Posts

ପୋଷଣ

ପ୍ରଥମ ଅଧ୍ୟାୟ  ପୋଷଣ (Nutrition) 1। ଆଲୋକ ପ୍ରକ୍ରିୟା ଓ ଅନ୍ଧକାର ପ୍ରକ୍ରିୟା ମଧ୍ୟରେ ପାର୍ଥକ୍ୟ ଲେଖ । ଆଲୋକ ପ୍ରକ୍ରିୟା :  ଉ : (i)ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ କ୍ଲୋରୋଫିଲ, ଜଳ ଓ ଆଲୋକ ଆବଶ୍ୟକ ।  (ii) ଆଲୋକ ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା  ନଥାଏ ଓ ସୂର୍ଯ୍ୟାଲୋକ ଅଭାବରେ ଏହି ପ୍ରକ୍ରିୟା ବନ୍ଦ ହୋଇଯାଏ ।  (iii) ଆଲୋକ ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଥାଇଲାକିଏଡ ଝିଲ୍ଲିରେ ସଂପାଦିତ ହୋଇଥାଏ ।  (iv) ଏହା ଏକ ଆଲୋକ ରାସାୟନିକ ପଦ୍ଧତି । ଏଥିରେ ସୌରଶକ୍ତି ରାସାୟନିକ ଶକ୍ତିରେ ପରିଣତ ହୁଏ ।  (v) ଏହି ପ୍ରକ୍ରିୟାରେ ATP ଓ NADPH ସୃଷ୍ଟିହୁଏ ଓ ଅମ୍ଳଜାନ ଗ୍ୟାସ୍ ନିର୍ଗତ ହୁଏ ।  (vi) ଏହି ପ୍ରକ୍ରିୟା ପାଇଁ ଏନ୍‌ଜାଇମର ଆବଶ୍ୟକତା ନଥାଏ। ଅନ୍ଧକାର ପ୍ରକ୍ରିୟା :   (i) ଏହି ପ୍ରକ୍ରିୟା ଚାଲୁ ରହିବା ପାଇଁ ଅଙ୍ଗାରକାମ୍ଳ ଆବଶ୍ୟକ ।   (ii) ଅନ୍ଧକାର ପ୍ରକ୍ରିୟା ଚାଲୁରହିବା ପାଇଁ ଶକ୍ତିର ଆବଶ୍ୟକତା ଅଛି । ଏହା ଆଲୋକ ପ୍ରକ୍ରିୟା ସହ ପ୍ରାୟତଃ ସମଗତିରେ ଚାଲିଥାଏ ମାତ୍ର ଆଲୋକ ପ୍ରକ୍ରିୟା ବନ୍ଦହେବା ପରେ ଏହା କିଛି ସମୟ ଚାଲି ବନ୍ଦ ହୋଇଯାଏ ।   (iii) ଅନ୍ଧକାର ପ୍ରକ୍ରିୟା କ୍ଲୋରୋପ୍ଲାଷ୍ଟର ଷ୍ଟ୍ରୋମାରେ ସଂପାଦିତ ହୁଏ। (iv) ଏହା ଏକ ରାସାୟନିକ ପଦ୍ଧତି । ଏହି ପଦ୍ଧତିରେ ଅଙ୍ଗାରକାମ୍ଳ ବିଘଟିତ ହୋଇ ଶର୍କରାରେ ପରିଣତ ହୁଏ ।  (v) ଏହି ପ୍ରକ୍ରିୟାରେ ATP ଓ NADPH ନିୟୋଜ

4th science

୧। ପୋଷକ କହିଲେ କଣ ବୁଝ ? ଉ : ଖାଦ୍ୟରେ ଥିବା ଆବଶ୍ୟକ ଉପାଦାନକୁ ପୋଷକ କୁହାଯାଏ।  ୨। ଖାଦ୍ୟସାର କେତେ ପ୍ରକାରର ଓ  କ’ଣ କ’ଣ ଲେଖ ଓ ସେଗୁଡ଼ିକର ଉଦାହରଣ ଦିଅ । ଉ : ଖାଦ୍ୟସାର ୬ ପ୍ରକାରର  ସେଗୁଡିକ ହେଉଛି  ଶ୍ଵେତସାର, ସ୍ନେହସାର, ପୃଷ୍ଟିସାର, ଜୀବସାର, ଧାତବ ଲବଣ ଓ ଜଳ ।  (i) ଶ୍ୱେତସାର : ଭାତ, ରୁଟି, ଆଳୁ, ଚୁଡ଼ା, କଦଳୀ ଆଦି ଏହି ଜାତୀୟ ଖାଦ୍ୟ ।  (ii) ସ୍ନେହସାର : ଚର୍ବି, ଲହୁଣି, ନଡ଼ିଆ ଆଦି ଏହାର ଉଦାହରଣ ।  (iii) ପୁଷ୍ଟିସାର : ମାଂସ, ଅଣ୍ଡା, କ୍ଷୀର, ଡାଲି, ଶିମ୍ବ ଆଦି ଏହି ଶ୍ରେଣୀର । (iv) ଜୀବସାର : ଶାଗ, ତଟକା ପନିପରିବା, କ୍ଷୀର, କଲିଜା ଆଦି ଏହାର ଉଦାହରଣ । (v ) ଧାତବ ଲବଣ : ପିଜୁଳି, ବିଭିନ୍ନ ପ୍ରକାର ଶାଗ, ପନିପରିବା ଆଦି ଏହାର ଉଦାହରଣ ।  (vi) ଜଣେ ବ୍ୟକ୍ତି ଦିନକୁ ୪ ଲିଟର ବା ୧୦ରୁ ୧୨ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ।  ୩।ଜୀବସାର କହିଲେ କ’ଣ ବୁଝ ଲେଖ । ଜୀବସାର କେତେ ପ୍ରକାରର ଓ ଏହା ଆମର ଶରୀରର କି କି ଉପକାର କରିଥାଏ ?  ଉ :(i) ଆମେ ଖାଉଥିବା ପ୍ରତ୍ୟେକ ଖାଦ୍ୟରେ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଏକ ବିଶେଷ ଉପାଦାନ ଥାଏ । ତାହାକୁ ଭିଟାମିନ୍ ବା ଜୀବସାର କୁହାଯାଏ । (ii) ଏହି ଭିଟାମିନକୁ ଖାଦ୍ୟ ଅନୁଯାୟୀ A, B, C, D ଭାଗରେ  ବିଭକ୍ତ କରାଯାଏ । ଏହାଛଡ଼ା ଆମ ଖାଦ୍ୟରେ ଭିଟାମିନ୍ E, K ମଧ୍ୟ ଥାଏ।  (iii) ଭିଟାମିନ୍-A : କ୍ଷୀର, ଲହୁଣି, କଲିଜା,

