) ଆମ ଭାସ୍କରଙ୍କୁ ତାରାରାଜ୍ୟର ଲୋକମାନେ ଏକ କ୍ଷୁଦ୍ରତାରା ବୋଲି କହୁଥିବାରୁ କବିଙ୍କ ମନରେ କେଉଁ ଭାବ ଉଦ୍ରେକ ହୋଇଛି ?
ଉ : ଆମ ଭାସ୍କରଙ୍କୁ ତାରା ରାଜ୍ୟର ଲୋକମାନେ ଏକ କ୍ଷୁଦ୍ର ତାରା ବୋଲି କହୁଥିବାରୁ କବିଙ୍କ ମନରେ କ୍ଷୋଭ ଭାବ ଉଦ୍ରେକ ହୋଇଛି । ସେମାନଙ୍କ ବିଚାରଧାରାର ହୀନମନ୍ୟତା ସ୍ପଷ୍ଟ ହୋଇଛି ।
(ଗ) ତାରାମାନଙ୍କ ରାଜ୍ୟରେ ଆମ ସୂର୍ଯ୍ୟ କାହିଁକି ଦେଖାଯାଆନ୍ତି ନାହିଁ ?
ଉ : ତାରାମାନଙ୍କ ରାଜ୍ୟରେ ତାରାମାନେ ନିଜର ଜଗତକୁ ଆଲୋକିତ କରୁଥିବାରୁ ଆମ ସୂର୍ଯ୍ୟ ଦେଖାଯାଆନ୍ତି ନାହିଁ ।
(ଘ) କେଉଁ କଥାରେ ମହତଜନମାନେ ବିବ୍ରତ ହୋଇ ନଥାନ୍ତି ?
ଉ : ଯାହାକୁ ଯେଉଁ କଥା ଯେଭଳି ଦେଖାଯାଏ ସେ ସେହିଭଳି କହିଥାଏ, ତେବେ ଏ କଥାରେ ମହତଜନମାନେ ବିବ୍ରତ ହୋଇନଥାନ୍ତି ।
(ଙ) ତାରାମାନଙ୍କର ରବିପଣ କେବଳ ସେଇମାନଙ୍କର ରାଜ୍ୟରେ ସୀମିତ ବୋଲି କୁହାଯାଇଛି କାହିଁକି ?
ଉ : ତାରାମାନେ ସେମାନଙ୍କ ରାଜ୍ୟରେ ପ୍ରଚୁର କିରଣ ଦେଉଥିଲା ବେଳେ ଅନ୍ୟ ରାଜ୍ୟରେ ତାହାର ପ୍ରଭାବ ନଥାଏ ତେଣୁ ତାରାମାନଙ୍କର ରବି ପଣ କେବଳ ସେଇମାନଙ୍କର ରାଜ୍ୟରେ ସୀମିତ ବୋଲି କୁହାଯାଇଛି ।
୩ । ପ୍ରସଙ୍ଗ ସହ ସରଳାର୍ଥ ଲେଖ ।
(କ) "ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ ।''
"ଯାହାକୁ......ଭାଷେ।"
ଉକ୍ତ ପଦ୍ୟାଂଶଟି 'ତାରା- ସୂର୍ଯ୍ୟ' ଶୀର୍ଷକ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ଗଙ୍ଗାଧର ମେହେର କୌଣସି ଘଟଣା ଅନୁଭବ କ୍ଷେତ୍ରରେ ମଣିଷର ନିଜର ବିଚାରଧାରାର ଗୁରୁତ୍ବ ବିଷୟରେ ବର୍ଣ୍ଣନା କରିଛନ୍ତି ।
ତାରା ଓ ସୂର୍ଯ୍ୟଙ୍କୁ ବର୍ଣ୍ଣନା କରି କବି ଏକ ତୁଳନା ଆଣିଛନ୍ତି । ସୂର୍ଯ୍ୟଙ୍କୁ ତାରା ରାଜ୍ୟର ଲୋକେ କ୍ଷୁଦ୍ର କହୁଥିବାବେଳେ ଆମ ରାଜ୍ୟରେ ସୂର୍ଯ୍ୟ ମହାନ୍ । ତାରା ରାଜ୍ୟର ଲୋକଙ୍କ ଭାବନାରେ ଆମ ରାଜ୍ୟର ସୂର୍ଯ୍ୟଙ୍କର ଆକଳନ ଗୁରୁତ୍ବହୀନ କାରଣ ଯାହାକୁ ଯାହା ଯେମିତି ଦେଖାଯାଏ ତାହାକୁ ସେ ସେହି ଭଳି ବର୍ଣ୍ଣନା କରିଥାଏ । ଏଥିରେ ମହତମାନଙ୍କର କିଛି ଯାଏ ଆସେ ନାହିଁ ।
ପ୍ରସଙ୍ଗଟି ଶିକ୍ଷଣୀୟ ।
