History
୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଶବ୍ଦରେ ଦିଅ । ( କ) ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’ଏହା କାହିଁକି କୁହାଯାଇଛି ଲେଖ । ଉ :(i) ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ । (ii) ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର । ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା । (iii) ନୃ ବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜି ମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି । (iv) ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି,ଅଗ୍ରଗତି ...

Comments
Post a Comment