History

୧ । ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ୫୦ଟି ଶବ୍ଦରେ ଦିଅ ।  ( କ) ମନୁଷ୍ୟର ଅତୀତ ଘଟଣାର ନିରବଚ୍ଛିନ୍ନ କ୍ରମିକ ଅଗ୍ରଗତି ହେଉଛି ଇତିହାସ’’ଏହା କାହିଁକି କୁହାଯାଇଛି ଲେଖ ।  ଉ :(i) ପ୍ରାଚୀନତମ କାଳରୁ ଆଜି ପର୍ଯ୍ୟନ୍ତ ମାନବ ସମାଜର ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ କ୍ଷେତ୍ରରେ ଯେଉଁ ସବୁ ପରିବର୍ତ୍ତନ ଦେଖା ଦେଇଥିଲା, ତାହାର କ୍ରମ ବିବରଣୀକୁ ହିଁ ଇତିହାସ କୁହାଯାଏ । (ii) ବର୍ତ୍ତମାନ ପୃଥିବୀରେ ଯେତେ ମନୁଷ୍ୟ ଦେଖାଯାଆନ୍ତି ସମସ୍ତେ ଗୋଟିଏ ଜାତିର । ବୈଜ୍ଞାନିକମାନଙ୍କ ମତରେ ଆଜକୁ ପ୍ରାୟ ପନ୍ଦର ଲକ୍ଷ ବର୍ଷ ପୂର୍ବେ ପୃଥିବୀରେ ମନୁଷ୍ୟର ସୃଷ୍ଟି ହୋଇଥିଲା । କିନ୍ତୁ ତା’ ପୂର୍ବରୁ ମନୁଷ୍ୟର ରୂପ ଏପରି ନଥିଲା ।  (iii) ନୃ ବାନରମାନଙ୍କର କ୍ରମବିକାଶ ଘଟି ମନୁଷ୍ୟ ସୃଷ୍ଟି ହୋଇଥିଲା । ସେହି ଜାତିର ଗିବନ, ଓରାଙ୍ଗଓଟାଙ୍ଗ୍, ଗରିଲା ଓ ସିମ୍ପାଞ୍ଜି ମାନେ ଏବେ ପୃଥିବୀରେ ଦେଖାଯାଉଛନ୍ତି ।  (iv) ମନୁଷ୍ୟମାନଙ୍କର ସଂସ୍କୃତିର ଧାରା ଅତି ପ୍ରାଚୀନ । ସାମାଜିକ ରୀତିନୀତି ଓ ଅସ୍ତ୍ରଶସ୍ତ୍ର ତିଆରିରୁ ମନୁଷ୍ୟ ସଂସ୍କୃତି ଆରମ୍ଭ ହୋଇଛି ବୋଲି କୁହାଯାଏ । ଏହାଛଡ଼ା କୃଷିକାର୍ଯ୍ୟ, ଅଗ୍ନିର ଆବିଷ୍କାର ଓ ବ୍ୟବହାର, ଚକର ଉଦ୍ଭାବନ, ବିଭିନ୍ନ ଧାତୁର ବ୍ୟବହାର, ଗ୍ରାମ, ସହର ଓ ରାଜ୍ୟର ପରିକଳ୍ପନା, ଶାସନ ପ୍ରଣାଳୀ ଓ ପରିଚାଳନା ଇତ୍ୟାଦି ବିଭିନ୍ନ ସୋପାନ ଦେଇ ମନୁଷ୍ୟ ସଂସ୍କୃତି,ଅଗ୍ରଗତି କରିଛି ।  (v) ଏହିସବୁ

ଭାରତ: ଜଳବାୟୁ, ପ୍ରାକୃତିକ ଉଦ୍ଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ଭାରତ : ଅବସ୍ଥିତି ଓ ପ୍ରାକୃତିକ ବିଭାଗ

ଅଷ୍ଟ୍ରେଲିଆ