(ଖ) ‘‘ଯେ ଯାହାର ହିତ କରେ ନ ନେଲେ ତା ନାମ ଆମ୍ଭ ଦେଶେ କହୁଁ ତାକୁ ନିମକହାରାମ |"
ଉ : ‘‘ଯେ .. .......ହାରାମ ।"
ଉକ୍ତ ପଦ୍ୟାଂଶଟି "ତାରା- ସୂର୍ଯ୍ୟ” ଶୀର୍ଷକ କବିତାରୁ ଆନୀତ । ଏହି ପ୍ରସଙ୍ଗରେ କବି ଗଙ୍ଗାଧର ମେହେର ହିତକାରୀ ପ୍ରତି କୃତଜ୍ଞତା ସ୍ୱୀକାର କରିବା ଆମର ପରମ୍ପରା ବୋଲି ପ୍ରକାଶ କରିଛନ୍ତି ।
କବି ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ ଏକ ତୁଳନାମୂଳକ ଭାବ ପ୍ରକାଶ କରି ସୂର୍ଯ୍ୟଙ୍କୁ ମହାନ୍ ବୋଲି ବର୍ଣ୍ଣନା କରିଛନ୍ତି । ଆମ ଦେଶରେ ସୂର୍ଯ୍ୟ ଅନ୍ଧକାରର ବିନାଶ କରୁଥିବାରୁ ଆମେ ତାଙ୍କର ଉଦୟ ଚାହୁଁ । ତାରା ଯେଡ଼େ ବଡ଼ ହେଲେ ମଧ୍ୟ ଅନ୍ଧକାର ନାଶ ପାଇଁ ତା’ର ପ୍ରଭାବ ନଥିବାରୁ ଆମର କିଛି ଲାଭ ନାହିଁ । ଆମ ଦେଶରେ ଆମେ ହିତକାରୀ ପ୍ରତି କୃତଜ୍ଞତା ଜଣାଇଥାଉ । ଏହା ନ କରେ ଯେ ନିମକ ହାରାମ ବୋଲି ଆମେ ତାକୁ କହୁ । ତେଣୁ ଆମେ ସୂର୍ଯ୍ୟଙ୍କ ନିକଟରେ କୃତଜ୍ଞ ।
ପ୍ରସଙ୍ଗଟି ଶିକ୍ଷାମୂଳକ ।
୪ । ଦିଆଯାଇଥିବା ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ଉ: ରଜନୀ -ରାତି, ବିଭାବରୀ
ଭାସ୍କର- ତପନ, ରବି ।
ଗଗନ -ଆକାଶ, ନଭ
ତମ-ଅନ୍ଧାର ,ତମିସ୍ରା
ତାରା - ନକ୍ଷତ୍ର, ତାରକା
୫।ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
ଲାଭ- କ୍ଷତି
କ୍ଷୟ - ଅକ୍ଷୟ
ଉଦୟ - ଅସ୍ତ
ହିତ -ଅହିତ
ପ୍ରଚୁର - ଅଳ୍ପ , ଅପ୍ରଚୁର
ମହତ - ହୀନ , ଅମୃତ
କ୍ଷୁଦ୍ର - ବୃହତ
ଆଲୋକ - ଅନ୍ଧକାର
୬। ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ପୁରୁଷ ଭେଦରେ ସଜାଇ ଲେଖ ।
ସେ, ତାରା, ତୁମ୍ଭେ, ରବି, ଆମ୍ଭ, ତୁମ୍ଭ
(ପ୍ରଥମ ପୁରୁଷ, ଦ୍ବିତୀୟ ପୁରୁଷ, ତୃତୀୟ ପୁରୁଷ)
ଉ : ପ୍ରଥମ ପୁରୁଷ -ଆମ୍ଭ
ଦ୍ବିତୀୟ ପୁରୁଷ - ତୁମ୍ଭେ,ତୁମ୍ଭ
ତୃତୀୟ ପୁରୁଷ - ସେ , ତାରା ,ରବି
୭ । ୧୦୦ରୁ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(କ) ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ କବି କାହାକୁ ଶ୍ରେଷ୍ଠତ୍ବ ପ୍ରଦାନ କରିଛନ୍ତି ?
