୧। ପୋଷକ କହିଲେ କଣ ବୁଝ ? ଉ : ଖାଦ୍ୟରେ ଥିବା ଆବଶ୍ୟକ ଉପାଦାନକୁ ପୋଷକ କୁହାଯାଏ। ୨। ଖାଦ୍ୟସାର କେତେ ପ୍ରକାରର ଓ କ’ଣ କ’ଣ ଲେଖ ଓ ସେଗୁଡ଼ିକର ଉଦାହରଣ ଦିଅ । ଉ : ଖାଦ୍ୟସାର ୬ ପ୍ରକାରର ସେଗୁଡିକ ହେଉଛି ଶ୍ଵେତସାର, ସ୍ନେହସାର, ପୃଷ୍ଟିସାର, ଜୀବସାର, ଧାତବ ଲବଣ ଓ ଜଳ । (i) ଶ୍ୱେତସାର : ଭାତ, ରୁଟି, ଆଳୁ, ଚୁଡ଼ା, କଦଳୀ ଆଦି ଏହି ଜାତୀୟ ଖାଦ୍ୟ । (ii) ସ୍ନେହସାର : ଚର୍ବି, ଲହୁଣି, ନଡ଼ିଆ ଆଦି ଏହାର ଉଦାହରଣ । (iii) ପୁଷ୍ଟିସାର : ମାଂସ, ଅଣ୍ଡା, କ୍ଷୀର, ଡାଲି, ଶିମ୍ବ ଆଦି ଏହି ଶ୍ରେଣୀର । (iv) ଜୀବସାର : ଶାଗ, ତଟକା ପନିପରିବା, କ୍ଷୀର, କଲିଜା ଆଦି ଏହାର ଉଦାହରଣ । (v ) ଧାତବ ଲବଣ : ପିଜୁଳି, ବିଭିନ୍ନ ପ୍ରକାର ଶାଗ, ପନିପରିବା ଆଦି ଏହାର ଉଦାହରଣ । (vi) ଜଣେ ବ୍ୟକ୍ତି ଦିନକୁ ୪ ଲିଟର ବା ୧୦ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ । ୩।ଜୀବସାର କହିଲେ କ’ଣ ବୁଝ ଲେଖ । ଜୀବସାର କେତେ ପ୍ରକାରର ଓ ଏହା ଆମର ଶରୀରର କି କି ଉପକାର କରିଥାଏ ? ଉ :(i) ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ବିଶେଷ ଉପାଦାନ ଥାଏ । ତାହାକୁ ଭିଟାମିନ୍ ବା ଜୀବସାର କୁହାଯାଏ । (ii) ଏହି ଭିଟାମିନକୁ ଖାଦ୍ୟ ଅନୁଯାୟୀ A, B, C, D ଭାଗରେ ବିଭକ୍ତ କରାଯାଏ । ଏହାଛଡ଼ା ଆମ ଖାଦ୍ୟରେ ଭିଟାମିନ୍ E,...