ଉ : ସ୍ବଭାବ କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଶ୍ରୀବୃଦ୍ଧି କରିବାରେ ସଫଳ ହୋଇଛନ୍ତି । ତାଙ୍କ ରଚିତ ତପସ୍ବିନୀ, ଇନ୍ଦୁମତୀ, ପ୍ରଣୟ ବଲ୍ଲରୀ ଓ ଅର୍ଘ୍ୟଥାଳୀ ଆଦି କାବ୍ୟ କବିତା ବିଶେଷ ଆଦୃତ । 'ତାରା-ସୂର୍ଯ୍ୟ’ କବିତାଟି କବିଙ୍କ ‘ଅର୍ଘ୍ୟଥାଳୀ’ କବିତା ସଙ୍କଳନରୁ ଗୃହୀତ । ଏହି କବିତାରେ କବି ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ ଏକ ତୁଳନା ଆଣିଛନ୍ତି । ଏହି ତୁଳନାରେ ସେ ସୂର୍ଯ୍ୟଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରିଛନ୍ତି ।ତାରକାମାନେ ରବି ରଶ୍ମିମାନ୍ ହେଲେ ମଧ୍ୟ ସେମାନେ ସାନ ଦିଶନ୍ତି । ସେମାନେ ଦିନରେ ଦେଖା ନ ଯାଇ ରାତିରେ ଦେଖା ଯାଆନ୍ତି । ସେମାନେ କେବଳ ନିଜର ଜଗତକୁ ଆଲୋଳିତ କରିଥାଆନ୍ତି । କବିଙ୍କ ବର୍ଣ୍ଣନାରେ
"ଜାଣିଲି ଜାଣିଲି ତୁମେ ସୂର୍ଯ୍ୟ ଅଟ ସତ,ଆଲୋକିତ କରୁଅଛ ନିଜର ଜଗତ ।”
ପ୍ରକୃତ ଭାବରେ ବିଚାର କଲେ ଅଂଶରେ ସୂର୍ଯ୍ୟ ହୋଇ ମଧ୍ୟ ତାରକାମାନେ କୌଣସି ଭୟ ଭାବ ହେତୁ ନିଜକୁ ଦିବସରେ ପ୍ରକାଶ କରିବାରେ ଅସମର୍ଥ । ସେମାନେ ସ୍ବାର୍ଥପର ହୋଇ କେବଳ ନିଜର ଜଗତକୁ ଆଲୋକିତ କରନ୍ତି । ନିଜ ରାଜ୍ୟରେ ପ୍ରଚୁର କିରଣ ପ୍ରଦାନ କରି ନିଜର ରବିପଣକୁ ପ୍ରକାଶ କରନ୍ତି । ଏହା ସଂକୀର୍ଣ୍ଣ ମନୋଭାବର ପରିଚୟ ଦିଏ । ଆମ ରାଜ୍ୟରେ ସୂର୍ଯ୍ୟ ଅନ୍ଧକାରକୁ କ୍ଷୟ କରନ୍ତି । ଏଣୁ ଆମେ ରବିଙ୍କର ଉଦୟ ଚାହୁଁ । କବିଙ୍କ ଭାଷାରେ –
**ଆମ ରାଜ୍ୟେ ଆମ ରବି କରେ ତମ କ୍ଷୟ, ଏଣୁ ଆମ୍ଭେ ଚାହୁଁଥାଉଁ ତାଙ୍କର ଉଦୟ ।**
ସୂର୍ଯ୍ୟ ଆମର ହିତ ସାଧନ କରନ୍ତି । ଆମେ ସୂର୍ଯ୍ୟଙ୍କ ନିକଟରେ ଆମର କୃତଜ୍ଞତା ଜ୍ଞାପନ କରୁ । ତାରା ଯେତେ ବଡ ହେଲେ ମଧ୍ୟ ଆମର କିଛି ଲାଭ ନାହିଁ । ସେ ଆମର ଅନ୍ଧକାରକୁ ଦୂର କରିପାରେ ନାହିଁ । ତେଣୁ ତାରା ଓ ସୂର୍ଯ୍ୟଙ୍କ ମଧ୍ୟରେ କବି ସୂର୍ଯ୍ୟଙ୍କୁ ଶ୍ରେଷ୍ଠତ୍ବ ପ୍ରଦାନ କରିଛନ୍ତି ।
(ଖ) କବି ନିଜର ଅଭିମାନକୁ କିପରି ପ୍ରକାଶ କରିଛନ୍ତି ?
ଉ : ସ୍ବଭାବ କବି ଗଙ୍ଗାଧର ମେହେର ଥିଲେ ଓଡ଼ିଆ କାବ୍ୟ ଓ କବିତା ରଚନାରେ ଆଧୁନିକ ଯୁଗରେ ବେଶ୍ ପ୍ରତିଷ୍ଠିତ । ପ୍ରକୃତିକୁ ଜୀବନ୍ତ ରୂପ ଦେଇ ସେ ଅତି ଉଚ୍ଚକୋଟୀର କାବ୍ୟ କବିତାମାନ ରଚନା କରି ଯାଇଛନ୍ତି । ' ତାରା-ସୂର୍ଯ୍ୟ ' କବିତାଟି କବିଙ୍କ ‘ଅର୍ଘ୍ୟଥାଳୀ’ କବିତାରୁ ଆନୀତ । ଏହି କବିତାରେ କବି ନିଜର ଅଭିମାନକୁ ବାସ୍ତବ ରୂପେ ପ୍ରକାଶ କରିଛନ୍ତି ।
କବିଙ୍କ ବିଚାରରେ ତାରକାମାନେ ରବି-ରଶ୍ମିମାନ୍ ହୋଇ ମଧ୍ୟ ସାନ ସାନ ଦେଖାଯାଆନ୍ତି । ଏହା ଉଚିତ୍ କର୍ମ ନୁହେଁ । ସେମାନେ ପ୍ରଭାକର ହୋଇ ମଧ୍ୟ ଦିବସରେ ନ ଦିଶି ରାତିରେ ଦେଖାଦିଅନ୍ତି । ହୁଏତ ଏଥିରେ ସେମାନଙ୍କ ମନରେ ଥିବା କିଛି ଭୟ ପ୍ରକାଶ ପାଉଛି । କବିଙ୍କ ବିଚାରରେ ଏଭଳି ଆଚରଣ ଶୋଭନୀୟ ନୁହେଁ । ସେମାନେ ସ୍ୱାର୍ଥପର ଭାବରେ ନିଜର ଜଗତକୁ ଆଲୋକିତ କରନ୍ତି ଏଭଳି ସଂକୀର୍ଣ୍ଣ ମନୋଭାବକୁ କବି ପସନ୍ଦ କରି ନାହାନ୍ତି । ତେବେ ତାରକା ରାଜ୍ୟର ଲୋକେ ଆମର ସୂର୍ଯ୍ୟଙ୍କୁ ଗୋଟିଏ କ୍ଷୁଦ୍ର ତାରା ବୋଲି କହୁଥିବାରୁ କବି ଅଭିମାନୀ ହୋଇ ଉଠିଛନ୍ତି । କବିଙ୍କ ବର୍ଣ୍ଣନାରେ–
‘ଆମ୍ଭ ଭାସ୍କରଙ୍କୁ ତୁମ ରାଜ୍ୟଲୋକ ସାରା, ବୋଲୁଛନ୍ତି ଗଗନର କ୍ଷୁଦ୍ର ଏକ ତାରା ।'
ସେମାନଙ୍କର ଏଭଳି ଭାବନାକୁ କବି ଅତ୍ୟନ୍ତ ଅଭିମାନର ସହିତ ଅପସନ୍ଦ କରି କହିଛନ୍ତି ଯେ
ଯାହାକୁ ଯାହା ଯେମନ୍ତ ଦେଖାଯାଏ ସେ ସେହି ଭଳି କଥା କହେ ।
କିନ୍ତୁ ଏଥିରେ ମହତଙ୍କର କିଛି ଯାଏ ଆସେ ନାହିଁ । ବାସ୍ତବିକ କବି ଗଙ୍ଗାଧରଙ୍କ ଅଭିମାନ ପ୍ରକାଶରେ କବିତାଟି ମନଛୁଆଁ ହୋଇପାରିଛି ।
(ଗ) ତାରା-ସୂର୍ଯ୍ୟ କବିତାର ଭାବ ଆମକୁ ଏକ ମହାଶିକ୍ଷା ପ୍ରଦାନ କରେ କିପରି ?
ଉ : ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗରେ ସ୍ବଭାବ କବି ଗଙ୍ଗାଧର ମେହେର ଥିଲେ ଜଣେ ମହତ୍ ସ୍ରଷ୍ଟା । ତାଙ୍କ କାବ୍ୟ କବିତାଗୁଡ଼ିକ ନୀତିଶିକ୍ଷାମୂଳକ ଓ ପ୍ରଶଂସନୀୟ । ପ୍ରକୃତିକୁ ଜୀବନ୍ତ ଭାବରେ ବର୍ଣ୍ଣନା କରିବା ସହିତ ସେ ନିଜର ଉଚ୍ଚ ଭାବନାକୁ ପ୍ରକାଶ କରିଛନ୍ତି । 'ତାରା-ସୂର୍ଯ୍ୟ’ କବିତାର ଭାବ ଆମକୁ ଏକ ମହାଶିକ୍ଷା ପ୍ରଦାନ କରେ ।କବିଙ୍କ ବର୍ଣ୍ଣନାରେ ରବି ପରି ରଶ୍ମି ମାନ ହୋଇ ମଧ୍ୟ ତାରକାମାନେ ସାନ ସାନ ଦେଖାଯା'ନ୍ତି । ଦିବସରେ ନ ଦିଶି ରାତିରେ ଦେଖାଯାଆନ୍ତି । ଏଭଳି କାର୍ଯ୍ୟ ମୂଳରେ କିଛି ଭୟଭାବ ରହିଛି । ଏହି ଭୟଭାବ ତାରକାମାନଙ୍କୁ ସାନ କରିଛି । ଏହି ବର୍ଣ୍ଣନାରୁ ଏକ ମହାଶିକ୍ଷା ମିଳେ ଯେ ମଣିଷ ଭୟାଳୁ ହେଲେ ଅନ୍ୟମାନଙ୍କ ନିକଟରେ ସାନ ହୋଇଯାଏ । ସୂର୍ଯ୍ୟଙ୍କୁ ତାରା ରାଜ୍ୟର ଲୋକେ କ୍ଷୁଦ୍ର ବୋଲି କହୁଥିଲେ ମଧ୍ୟ ସେଥିରେ ସୂର୍ଯ୍ୟଙ୍କର ମହତ୍ତ୍ୱହାନି ହୁଏ ନାହିଁ । କାରଣ ଯାହାକୁ ଯାହା ଯେମିତି ଦିଶେ ତାହାକୁ ସେ ସେହିଭଳି ପ୍ରକାଶ କରେ, ଏଥିରେ ମହତ ଲୋକମାନଙ୍କର କିଛି ଯାଏ ଆସେ ନାହିଁ । କବିଙ୍କ ବର୍ଣ୍ଣନାରେ –
"ଯାହାକୁ ଯେମନ୍ତ ଦିଶେ ତେମନ୍ତ ସେ ଭାଷେ, ସେ କଥାରେ ମହତଙ୍କ କି ଯାଏ କି ଆସେ ?"
କବିଙ୍କ ବର୍ଣ୍ଣନାରୁ ଏହି କବିତାରୁ ଆମକୁ ଏକ ମହାଶିକ୍ଷା ମିଳେ ଯେ ନିଜ ଭାବନାରେ ଯାହା ଭାବୁନା କାହିଁକି ତାହାକୁ ନେଇ ଆଦୌ ବ୍ୟସ୍ତ ହେବା ଉଚିତ୍ ନୁହେଁ ।ତାରା-ସୂର୍ଯ୍ୟ କବିତାରୁ ଅନ୍ୟ ଏକ ମହାଶିକ୍ଷା ମିଳେ ଯେ ହିତକାରୀ ପ୍ରତି କୃତଜ୍ଞତା ଜ୍ଞାପନ କରିବା ଉଚିତ୍ । ନଚେତ୍ ମଣିଷ କୃତଘ୍ନ ବୋଲି ବିବେଚିତ ହୁଏ ।

Comments
Post a Comment